ବାଲି ଚୋରା ଚାଲାଣକୁ ନେଇ ପୋଡାଜଳା

ବାଲି ଚୋରା ଚାଲାଣକୁ ନେଇ ପୋଡାଜଳା

ଗଞ୍ଜାମ:- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତକୋଳିଦାଶପୁରରେ ବାଲି ଚୋରା ଚାଲାଣକୁ ନେଇ ୨ଟି ଟ୍ରାକ୍ଟର, ୩ଟି ଟ୍ରକ ଓ ୨ଟି ବାଇକ୍‌ ଦୁର୍ବୃତ୍ତମାନେ ଜାଳିଦେଇଥିବା ଜଣାପଡ଼ିଛି ।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସପୁର ପାଖରେ ଥିବା ଋଷିକୂଲ୍ୟା ନଦୀରୁ କେତେକ ଲୋକ ନିଜର ଟ୍ରକ୍ ଓ ଟ୍ରାକ୍ଟର ଜରିଆରେ ବାଲି ଚୋରା ଚାଲାଣ କରୁଥିଲେ।

ଏନେଇ ଖବର ପାଇବା ମାତ୍ରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବିନା ଅନୁମତିରେ ବାଲି ଚୋରା ଚାଲାଣ କରୁଥିବା ଲୋକଙ୍କୁ ତାଗିଦ୍ କରିଥିଲେ। କିନ୍ତୁ ସେମାନେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଲୋକେ ଘଟଣାସ୍ଥଳରେ ଥିବା ୩ଟି ଟ୍ରକ୍, ଗୋଟିଏ ଟ୍ରାକ୍ଟର ଓ ଦୁଇଟି ବାଇକ୍ ପୋଡ଼ିଥିଲେ। ଖବର ପାଇ ଆଜି ପୂର୍ବାହ୍ନରେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *