ସ୍ତ୍ରୀ ମୁଣ୍ଡରୁ ସିନ୍ଦୁର ପୋଛିଦେଲା କରୋନା, ସତେ ଯେମିତି ଝିଅ ମୁଣ୍ଡରୁ ଉଠିଗଲା ଛାତ…

ବାପା ଚାଲିଗଲା ପରେ କାନ୍ଦୁଛି ସାନ ଝିଅ। କହୁଛି ବାପା ଥିଲା ବେଳେ କିଛି ଅସୁବିଧା ହେଉନଥିଲା। କମ ଇନକମରେ ଗେହ୍ଲା କରି ବଢ଼ାଉଥିଲେ। ସବୁ କଷ୍ଟ ସହିତ ପାଠ ପଢ଼ାଇଥିଲେ। ଗେହ୍ଲାରେ ସାନ ଝିଅକୁ ଛୋଟରୁ ବଡ଼ କରିଥିଲେ। ହେଲେ କିଛି ସମୟରେ ସବୁ ଓଲଟିଗଲା।

ଆଜି ଫାଙ୍କା ଫାଙ୍କା ଅମର ନିବାସ। କରୋନା ନେଇଗଲା ମଞ୍ଜୁରୀ ଦାସଙ୍କ ସିନ୍ଦୁର। ଆରପାରିରେ ଥିବା ଅମର ସେନାପତି ସାହିରେ ରହୁଥିଲେ। ଯାହାକି ନବରଙ୍ଗପୁର ଠାରେ ଅବସ୍ଥିତ ଅଟେ। ସେ ଜଣେ ପ୍ରାଇଭେଟ ଟ୍ରକ ଡ୍ରାଇଭର ବୋଲି ଜଣା ଯାଇଛି। ତାଙ୍କର ୪ ପୁଅ ଝିଅ ଅଛନ୍ତି। ଝିଅ ଏବଂ ପତ୍ନୀ ମଞ୍ଜୁରୀଙ୍କ ସହ ଏକାଠି ରହୁଥିଲେ ଅମର। ଅମରଙ୍କ ଇନକମରେ ଚାଲୁଥିଲା ଫ୍ୟାମିଲି। ମାତ୍ର ସେ ୧୩ ମଇରେ ପଜିଟିଭ ଚିହ୍ନଟ ହେଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେଲେ। ସେ ନବରଙ୍ଗପୁର ନିକଟ କୋଭିଡ ମେଡିକାଲରେ ଆଡ଼ମିଟ ହୋଇଥିଲେ। ମାତ୍ର ଦୁଃଖର ବିଷୟ ଏହା କି ସେ ୨ ଦିନ ଭିତରେ ଆର ପାରିକୁ ଚାଲିଗଲେ।

Google

ଦୁଃଖରେ ପରିପୂର୍ଣ୍ଣ ହୋଇଗଲା ତାଙ୍କ ସଂସାର। ଅମର ଚାଲିଯିବା ପରେ ମା ଏବଂ ଝିଅ ଏବେ ଏକା ହୋଇଯାଇଛନ୍ତି। ଝିଅ ବିଏସି ପାଠ ପଢ଼ିଛି। ହେଲେ ଏହି ମହାମାରୀ ସମୟରେ ଚାକିରୀ ମିଳିବା କଷ୍ଟ ଦାୟକ। ମା ଝିଅ କହିଛନ୍ତି କେବେ କାହା ଘରେ ମୂଲ ଲାଗିନଥିବା କାରଣରୁ ହିଁ ଏବେ କେହି କାର୍ଯ୍ୟ ପାଇଁ ଡାକରା ଦେଉନାହାନ୍ତି। ଏକ ମାତ୍ର ଇନକମ କରୁଥିବା ଅମର ଚାଲିଗଲା ପରେ ଏବେ ବଡ଼ ପୁଅ ଖାଇବାକୁ ଦେଲେ ହିଁ ପେଟ ଭରୁଛି। ସରକାରଙ୍କୁ ଅନୁରୋଧ ଯଥାଶୀଘ୍ର ସମ୍ଭବ ସହାୟତାର ହାତ ବଢ଼ାନ୍ତୁ। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଉପଯୁକ୍ତ ସହାୟତା ମିଳିଲେ ତାଙ୍କୁ ଆଉ ଭୋକରେ ଶୋଇବାକୁ ପଡ଼ନ୍ତାନ୍ତି ବୋଲି କହିଛନ୍ତି। ଆପଣଂକୁ ଅନୁରୋଧ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ। କିଏ ଜାଣେ ଆପଣଂକ ଗୋଟିଏ ସେୟାର ଫଳରେ ଏହା ସରକାରଙ୍କ କର୍ମଚାରୀଙ୍କ ପାଖରେ ପଂହଁଚିଯାଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *