ଭାରତର ବିଜୟ ବଢ଼େଇଲା ବିରାଟ କୋହଲି ଏବଂ ବିସିସିଆଇର ଚିନ୍ତା, କାରଣ ଜାଣିଲେ ଉଡିଯିବ ହୋସ।

ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆର ଏକ ଐତିହାସିକ ବିଜୟ ଅଧିନାୟକ ଓ କୋଚର ଚିନ୍ତା ବଢ଼େଇ ଦେଇଛି। କେବଳ ଏତିକି ନୁହେଁ ବିସିସିଆଇର ଚୟନକର୍ତ୍ତା ମଧ୍ୟ ଚିନ୍ତାରେ। ଏହି ଚିନ୍ତା ଆଗାମୀ ସିରିଜ ପାଇଁ। ଭାରତୀୟ ଟିମକୁ ଏବେ ଫେବୃଆରୀରେ ଇଂଲଣ୍ଡ ବିରୁଦ୍ଧରେ ସିରିଜ ଖେଳିବାର ଅଛି।ସିଲେକ୍ଟର ଯେବେ ମଙ୍ଗଳବାରକୁ ଟିମ ବାଛିବା ପାଇଁ ବସିବେ ତ ତାଙ୍କ ସାମ୍ନାରେ ଭଲ ପ୍ରଦର୍ଶନ କରିଥିବା ଯୁବ ଖେଳାଳି ଓ ଭଲ ପ୍ରଦର୍ଶନ କରିଥିବା ଅନୁଭବି ଖେଳାଳି କିଛିଙ୍କୁ ବାହାର କରିବାକୁ ପଡିବ।

Google

ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ମଙ୍ଗଳବାରକୁ ଚତୁର୍ଥ ଟେଷ୍ଟରେ ଭଲ ବିଜୟ ଲାଭ କଲା। ଏହି ଟେଷ୍ଟରେ ଯୁବ ଖେଳାଳି ଋଷଭ ପନ୍ତ,ୱାସିଂଟନ ସୁନ୍ଦର,ମହମ୍ମଦ ସିରାଜ,ସାର୍ଦ୍ହୁଲ ଠାକୁର,ଶୁଭମାନ ଗିଲ ଓ ଟି ନଟରାଜନଙ୍କ ପ୍ରଦର୍ଶନ ଭଲ ରହିଥିଲା। ନବଦୀପ ସାଇନି ମଧ୍ୟ ଆହତ ହୋଇ ତାଙ୍କ ଯୋଗଦାନ ଦେଇଥିଲେ। ମଙ୍ଗଳବାରକୁ ହିଁ ଟିମ ଚୟନ ହେବାର ଅଛି। ଅଷ୍ଟ୍ରେଲିଆ ବିପକ୍ଷରେ ଆହତ ହୋଇଥିବା ଖେଳାଳି ମଧ୍ୟରୁ କମରୁ କମ ୬ ଜଣ ଖେଳାଳି ଫେରିପାରିବେ।

ଟିମକୁ ଫେରିବା ଦାବିଦାରୀରେ ବିରାଟ କୋହଲି,ମହମ୍ମଦ ସାମୀ,ଇଶାନ୍ତ ଶର୍ମା,ଯଶପ୍ରୀତ ବୁମରା,ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ ସାମିଲ ଅଛନ୍ତି। ଏହି ଖେଳାଳିଙ୍କ ଦଳକୁ ଫେରିବା ନେଇ କେତେକ ଯୁବ ଖେଳାଳି ଦଳରୁ ବାହାର ହୋଇପାରନ୍ତି,ଯେଉଁମାନେ ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ଦେବାରେ ମୁଖ୍ୟ ଭୂମିକା ଲିଭେଇଥିଲେ। ଯୁବ ଖେଳାଳି ୱାସିଂଟନ ସୁନ୍ଦର,ମହମ୍ମଦ ସିରାଜ,ସାର୍ଦ୍ହୁଲ ଠାକୁର,ଟି ନଟରାଜନ ଟିମରୁ ବାହାରେ ରହିପାରନ୍ତି।

Google

ଯେବେ ଇଂଲଣ୍ଡ ବିରୁଦ୍ଧରେ ଟିମ ଚୟନ ହେବ ସତେବେଳେ ଚୟନକର୍ତ୍ତାଙ୍କ ପାଇଁ ବଡ ନିଷ୍ପତ୍ତି ହେବ। ଇଂଲଣ୍ଡ ଟିମ ଭାରତ ଗସ୍ତରେ ଆସୁଅଛି। ଘରୋଇ ସିରିଜ ପାଇଁ ୧୫-୧୬ ସଦସ୍ୟଙ୍କ ଚୟନ ହୋଇପାରେ।

ଅଧିନାୟକ ବିରାଟ କୋହଲି ମଧ୍ୟ ଦଳକୁ ଫେରିବେ।ହୋଇପାରେ କି ସେ ଟିମ ଚୟନର ମୁଣ୍ଡବ୍ୟଥା ହୋଇପାରନ୍ତି। ହୋଇପାରେ ସେ ଏହା ସିଲେକ୍ଟରଙ୍କୁ ଏହାକୁ ଟ୍ରାନ୍ସଫର କରିପାରନ୍ତି ହେଲେ ଯେତେବେଳେ ପ୍ଲେଇଂ ଇଲେଭେନ କଥା ଆସିବ ସେ ମଧ୍ୟ ଚିନ୍ତାରେ ପଡିବେ। ତାଙ୍କ ସହ କୋଚ୍ ରବି ଶାସ୍ତ୍ରୀ ଓ ଆଜିଙ୍କ୍ୟ ରାହାଣେ ମଧ୍ୟ ସାହାଯ୍ୟ କରିବେ। ଏବେ ଏହା ଦେଖିବାକୁ ପଡିବ କି ଆଜିଙ୍କ୍ୟ ରାହାଣେ ଓ ରବି ଶାସ୍ତ୍ରୀ ଯୁବ ଖେଳାଳିଙ୍କ ଉପରେ ଭରସା କରୁଛନ୍ତି ଯିଏ ଅଷ୍ଟ୍ରେଲିଆରେ ବିଜୟ ଦେଲେ ନା ଅନୁଭବ ଖେଳାଳିଙ୍କ ଉପରେ ଯିଏ ବର୍ଷରୁ ଟିମକୁ ବିଜୟ ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *