ଭାରତ ଓ ଇଂଲଣ୍ଡ ବିରୁଦ୍ଧରେ ଚେନ୍ନାଇରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୩୧୭ ରନ ରେ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଛି। ଏହି ମ୍ୟାଚର ପ୍ରଥମ ପାରିରେ ଅଶୁଵିଧା ଦେଖାଯାଉଥିବା ପିଚରେ ରୋହିତ ଶର୍ମା ସୁନ୍ଦର ୧୬୧ ରନର ପାରି ଖେଳିଥିଲେ। ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ କଠିନ ପରିସ୍ଥିତିରେ ସୁନ୍ଦର ୬୨ ରନର ପାରି ଖେଳିଥିଲେ। ଟି-୨୦ ଓ ଏକଦିବସିୟରେ ବର୍ତ୍ତମାନ ବିରାଟ କୋହଲି ଓ ରୋହିତ ଶର୍ମା ସର୍ବଶ୍ରେଷ୍ଠ ଖେଳାଳି ମାନଙ୍କ ଭିତରେ ଅଛନ୍ତି। ବିରାଟ କୋହଲି ଯେଉଁଠି ବର୍ତ୍ତମାନ ଭାରତର ତିନୋଟି ଯାକ ଫର୍ମାଟରେ ଅଧିନାୟକ ଅଛନ୍ତି ରୋହିତ ମଧ୍ୟ ଭାରତର ଟି-୨୦ ଓ ଏକଦିବସିୟରେ ଉପଅଧିନାୟକ ଦାୟିତ୍ୱ ନିଭାଉଛନ୍ତି।

ଚେନ୍ନାଇରେ ରୋହିତ ଓ ବିରାଟଙ୍କର ହେଲା ମିଳନ:
ଚେନ୍ନାଇ ଟେଷ୍ଟରେ ମୋଇନ ଅଲ୍ଲୀ ଇଂଲଣ୍ଡ ପଟୁ ଆଉଟ ହୋଇଥିବା ଶେଷ ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ଆଉଟ ହେବା ପରେ ସବୁ ଭାରତୀୟ ଖେଳାଳି ପରସ୍ପରକୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଲେ। ଏହି ସମୟରେ ରୋହିତ ଶର୍ମା ଓ ବିରାଟ କୋହଲି ପରସ୍ପରକୁ ଆଲିଙ୍ଗନ କଲେ ଓ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା କିନ୍ତୁ ଆଲିଙ୍ଗନ କରି ମଧ୍ୟ ଦୁହେଁ ପରସ୍ପରକୁ ଆଖି ମିସାଉ ନଥିଲେ। ଏହା ଉପରେ ଅନେକ ୟୁଜର ପ୍ରଶ୍ନ ଉଠାଇଛନ୍ତି।ଜଣେ ୟୁଜର ତ କମେଣ୍ଟ କରିଛନ୍ତି,”ରୋହତ ଓ ବିରାଟ କଣ କରୁଛନ୍ତି ? କଣ ସେ ଅଲିଙ୍ଗନ କରିବାକୁ ଚାହୁଁଛନ୍ତି ନା ହାତ ମିଶାଇବାକୁ? ଏପରିକି ଦୁଇଜଣ ଏକ୍ସ ମଧ୍ୟ ଏପରି ଅସହଜ୍ୟ ଅନୁଭବ କରୁନଥିବେ”। କହିରଖବୁକି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭିତରେ ଏକତା ନଥିବା ଖବର ସବୁବେଳେ ଆଲୋଚନା ହୋଇଥାଏ। ଏହି ଭିଡ଼ିଓରେ ଜଣେ ୟୁଜର କହିଲେ,”ରୋହିତ ଓ ବିରାଟଙ୍କ ଭିତରେ ହ୍ୟାଣ୍ଡସେକରୁ ଜଣା ପଡୁଛି ସେ ଭଲ ସାଙ୍ଗ ନହୋଇପାରନ୍ତି ହେଲେ ସେ ଯାହା କରୁଛନ୍ତି ଟିମ ପାଇଁ ବେଷ୍ଟ ଅଟେ”।
That winning feeling! ??
Smiles all round as #TeamIndia beat England in the second @Paytm #INDvENG Test at Chepauk to level the series 1-1. ??
Scorecard ? https://t.co/Hr7Zk2kjNC pic.twitter.com/VS4rituuiQ
— BCCI (@BCCI) February 16, 2021
ଅଳ୍ପ ଦିନ ତଳେ ରୋହିତ ଶର୍ମାଙ୍କ ଆହତକୁ ନେଇ ବିବାଦ ହୋଇଥିଲା। ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ମିଡିଆ ସହ କଥା ହୋଇ କହିଥିଲେ କି ତାଙ୍କୁ ରୋହିତଙ୍କ ଆହତକୁ ନେଇ ସେ ବିଶେଷ କିଛି ଜାଣନ୍ତି ନାହିଁ। ବିରାଟ କହିଥିଲେ ରୋହିତ କଣ ପାଇଁ ଅଷ୍ଟ୍ରେଲିଆ ଆସିଲେନି ଓ ତାଙ୍କ ଆଘାତର ଅବସ୍ଥା କଣ ଏହା ବିଷୟରେ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ। ବିରାଟଙ୍କ ଏହି ବୟାନ ପରେ ଭାରତୀୟ କ୍ରିକେଟରେ ହଲଚଲ ସୃଷ୍ଟି ହୋଇଥିଲା। ବିସିସିଆଇକୁ ରାତାରାତି ଏହା ବିଷୟରେ ସୂଚନା ଦେବାକୁ ପଡିଥିଲା।

ଏକଦିବସିୟ କ୍ରିକେଟରେ ଦୁଇ କ୍ରିକେଟରଙ୍କ ମଧ୍ୟରେ ଅନେକ ବଡ଼ ପାର୍ଟନରସିପ ହୋଇଥିଲା କିନ୍ତୁ ଟେଷ୍ଟ ମ୍ୟାଚରେ ଦୁହେଁ ଏକ ସହିତ ଅଧିକ ଲମ୍ବା ପାର୍ଟନରସିପ କରିନାହାଁନ୍ତି । ପ୍ରଥମ ପାରିରେ ଯେଉଁଠି ବିରାଟ ଜିରୋରେ ଆଉଟ ହୋଇଯାଇଥିଲେ ଦ୍ୱିତୀୟ ପାରିରେ ବିରାଟ ବ୍ୟାଟିଙ୍ଗ କରିବାକୁ ଆସିବା ପୂର୍ବରୁ ରୋହିତ ଆଉଟ ହୋଇଯାଇଥିଲେ। ଏହି ସିରିଜ ପୂର୍ବରୁ ଦୁହେଁ ୨୦୨୦ରେ ଏକଦିବସିୟ ସିରିଜରେ ଏକାସାଥେ ଖେଳିଥିଲେ। ଯେବେ କରୋନା ମହାମାରି ପରେ ଭାରତୀୟ ଟିମ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରିଥିଲା ସେବେ ରୋହିତ ଶର୍ମା ଆଘାତ ହୋଇଯାଇଥିଲେ ଓ ଯେବେ ରୋହିତ ଅଷ୍ଟ୍ରେଲିଆରେ ପହଁଚିଥିଲେ ସେତେବେଳକୁ କୋହଲି ପ୍ୟାଟରନିଟ ଲିବରେ ସ୍ବଦେଶ ଫେରିଆସିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।