ବିରାଟ କୋହଲି ଭାଙ୍ଗିଲେ ତିନୋଟି ବିଶ୍ୱ ରେକର୍ଡ। ଭାରତର ଏହି ଷ୍ଟାର ଖେଳାଳିଙ୍କୁ ପକାଇଲେ ପଛରେ।

ଇଂଲଣ୍ଡ ବିରୁଦ୍ଧରେ ସିରିଜର ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚରେ ଭାରତ ୭ୱିକେଟ ରେ ଏକ ଅବିଶ୍ୱାସନୀୟ ବିଜୟ ପାଇଛି। ଭାରତକୁ ୧୬୫ ରନର ଟାର୍ଗେଟ ମିଳିଥିଲା ଆଉ ଅଧିନାୟକ ବିରାଟ କୋହଲି ଆଉ ଇଶାନ କିଷାନ ମିଶି ଭାରତର ବିଜୟ ପକା କରିଛନ୍ତି। ବିରାଟ କୋହଲି ୭୩ ରନ ନଟ ଆଉଟ ରନ କଲେ। ଇଶାନ କିଷାନ ୫୬ ରନ କଲେ ଆଉ ସେହି ଦୁଇ ଜଣଙ୍କ ଭିତରେ ୯୨ ରନର ପାର୍ଟନରଶିପ ହେଲା। ଏହା କାରଣରୁ ହିଁ ଇଂଲଣ୍ଡକୁ ଦ୍ୱିତୀୟ ଟି ଟ୍ୱେଣ୍ଟିରେ ହାର ସାମ୍ନା କରିବାକୁ ପଡିଲା। ଏମିତିରେ ବିରାଟ କୋହଲି ନିଜର ଏହି ମ୍ୟାଚ ଜିତା ପାରି ଖେଳିବା ପରେ ତିନୋଟି ବିଶ୍ୱ ରେକର୍ଡ ବି ଭାଙ୍ଗିଲେ।

Google

 

କୋହଲି ସବୁଠୁ ଶୀଘ୍ର ୧୨୦୦୦ ରନ ବନେଇବା ଅଧିନାୟକ ହେଇଗଲେ , ସେ ମାତ୍ର ୨୨୬ ଇନିଙ୍ଗସରେ ଅଧିନାୟକ ଭାବେ ୧୨୦୦୦ ରନ ପୁରା କଲେ। ତାଙ୍କ ପୂର୍ବରୁ ଏହି ରେକର୍ଡ ରିକି ପଣ୍ଟିଙ୍ଗଙ୍କ ନାମରେ ଥିଲା ଯିଏ କି ୨୮୨ ଇନିଂଗ୍ସରେ ଏହି କାରିନାମା କରି ଦେଖେଇ ଥିଲେ। ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ୧୨୦୦୦ ରନ ବନେଇବା ପ୍ରଥମ ଭାରତୀୟ ବନିଗଲେ ଆଉ ଏହା ପୂର୍ବରୁ ଏହି ସର୍ବାଧିକ ରନ କରିବାର ରେକର୍ଡ ଏମ ଏସ ଧୋନୀଙ୍କ ନାମରେ ଥିଲା ଯିଏ କି ୧୧୨୦୭ ରନ କରିଥିଲେ।

ବିରାଟ କୋହଲି ଅହମ୍ମଦାବାଦର ଟି ଟ୍ୱେଣ୍ଟି ପରେ ୩୦୦୦ ଟି ଟ୍ୱେଣ୍ଟି ରନ ବି ପୁରା କଲେ ଆଉ ସେ ଦୁନିଆର ପ୍ରଥମ କ୍ରିକେଟର ହେଲେ ଯିଏ କି ଟି ଟ୍ୱେଣ୍ଟି କ୍ରିକେଟରେ ୩୦୦୦ ରନ ପୁରା କଲେ। ଟି ଟ୍ୱେଣ୍ଟିରେ ସର୍ବପ୍ରଥମେ ୧୦୦୦ ରନ ବ୍ରେଣ୍ଡନ ମ୍ୟାକଲମ ୨୦୧୦ରେ ପୁରା କରିଥିଲେ। ସେ ୨୦୧୪ରେ ସବୁଠୁ ପ୍ରଥମେ ୨୦୦୦ ରନ ବି ପୁରା କରିଥିଲେ।

Google

ବିରାଟ କୋହଲି ଆଉ ଗୋଟେ ଅର୍ଦ୍ଧଶତକ ମାରି ରୋହିତ ଶର୍ମାଙ୍କୁ ଟପିଗଲେ ଯିଏ କି ୨୫ଟି ଅର୍ଦ୍ଧଶତକ ମାରିଥିଲେ। ଏବେ ବିରାଟ କୋହଲିଙ୍କର ଅର୍ଦ୍ଦଶତକ ସଂଖ୍ୟା ୨୬ ହେଇଗଲା।

ବିରାଟ କୋହଲି ବିଜୟର ଶ୍ରେୟ ଆମ ଭାରତର ବୋଲର ମାନଙ୍କୁ ଦେଲେ ଏବଂ ସେ ଶାରଦୁଲ ଠାକୁର, ୱାଶିଂଟନ ସୁନ୍ଦର ଆଉ ହାର୍ଦିକ ପାଣ୍ଡ୍ୟାଙ୍କର ପ୍ରଶଂସା କଲେ। ଏହା ସହିତ ହିଁ ସେ ଡେବ୍ୟୁ କରୁଥିବା ଇଶାନ କିଷାନଙ୍କର ବ୍ୟାଟିଂ କୁ ବି କହିଲେ। ଇଶାନଙ୍କର ଆକ୍ରମନାତ୍ମକ ରୂପ ତାଙ୍କୁ ବହୁତ ପସନ୍ଦ ଆସିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *