ବିରାଟ କୋହଲିଙ୍କ ଅଧିନାୟିକତ୍ୱରେ ଭାରତୀୟ ଟିମ ଅଷ୍ଟ୍ରେଲିଆ ବିରୁଦ୍ଧରେ ଗୁରୁବାରକୁ ଚାରି ଟେଷ୍ଟ ମ୍ୟାଚ ସିରିଜର ପ୍ରଥମ ମ୍ୟାଚ ଖେଳିବ। ୨ ଟିମ ମଧ୍ୟରେ ପ୍ରଥମ ମ୍ୟାଚ ଗୋଲାପୀ ବଲରେ ଖେଳାଯିବ। ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏହି ମ୍ୟାଚ ବହୁତ ଗୁରୁତ୍ୱପୂର୍ଣ୍ଣ,କାହିଁକିନା ଅଷ୍ଟ୍ରେଲିଆ ଗସ୍ତର ଏହା ତାଙ୍କ ଶେଷ ମ୍ୟାଚ ଅଟେ। ଏହି ମ୍ୟାଚ ପରେ ସେ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ପାଇଁ ସ୍ୱଦେଶ ଫେରିଆସିବେ। କୋହଲିଙ୍କ ପାଖରେ ଏହି ମ୍ୟାଚରେ ଦୁଇଟି କୀର୍ତ୍ତିମାନ ରଚିବାର ମୌକା ଅଛି। ଏଡିଲେଡ଼ରେ କୋହଲି ସଚିନ ଓ ଲାରାଙ୍କ ଦୁଇ ରେକର୍ଡ଼ କାଟିବାର ନିକଟରେ ଅଛନ୍ତି। ଏଡିଲେଡ଼ ଓଭାଲରେ ଅତିଥି ଖେଳାଳି ମାନଙ୍କ ମଧ୍ୟରୁ ଅଧିକ ରନ କରିବାର କୀର୍ତ୍ତିମାନ ୱେଷ୍ଟଇଣ୍ଡିଜ ପୂର୍ଵ ଅଧିନାୟକ ବ୍ରାୟନ ଲାରାଙ୍କ ନାମରେ ଅଛି। ସେ ଏହି ମଇଦାନରେ ମୋଟ ୬୧୦ ରନ କରିଛନ୍ତି। ହେଲେ ୩୨ ବର୍ଷୀୟ କୋହଲି ତାଙ୍କର ଏହି ରେକର୍ଡ଼ ଠାରୁ ୧୭୯ ରନ ଦୂରରେ ଅଛନ୍ତି। ଲାରା ଏଠି ୪ ଟି ମ୍ୟାଚ ଖେଳି ୭୬.୨୫ ଔଷତରେ ୨ଶତକ ସହ ୬୧୦ କରିଛନ୍ତି। ସେହିପରି ଏଡିଲେଡ଼ରେ କୋହଲି ୭୧.୮୩ ଔଷତରେ ୪୩୧ ରନ କରିଛନ୍ତି। ଏହି ମୈଦାନରେ ସେ ୩ ଟି ଶତକ ମାରିଛନ୍ତି।

ଶତକ ମାରି ଭାଙ୍ଗିଦେବେ ସଚିନଙ୍କ ରେକର୍ଡ଼:
ଏହାଛଡା କୋହଲି ସଚିନଙ୍କ ରେକର୍ଡ଼ ଭାଙ୍ଗିବାର ମାତ୍ର ୧ ଶତକ ଦୂରରେ। ଅଷ୍ଟ୍ରେଲିଆ ବିପକ୍ଷରେ ସଚିନଙ୍କ ୬ ଟି ଶତକ ମାରିବାର ରେକର୍ଡ଼ ରହିଛି। ସେ ଅଷ୍ଟ୍ରେଲିଆରେ ୫୩.୨ ଔଷତ ସହିତ ମୋଟ ୧୮୦୯ ରନ କରିଛନ୍ତି।ସେହିପରି କୋହଲି ସେଠି ଖେଳିଥିବା ୧୨ ଟି ମ୍ୟାଚରେ ମୋଟ ୬ ଟି ଶତକ ମାରିଛନ୍ତି। ସେ ୫୫.୩୯ ଔଷତରେ ୧୨୭୪ ରନ କରିଛନ୍ତି। ଯଦି କୋହଲି ଗୁରୁବାରକୁ ଆରମ୍ଭ ହେବାକୁ ଥିବା ମ୍ୟାଚରେ ଶତକ ଲଗେଇଦେବେ ସେ ସଚିନଙ୍କ ରେକର୍ଡ ମଧ୍ୟ ଭାଙ୍ଗିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।