ବିରାଟ କୋହଲି ପ୍ରଥମ ଦିନିକିଆରେ ୫୬ ରନ କରିବା ସହ କଲେ ଏହି ବଡ଼ ରେକର୍ଡ। ଚାରିଆଡେ ବନିଛନ୍ତି ଚର୍ଚ୍ଚାର ପାତ୍ର।

ଭାରତର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ଏକ ଅବିସ୍ମରଣୀୟ ଅର୍ଦ୍ଧଶତକ ଲଗେଇବାରେ ସଫଳ ହେଲେ। ତାଙ୍କ ଫ୍ୟାନ ମାନଙ୍କୁ ଏକ ଶତକର ଅପେକ୍ଷା ଥିଲା ମାତ୍ର ସେ ୫୬ ରନରେ ଆଉଟ ହେଇଗଲେ। ତାଙ୍କୁ ମାର୍କ ଉଡ଼ ତାଙ୍କ ବଲରେ ଆଉଟ କଲେ । ବିରାଟ କୋହଲି ଏକ ଅର୍ଦ୍ଧଶତକ ମାରିବାରେ ସଫଳ ହେଲେ ଆଉ ଏହା ଭିତରେ ଏକ ବହୁତ ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କଲେ।

Google

ବିରାଟ କୋହଲି ନିଜର ଏହି ଅର୍ଦ୍ଦଶତକ ସହ ଘରୋଇ ମୈଦାନ ଉପରେ ସବୁଠୁ ଦ୍ରୁତ ୧୦ ହଜାର ରନ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହା ଆଗରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ରିକି ପୋଣ୍ଟିଂଙ୍କ ନାମରେ ଥିଲା ଯିଏ କି ୨୧୯ ପାରି ଏହି ରେକର୍ଡ ନିଜ ନାମରେ କରିଥିଲେ। ସେ ବି ଘରୋଇ ମୈଦାନ ରେ ୧୦ ହଜାର ରନର ଅଙ୍କ ପାର କରିଥିଲେ।

ଆପଣଙ୍କୁ କହି ରଖୁଛୁ କି ବିରାଟ କୋହଲି ଦ୍ୱିତୀୟ ଭାରତୀୟ ଯିଏ କି ଘରୋଇ ମୈଦାନ ମାନଙ୍କରେ ୧୦ ହଜାର ରନ କରିବାର ଅଙ୍କ ପାର କଲେ। ତାଙ୍କ ଆଗରୁ ଜଣେ ଭାରତୀୟ ଭାବେ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଅଛି ଯିଏ କି ୧୪୧୯୬ ରନ କରି ଏକ ନମ୍ବରରେ ରହିଛନ୍ତି। ସେ ଘରୋଇ ମୈଦାନରେ ସର୍ବାଧିକ ରନ କରିବା ସୁଚିରେ ଦ୍ୱିତୀୟରେ ଅଛନ୍ତି। ତାଙ୍କ ବ୍ୟତୀତ ରିକି ପୋଣ୍ଟିଂ, କୁମାର ସାଙ୍ଗକାରା, ଜ୍ୟାକ କାଲିସ ଆଉ ମାହେଲା ଜୟବର୍ଦ୍ଧନେ ବି ଏହି କାରନାମା କରିସାରିଛନ୍ତି।

Google

କହି ରଖୁଛୁ କି ଅଧିନାୟକ କୋହଲି ୪୩ ଶତକ ଉପରେ ହିଁ ଅଟକି ଯାଇଛନ୍ତି। ସେ ଅଗଷ୍ଟ ୨୦୧୯ ଠାରୁ ଆଉ ଶତକ ହିଁ ଲଗେଇ ନାହାନ୍ତି। ଭାରତୀୟ ଅଧିନାୟକ ଶେଷ ଥର ପାଇଁ ୨୦୧୯ ଅଗଷ୍ଟରେ ଶତକୀୟ ପରି ଖେଳିଥିଲେ ଆଉ ତାହା ପର ଠାରୁ ୧୩ଟି ଦିନିକିଆ ମ୍ୟାଚରେ ସେ ୭ଟି ୫୦ ମାରିଛନ୍ତି ମାତ୍ର ଶତକ ଯାଏ ପହଂଚି ପାରି ନାହାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *