କୋହଲି ଏବଂ ଡିଭିଲିୟର୍ସ କ୍ରିକେଟ୍ ବ୍ୟାଟ୍, ଟି-ସାର୍ଟ ଓ ଗ୍ଲୋବସକୁ ନିଲାମ କରି କୋରୋନା ପାଇଁ ଫଣ୍ଡ ଯୋଗାଡ଼ କରିବେ ।
କ୍ରିକେଟ୍ ବ୍ୟାଟ୍, ଗ୍ଲୋବର୍ସ ଓ ଟି-ସାର୍ଟକୁ ନିଲାମ କରି କରୋନା ପାଇଁ ଫଣ୍ଡ ଯୋଗାଡ଼ କରିବେ କୋହଲି ଏବଂ ଡିଭିଲିୟର୍ସ । କରୋନା ମୁକାବିଲା ପାଇଁ ବିଶ୍ୱ କ୍ରିକେଟ୍ ର ଏହି ଦୁଇ ଖେଳାଳି ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ଦୁଇ ଖେଳାଳି ଆଇପିଏଲରେ ରୋୟାଲ ଚାଲେଞ୍ଜର ବେଙ୍ଗାଳୁରୁ ଟିମ୍ ରେ ସାଙ୍ଗ ହୋଇ ଖେଳୁଛନ୍ତି ।
ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଦୁଇ ଜଣଙ୍କର ବନ୍ଧୁତା ଅତି ନିବିଡ଼ । ତେଣୁ ଏହି ଦୁଇ ଖେଳାଳି ସାଙ୍ଗ ହୋଇ କରୋନା ମୁକାବିଲା ପାଇଁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ଇନଷ୍ଟାଗ୍ରାମରେ ଲାଇଭ୍ ଚ୍ୟାଟ୍ କରୁଥିବା ସମୟରେ କୋହଲିଙ୍କୁ ଏନେଇ ଡିଭିଲିୟର୍ସ କହିଥିଲେ ।
୨୦୧୬ ମସିହା ୧୪ ମେ ବେଙ୍ଗାଳୁରୁରେ ଆଇପିଏଲର ଗୁଜୁରାଟ ଲାୟନ୍ସ ବିପକ୍ଷରେ କୋହଲି ଏବଂ ଡିଭିଲିୟର୍ସ ଶତକୀୟ ଇନିଂସ୍ ଖେଳିଥିଲେ । ଦୁହେଁ ମିଶିକି ଏହି ମ୍ୟାଚ୍ ରେ ୨୨୯ ରନ୍ ର ପାଟନରସିପ୍ ଇନିଂସ୍ ଖେଳିଥିଲେ । ଏହା ଥିଲା ତାଙ୍କର ସର୍ବାଧିକ ପାଟନରସିପ୍ ରନ୍ । ଏହି ମ୍ୟାଚ୍ ରେ ଡିଭିଲିୟର୍ସ ୧୨୯ ରନ୍ (୫୨ ବଲ) ଏବଂ କୋହଲି ୧୦୯ ରନ୍ (୫୫ ବଲ) ଇନିଂସ୍ ଖେଳିଥିଲେ । ଏହି ମ୍ୟାଚ୍ ରେ ଆରସିବି ୨୪୮ ରନ୍ କରିଥିଲା ଏବଂ ୧୪୪ ରନ୍ ରେ ମ୍ୟାଚ୍ କୁ ଜିତିଯାଇଥିଲେ ।
ତେଣୁ ଏହି ମ୍ୟାଚ୍ ର ବ୍ୟାଟ୍, ଗ୍ଲୋବର୍ସ ଓ ସବୁଜ ରଙ୍ଗର ଟି-ସାର୍ଟ କୁ ନିଲାମ କରିବାକୁ ଦୁହେଁ ନିଷ୍ପତି ନେଇଛନ୍ତି ।
ଖେଳରୁ ଦୁଇ ଜଣଙ୍କର ବନ୍ଧୁତା ।
ସେମାନେ ଏହି ସାମଗ୍ରୀଗୁଡ଼ିକୁ ନିଲାମ ଅନଲାଇନ୍ ଜରିଆରେ କରିବେ ବୋଲି ଜଣାଇଛନ୍ତି । ନିଲାମରୁ ଯେଉଁ ଟଙ୍କା ସଂଗ୍ରହ କରାଯିବ ସେଥିରେ ଦୁଇଦେଶର ଗରିବ ଲୋକମାନଙ୍କୁ ଖାଇବାକୁ ଦିଆଯିବ ବୋଲି ଏହି ଦୁଇ ସୁପର ଷ୍ଟାର କହିଛନ୍ତି ।
ବର୍ତମାନ କୋରୋନା ପାଇଁ ସାରା ଭାରତ ଲକଡାଉନ୍ ରହିଛି । ଫଳରେ ଅନେକ ଗରିବ ଲୋକ ଖାଇବାକୁ ମିଳୁ ନଥିବାରୁ ବହୁତ ହଇରାଣ ହରକତ ହେଉଛନ୍ତି । ତେଣୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବିରାଟ କୋହଲି ଇଛା ପ୍ରକାଶ କରିଛନ୍ତି । ବିରାଟ କୋହଲି ଏହି ନିଲାମ ଟଙ୍କାକୁ ଗରିବ ଲୋକଙ୍କ ଖାଇବା ପାଇଁ ଖର୍ଚ୍ଚ କରିବେ ବୋଲି କହିଛନ୍ତି ।
ଡିଭିଲିୟର୍ସ ଙ୍କ ଅନୁରୋଧ ରେ କୋହଲି ରାଜି ହୋଇଗଲେ । ସାହାଯ୍ୟ ପାଇଁ ଆଗେଇ ଆସିଲେ ।
କୋରୋନା ମହାମାରୀରୁ ଗରିବ ଲୋକ ମାନଙ୍କୁ ରକ୍ଷା କରିବା ପାଇଁ ଆଉ କୋରୋନା ସହିତ ଲଢ଼ୁଥିବା ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଏବଂ ଅନ୍ୟ ସଂସ୍ଥା ଙ୍କର ମନବୋଳ କୁ ଦୃଢ଼ କରିବା ପାଇଁ ଏମିତି କରିଛନ୍ତି । ସେମାନେ ମଧ୍ୟ ସରକାରଙ୍କ ନିୟମ କୁ ପାଳନ କରିବାକୁ ଅନୁରୋଧ କରିଛନ୍ତି ।