ବ୍ୟୁରୋ ରିପୋର୍ଟ: ନିକଟରେ ସାଉଥର ଆକ୍ଟର ରାମଚରଣ ‘ନାଟୁ-ନାଟୁ’ ସଂଗୀତକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, କଣ ପାଇଁ ଓସ୍କାର ୨୦୨୩ ରେ ସେ ଏବଂ ଜୁନିୟର ଏନଟିଆର ପ୍ରଦର୍ଶନ କରି ନଥିଲେ। ଏହା ସହିତ ସେ ବିରାଟ କୋହଲିଙ୍କ ଆତ୍ମଜୀବନୀ ଉପରେ ମଧ୍ୟ ବୟାନ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଓସ୍କାର ଆୱାର୍ଡରେ ‘ନାଟୁ-ନାଟୁ’ ସଂଗୀତର ଧମାକା ଦେଖିବାକୁ ମିଳିଥିଲା।
ଏହି ସଙ୍ଗୀତ ବେଷ୍ଟ ସଙ୍ଗୀତ ଭାବରେ ଓସ୍କାର ଆୱାର୍ଡ ମଧ୍ୟ ଜିତିଥିଲା। ଏହାକୁ ପ୍ରେମ ରଖିତ କୋରିଓଗ୍ରାଫି କରିଥିବା ବେଳେ କାଲ ଭୈରବ ସିପ୍ଲିଙ୍ଗୁଜ ଗାଇଛନ୍ତି ଏବଂ ଏହାର ସଙ୍ଗୀତକାର ଏମଏମ କିରବାନୀ ଅଛନ୍ତି।
ଓସ୍କାର ଜିତିବା ପରେ ମଞ୍ଚ ୱାରେ ରାମଚରଣ ନଜର ଆସିଥିଲେ। ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଯେ, ସେ କଣ ପାଇଁ ‘ନାଟୁ-ନାଟୁ’ ସଂଗୀତରେ ନାଚି ନଥିଲେ, ସେ କହିଥିଲେ ଯେ, ସେ ଚାହୁଁଥିଲେ ସେ ଏହି ଗାତରେ ନାଚିବେ। କିନ୍ତୁ ଓସ୍କାର କମିଟି ତାଙ୍କୁ ଏଥିପାଇଁ ସମ୍ପର୍କ କରି ନ ଥିଲେ। ଏହାପରେ ମଧ୍ୟ ସେ ବହୁତ ଖୁସି ଯେ, ତାଙ୍କ ଗୀତ ଓସ୍କାରରେ ପରିବେଷଣ କରାଯାଇଥିଲା।
ରାମଚରଣଙ୍କୁ ପଚାର ଯାଇଥିଲା ଯେ, ସେ ଗୋଟିଏ କେଉଁ ଚରିତ୍ର ପାଇଁ ବହୁତ ଇଛୁକ। ସେତେବେଳେ ସେ ଏହାର ଉତ୍ତର ଦେଇଥିଲେ ଯେ, ମୁଁ ସ୍ପୋର୍ଟସ ସହିତ ଜଡିତ ଏକ ଚଳଚ୍ଚିତ୍ର କରିବା ପାଇଁ ଚାହୁଁଛି। ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଯେ, ସେ ବିରାଟ କୋହଲିଙ୍କ ବୟୋପିକ ଉପରେ ଚଳଚ୍ଚିତ୍ର କରିବା ପାଇଁ ଇଚ୍ଛୁକ, ସେତେବେଳେ ସେ ସଂଗେ ସଂଗେ ହଁ କହିବା ସହିତ ବହୁତ ଭଲ ସୁଝାବ ମଧ୍ୟ ଦେଇଥିଲେ।
ନିକଟରେ ବିରାଟ କୋହଲିଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ‘ନାଟୁ-ନାଟୁ’ ସଂଗୀତରେ ନାଚୁ ଥିବାର ନଜର ଆସିଥିଲେ। ସୂଚନାଯୋଗ୍ୟ ଯେ, ଏହି ଗୀତର ସୁଟିଂ ୟୁକ୍ରେନରେ ହୋଇଥିବା ବେଳେ ରାମଚରଣ କହିଥିଲେ ଯେ, ଏହି ଗୀତ ସୁଟ୍ କରିବା ଲାଗି ୧୨ ଦିନ ଲାଗିଥିଲା ଏବଂ ସେ ଏହାକୁ ୭ ଦିନ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ। ଲଗାତାର ଏହାର ଅଭ୍ୟାସ କରି କରି ତାଙ୍କର ଆଣ୍ଠୁ ଯନ୍ତ୍ରଣା ମଧ୍ୟ ହେଉଥିଲା। କିନ୍ତୁ ତାଙ୍କ ପରିଶ୍ରମର ଫଳ ତାଙ୍କୁ ମିଳି ଯାଇଥିଲା।