ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ନିଜର ଏକ ବୟାନରେ ଚାରିଆଡେ ହଇଚଇ ସୃଷ୍ଟି କରିଛନ୍ତି। ସେ ଏକ ଏପରି କଥା କହିଛନ୍ତି ଯାହା ତାଙ୍କ ଫ୍ୟାନ୍ସଙ୍କ ମନରେ ନୂଆ ଜୋସ ଭରିଦେଇଛି। କୋହଲିଙ୍କର କହିବା ଅଟେକି ତାଙ୍କର ସବୁଠୁ ବଡ଼ ଟାର୍ଗେଟ ଭାରତକୁ ଏସିଆ କପ ଓ ଟି-୨୦ ବିଶ୍ୱକପ ଜିତାଇବା ଅଟେ,ଯାହା ପାଇଁ ସେ ପୁରା ଦମ ଲଗାଇଦେବେ।

କହିରଖିବୁ ଏବେ ବିରାଟ କୋହଲି ପତ୍ନୀ ଅନୁଷ୍କା ଓ ଝିଅ ଭାମିକାଙ୍କ ସହ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଛୁଟି ବିତାଉଛନ୍ତି। ଅଳ୍ପଦିନ ତଳେ ଇଂଲଣ୍ଡ ସିରିଜରେ ମଧ୍ୟ ସେ ୬ ଇଣ୍ଟରନେସନାଲ ପାରିରେ ମାତ୍ର ୭୬ ରନ କରିଥିଲେ। ଯାହା ପରେ ଟିମ ଇଣ୍ଡିଆରେ ତାଙ୍କ ଜାଗାକୁ ନେଇ ପ୍ରଶ୍ନ ଉଠୁଛି।
ନିଜର ଏହି ବୟାନରେ କରିଛନ୍ତି ଚକିତ:
ବିରାଟ କୋହଲି ଷ୍ଟାର ସ୍ପୋର୍ଟକି ଦେଇଥିବା ଏକ ଇଣ୍ଟରଭିଉରେ କହିଛନ୍ତି,”ମୋର ସବୁଠୁ ବଡ଼ ଟାର୍ଗେଟ ଭାରତକୁ ଏସିଆ କପ ଓ ଟି-୨୦ ବିଶ୍ୱକପ ଜିତାଇବାରେ ସାହାଯ୍ୟ କରିବା ଅଟେ। ଏଥିପାଇଁ ଯାହାବି କିଛି କରିବାକୁ ପଡିବ ତାହା ପାଇଁ ମୁଁ ପ୍ରସ୍ତୁତ”କହିରଖିବୁ କି ଏସିଆ କପ ୨୭ ଅଗଷ୍ଟରୁ ୟୁଏଇରେ ହେବ। ଏହା ପରେ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ। ଏହି ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ହେବ।
ଶତକ ସହିତ ଫେରିବେ:

କହିରଖିବୁକି କୋହଲି ଏବେ ସିଧା ୨୭ଅଗଷ୍ଟକୁ ହିଁ ଏସିଆକପରେ ଭାରତୀୟ ଟିମ ସହ ଯୋଡିହେବେ। ସେ ନଭେମ୍ବର ୨୦୧୯ରୁ ଶତକ ଲଗାଇ ପାରିନାହାନ୍ତି। କିନ୍ତୁ ସମସ୍ତେ ଜାଣିଛନ୍ତି ସେ ଦିନେ ଶତକ ସହ ଫେରିବେ।
କୋହଲିଙ୍କ ଠୁ ଅଧିକ ଅନୁଭବି ବ୍ୟାଟ୍ସମ୍ୟାନ ଭାରତ ପାଖରେ ନାହିଁ:
୨୭ ଅଗଷ୍ଟରୁ ଆରମ୍ଭ ହେବାଥିବା ଏସିଆ କପ, ଅକ୍ଟୋବର-ନଭେମ୍ବରରେ ହେବାକୁଯାଉଥିବା ଟି-୨୦ ବିଶ୍ୱକପ ଓ ୨୦୨୩ ଏକଦିବସିୟ ବିଶ୍ୱକପରେ ବିରାଟ କୋହଲି ଟିମ ଇଣ୍ଡିଆ ପାଇଁ ମହତ୍ତ୍ୱପୂର୍ଣ୍ଣ ଖେଳାଳି ହେବେ। ତାଙ୍କଠୁ ଅଧିକ ଅନୁଭବୀ ଖେଳାଳି ବର୍ତ୍ତମାନ ପ୍ରାୟ ଭାରତ ପାଖରେ ନାହଁନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।