ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୩୧୭ ରନରେ ହରାଇ ଟେଷ୍ଟ ସିରିଜକୁ ୧-୧ରେ ବରାବର କରିଦେଇଛି କିନ୍ତୁ ଏବେ ତାଙ୍କ ଅଧିନାୟକଙ୍କ ଉପରେ ବଡ଼ ବିପଦ ଦେଖାଯାଉଛି। ବିରାଟ କୋହଲିଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ ଲାଗିପାରେ କାରଣ ବିରାଟ କୋହଲି ଅମ୍ପାୟାରଙ୍କ ସହ ଝଗଡା କରିଥିଲେ। ଚେନ୍ନାଇ ଟେଷ୍ଟର ତୃତୀୟ ଦିନ ବିରାଟ କୋହଲି ଅମ୍ପାୟାର ନିତୀନ ମେନଙ୍କ ସହ ଝଗଡା କରିଥିଲେ। ଜୋ ରୁଟଙ୍କ ଉପରେ ଥାର୍ଡ ଅମ୍ପାୟାରଙ୍କ ଫଇସଲା ଉପରେ ବିରାଟ କୋହଲି ଖୁସି ନଥିଲେ। ଏହା ପରେ ଭାରତୀୟ ଅଧିନାୟକ ଅମ୍ପାୟାରଙ୍କ ସହ ଅନେକ ସମୟ ରାଗରେ କଥାହେଉଥିବା ଦେଖାଯାଇଛି। ଅମ୍ପାୟାରଙ୍କ ସହ ରାଗରେ କଥା ବିରାଟ କୋହଲିଙ୍କ ଉପରେ ଭାରି ପଡିପାରେ।

ଆଇସିସିର କୋର୍ଡ ଅଫ କଣ୍ଡକ୍ଟ ଆର୍ଟିକଲ ୨.୮ ଅନୁସାରେ ଅମ୍ପାୟାରଙ୍କ ଫଇସଲା ଉପରେ ବିରୋଧ କରିବା ଖେଳାଳି ଉପରେ ୧ ବା ୨ ଟି ଚାର୍ଜ ଲାଗିପାରେ। ଯାହା ପରେ ଖେଳାଳି ଖାତାରୁ ଗୋଟେରୁ ଚାରିଟି ଡ଼ିମେରିଟ ଅଙ୍କ ଯୋଡ଼ା ହୋଇଥାଏ। ୨୪ ମାସ ଭିତରେ ଯଦି କୌଣସି ଖେଳାଳି ଖାତାରେ ୪ ଡ଼ିମେରିଟ ଅଙ୍କ ଯୋଡ଼ା ହୋଇଥାଏ ତେବେ ଏକ ଟେଷ୍ଟ ବା ଦୁଇଟି ଏକଦିବସିୟ କିମ୍ବା ଦୁଇଟି ଟି-୨୦ ମ୍ୟାଚ ଉପରେ ବ୍ୟାନ ଲାଗିପାରେ।
ବିରାଟ କୋହଲିଙ୍କ ଖାତାରେ ୨ ଡ଼ିମେରିଟ ଅଙ୍କ ପୂର୍ବରୁ ହିଁ ଅଛି:
ଆପଣଙ୍କୁ କହିରଖବୁ କି ବିରାଟ କୋହଲିଙ୍କ ଖାତାରେ ପୂର୍ବରୁ ହିଁ ୨ ଡ଼ିମେରିଟ ଅଙ୍କ ଅଛି। ଯଦି ତାଙ୍କୁ ଚେନ୍ନାଇ ଟେଷ୍ଟରେ ଅମ୍ପାୟାରଙ୍କ ଫଇସଲା ଉପରେ ବିରୋଧ କରିବାକୁ ନେଇ ତାଙ୍କ ଖାତାରେ ୨ ଡ଼ିମେରିଟ ଅଙ୍କ ଯୋଡ଼ା ଯାଏ ତ ତାଙ୍କୁ ଗୋଟେ ଟେଷ୍ଟ ମ୍ୟାଚରେ ବ୍ୟାନ କରାଯିବ।ବର୍ତ୍ତମାନ ସିରିଜ ୧-୧ ରେ ବରାବର ଅଛି। ଯଦି ବିରାଟ କୋହଲି ଏହି ଟେଷ୍ଟରେ ଗୋଟେ ମଧ୍ୟ ମ୍ୟାଚ ନଖେଳିବେ ତେବେ ଭାରତୀୟ ଦଳ ପାଇଁ ବହୁତ ବିପଦ ସୃଷ୍ଟି ହୋଇପାରେ।

ଇଂଲଣ୍ଡର ବଡ଼ ଖେଳାଳି ବିରାଟ କୋହଲିଙ୍କ ଆଲୋଚନା କରିଛନ୍ତି:
ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକଲ ବୋନ କୋହଲିଙ୍କ ଆଲୋଚନା କରି କହିଛନ୍ତି ବିରାଟ କୋହଲି ବଡ଼ ଖେଳାଳି ଅଟନ୍ତି ସତ କିନ୍ତୁ ସେ ଏହିପରି ପଡ଼ିଆରେ ଅମ୍ପାୟାରଙ୍କୁ ଡରାଇ ପାରିବେନି । ଡେଭିଡ ଲୋୟର୍ଡ଼ତ ଭାରତୀୟ ଟିମ ମ୍ୟାନେଜମେଣ୍ଟକୁ ବିରାଟ କୋହଲିଙ୍କ ସହ କଥାବାର୍ତ୍ତା ହେବା ପାଇଁ ପରାମର୍ଶ ଦେଇଦେଇଛନ୍ତି। ଲୋୟର୍ଡଙ୍କ କହିବା ଅଟେ କି ଅଧିନାୟକ ରୂପରେ ବିରାଟ କୋହଲିଙ୍କ ବ୍ୟବହାର ଠିକ ନଥିଲା। ତାଙ୍କୁ ଭଲ ଉଦାହରଣ ସୃଷ୍ଟି କରିବା ଦରକାର। କେବଳ ଇଂଲଣ୍ଡର ଖେଳାଳି ନୁହେଁ ପୂର୍ଵ ଭାରତୀୟ ଖେଳାଳି ଗୌତମ ଗମ୍ଭୀର ବି ବିରାଟ କୋହଲିଙ୍କ ଆଲୋଚନା କରିବାରେ ନଜର ଆସିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।