ଭାରତୀୟ ଦଳ ପ୍ରଥମ ଦୁଇଟି ଦିନିକିଆରେ ପରାଜୟର ସମ୍ମୁଖୀନ ହୋଇଛି । ଦିନିକିଆ ସିରିଜ ହାରିବାରେ ପରେ ପୁଣି ଥରେ କୋହଲି ଆଲୋଚକଙ୍କ ସାମ୍ନାକୁ ଆସିଯାଇଛନ୍ତି ।
ପୁର୍ବ କ୍ରିକେଟର ଗୌତମ ଗମ୍ଭୀର କହିଲେ ଯେ ମୋତେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବୁଝା ପଡୁନି ।
ରବିବାର ଦିନ ୨ୟ ଦିନିକିଆରେ ଭାରତ ଆଗରେ ୩୯୦ ରନର ଲକ୍ଷ୍ୟ ଥିଲା । ଭାରତୀୟ ଦଳ ୫୦ ଓଭରରେ ୩୩୮ ରନ ହିଁ କରିପାରିଥିଲା । ଗୋଟିଏ ମ୍ୟାଚ ବାକି ଥାଇ ମଧ୍ୟ ଅଷ୍ଟ୍ରେଲିଆ ସିରିଜ ନିଜ ହାତ ମୁଠାକୁ ନେଇଆସିଲା । ପ୍ରଥମ ଦିନିକିଆରେ ଭାରତ ୬୬ ରନର ପରାଜିତ ହୋଇଥିଲା ।
ଦୁଇ ଓଭର ପରେ ବୁମରାଙ୍କୁ ବୋଲିଂରୁ ହଟେଇଦେଇଥିବା ଘଟଣାକୁ ନେଇ ଗମ୍ଭୀର ଲକ୍ଷ୍ୟ ସାଝିଲେ ଏବଂ କହିଲେ ” ବିରାଟଙ୍କର ଅଧିନାୟକତ୍ୱ ବୁଝା ପଡୁନି, ଆମେ ଏହି କଥା କହୁଛୁ ଯେ ୱିକେଟ ନେବା କେତେ ଜରୁରୀ ଅଟେ । ଯଦି ଆପଣ ସବୁଠୁ ଭଲ ବୋଲରଙ୍କୁ ହଟେଇଦେବେ ତେବେ କେମିତି ହେବ । ବୁମରା ୪-୩-୩ ଓଭର ସ୍ପେଲ କରେଇବା ଦରକାର ।”

ଗମ୍ଭୀର ଆଗକୁ କହିଲେ, “ଆପଣ ନିଜର ମୁଖ୍ୟ ବୋଲରଙ୍କୁ ଦୁଇ ଓଭର ପରେ ହଟେଇଦେଲେ, ଏହି କଥାକୁ କେମିତି ବୁଝିହେବ,ଏହା ଟି-୨୦ ଖେଳ ନୁହଁ । ଯାହା ଆପଣ କଲେ ତାହା ବହୁତ ଖରାପ କ୍ୟାପଟେଏନ୍ସି ହିଁ କୁହାଯିବ ।
୬ ତମ ବୋଲରଙ୍କ କଥାକୁ ନେଇ ଗମ୍ଭୀର ସିଭମ ଦୁବେ ଏବଂ ୱାସିଙ୍ଗଟନ ସୁନ୍ଦରଙ୍କୁ ଆପଣେଇବା କଥା କହିଛନ୍ତି । ଗମ୍ଭୀର କହିଲେ, “ସିଭମ ଦୁବେ ଏବଂ ସୁନ୍ଦର ଭଲ ବିକଳ୍ପ ହୋଇପାରିବେ । ସେ ଦଳ ସହିତ ଅଷ୍ଟ୍ରେଲିଆରେ ଅଛନ୍ତି ତେଣୁ ତାଙ୍କୁ ମୌକା ଦେବା ଦରକାର ।”

କହିଦେଉଛୁ ପ୍ରଥମରୁ ହିଁ ଗମ୍ଭୀର କ୍ୟାପଟେନ୍ସିକୁ ନେଇ କୋହଲିଙ୍କୁ ଟାର୍ଗେଟ କରୁଛନ୍ତି। ଗମ୍ଭୀର ୧୩ତମ ଆଇପିଏଲ ସଂସ୍କରଣ ସରିବା ପରେ ଲିମିଟେଡ଼ ଓଭର କ୍ରିକେଟରେ କୋହଲିଙ୍କ ସ୍ଥାନରେ ରୋହିତଙ୍କୁ ଅଧିନାୟକ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।