ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ଟିକିଆ ଟେଷ୍ଟ ମ୍ୟାଚ ସିରିଜର ଆରମ୍ଭ ଚେନ୍ନାଇର ଚେପକ ଷ୍ଟାଡିୟମରେ ହେବ। ଭାରତୀୟ ଟିମ ଆଗାମୀ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତ କରୁଛି। ମଙ୍ଗଳବାର ଠାରୁ ଟିମ ଇଣ୍ଡିଆ ଚେନ୍ନାଇରେ ଆଉଟ ଡୋର ଟ୍ରେନିଂ ଆରମ୍ଭ କରିଛି। ଭାରତୀୟ ଟିମର ନିୟମିତ ଅଧିନାୟକ ବିରାଟ କୋହଲି ଟିମ ସହ ସାମିଲ ହୋଇଯାଇଛନ୍ତି। ଅଷ୍ଟ୍ରେଲିଆ ସିରିଜରେ ପ୍ରଥମ ମ୍ୟାଚ ଖେଳି ସେ ସ୍ବଦେଶ ଫେରି ଆସିଥିଲେ। ପୂର୍ବ ମାସରେ ସେ ବାପା ହୋଇଥିଲେ।

ଚେପକ ଷ୍ଟାଡିୟମରେ ଟ୍ରେନିଂ ସମୟରେ ବିରାଟ ମଜାକ ମୂଡ଼ରେ ଆସିଲେ ଓ ମହେନ୍ଦ୍ର ସିଂ ଧୋନୀଙ୍କ ହେଲିକପ୍ଟର ସର୍ଟର ନକଲ କଲେ। ବିସିସିଆଇ ଭାରତୀୟ ଟିମର ଏକ ପ୍ରଶିକ୍ଷଣ କ୍ଷତ୍ର ଏକ ଭିଡିଓ ଟ୍ୱିଟରରେ ଅପଲୋଡ଼ ହୋଇଛି।ଯେଉଁଥିରେ ବିରାଟ କୋହଲି ଏମ୍ ଏସ ଡିଙ୍କ ଏକ ସର୍ଟକୁ କପି କରୁଛନ୍ତି।
ଏହାଛଡା ବିରାଟ କୋହଲି ତାଙ୍କର ଅଫିସିଆଲ ଇନ୍ସଟାଗ୍ରାମ ଆକାଉଣ୍ଟରେ ନେଟ ପ୍ରାକ୍ଟିସର ଏକ ଭିଡ଼ିଓ ଅପଲୋଡ଼ କରିଛନ୍ତି। ଏଥିରେ ସେ କ୍ୟାପସନ ଦେଇଥିଲେ-“ନିଜ ମୁଣ୍ଡ ତଳକୁ କର ଓ କାମ କରିଚାଲ।”
ଧୋନିଙ୍କୁ ପଛରେ ଛାଡିବେ ବିରାଟ:
ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ବିରାଟଙ୍କ ପାଖରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ଛାଡିବାର ମୌକା ଅଛି। ଭାରତକୁ ତିନି ଥର ଆଇସିସି ଟ୍ରଫି ଦେଇଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟିକତ୍ଵରେ ଭାରତରେ ସେ ୨୧ ଟି ଟେଷ୍ଟ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ବିରାଟ କୋହଲିଙ୍କ ଅଧିନାୟିକତ୍ଵରେ ଭାରତୀୟ ମାଟିରେ ଇଣ୍ଡିଆ ୨୦ ଟି ମ୍ୟାଚରେ ବିଜୟ ଲାଭ କରିଛି। ଯଦି ବିରାଟ ଆଉ ୨ ଟି ମ୍ୟାଚ ଜିତିଯିବେ ତେବେ ଧୋନୀଙ୍କୁ ସେ ପଛରେ ଛାଡ଼ିଦେବେ।
Team bonding ??
Regroup after quarantine ✅
A game of footvolley ?#TeamIndia enjoys a fun outing at Chepauk ahead of the first Test against England. ?? – by @RajalArora #INDvENGWatch the full video ?? https://t.co/fp19jq1ZTI pic.twitter.com/wWLAhZcdZk
— BCCI (@BCCI) February 2, 2021
କହିରଖିଛୁ କି ଧୋନୀଙ୍କ ଅଧିନାୟିକତ୍ଵରେ ଭାରତ ୬୦ ମ୍ୟାଚରେ ୨୭ ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ବିରାଟ କୋହଲିଙ୍କ ଅଧିନାୟିକତ୍ଵରେ ୫୬ ରୁ ୩୩ ମ୍ୟାଚରେ ବିଜୟ ହୋଇଛି। ବିରାଟ କୋହଲି ଭାରତର ସବୁଠୁ ସଫଳତମ ଟେଷ୍ଟ ଅଧିନାୟକ ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।