ଶାହାରୁଖ ଖାନଙ୍କୁ ପଛରେ ପକାଇ ବିରାଟ କୋହଲି ରଚିଲେ ଇତିହାସ, ପାଇଲେ ସ୍ୱତନ୍ତ୍ର ସ୍ଥାନ।

ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଲଗାତାର ଚତୁର୍ଥ ଥର ଭାରତର ସବୁଠାରୁ ଭ୍ୟାଲୁଏବୁଲ ସେଲିବ୍ରିଟି ଲିଷ୍ଟ ରେ ନମ୍ବର ୧ ସ୍ପଟରେ ରହିଛନ୍ତି। ୨୩.୭୭ କୋଟି ଆମେରିକା ଡଲାର ବ୍ରାଣ୍ଡ ଭ୍ୟାଲୁ ସହ ସେ ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିଛନ୍ତି। ଏହି ଲିଷ୍ଟରେ ଦ୍ୱିତୀୟ ଆଉ ତୃତୀୟ ସ୍ଥାନରେ ଅଭିନେତା ଅକ୍ଷୟ କୁମାର ତଥା ରଣବିର ସିଂ ରହିଛନ୍ତି। ୨୦୨୦ର ସବୁଠୁ ଭ୍ୟାଲୁଏବୁଲ ଲିଷ୍ଟରେ ସେ ପୁନର୍ବାର ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିଛନ୍ତି।

Google

ବ୍ରାଣ୍ଡ ଭ୍ୟାଲୁଏସନରେ ମହାରଥୀ କମ୍ପାନୀ ଡଫ ଏଣ୍ଡ ଫେଳ୍ପସ ଗୁରୁବାର ଦିନ ନିଜର ଏକ ବୟାନରେ କହିଲେ କି ୨୦୨୦ର ଟପ ୧୦ ଭ୍ୟାଲୁ ସୁଚିରେ ବିରାଟ କୋହଲି ଏକମାତ୍ର ଲୋକ ଯିଏ କି ସିନେମା ଷ୍ଟାର ନୁହନ୍ତି। ଆଉ ଏହି ସୁଚିରେ ମାତ୍ର ଦୁଇ ଜଣ ମହିଳା ସାମିଲ ଅଛନ୍ତି। ବୟାନରେ କୁହାଗଲା କି ବ୍ରାଣ୍ଡ ଭ୍ୟାଲୁଏସନରେ କୋହଲିଙ୍କର ଭ୍ୟାଲୁ ଯଥାଗତ ରହିଲା ମାତ୍ର ଟପ ୨୦ ସେଲିବ୍ରିଟି ମାନେ ତାଙ୍କର ମୋଟ ଭ୍ୟାଲୁର ପ୍ରାୟ ୧ ଅରବ ଡଲାର ହରେଇ ଦେଲେ।

ବିରାଟ ଲଗାତାର ଚତୁର୍ଥ ବର୍ଷ ବନି ରହିଛନ୍ତି ସବୁଠୁ ଭ୍ୟାଲୁଏବୁଲ ସେଲିବ୍ରିଟି:

କୋହଲି ଲଗାତାର ଚତୁର୍ଥ ବର୍ଷ ପାଇଁ ସବୁଠୁ ଭ୍ୟାଲୁଏବୁଲ ସେଲିବ୍ରିଟି ହେଇକି ଅଛନ୍ତି ଆଉ ଲାକଡାଉନ ସତ୍ତ୍ୱେ ବି ତାଙ୍କର ବ୍ରାଣ୍ଡ ଭ୍ୟାଲୁ ଟିକେ ବି କମ ହେଇନାହିଁ। ତାହା ସେହି ୨୩.୭୭ କୋଟି ଡଲାର ହିଁ ରହିଛି। ଅକ୍ଷୟ କୁମାରଙ୍କର ବ୍ରାଣ୍ଡ ଭ୍ୟାଲୁ ୧୩.୮% ବଢିଯାଇଛି ଆଉ ସେ ପ୍ରାୟ ୧୧.୮୯ କୋଟି ଡଲାର ଭ୍ୟାଲୁ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହି ସମୟରେ ରଣବିର ସିଂ ୧୦.୨୯ କୋଟି ଭ୍ୟାଲୁ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Google

ଶାହରୁଖ ଖାନ ଚତୁର୍ଥ ନମ୍ବରରେ ଅଛନ୍ତି: ଡଫ ଏଣ୍ଡ ଫେଳ୍ପସ ବ୍ରାଣ୍ଡ ବ୍ୟାଲୁଏସନ ମୁତାବିକ ୨୦୨୦ରେ ଭାରତର ଟପ ୨୦ ସେଲିବ୍ରିଟି ମାନଙ୍କର ବ୍ରାଣ୍ଡ ଭ୍ୟାଲୁ ପ୍ରାୟ ୧ ଅରବ ଡଲାର ଥିଲା ଯାହା କି ୨୦୧୯ ତୁଳନାରେ ୫% କମ ଅଟେ। ଏହି ସୁଚିରେ ୫.୧୧ କୋଟି ଡଲାର ଭ୍ୟାଲୁ ସହ ଶାହରୁଖ ଖାନ ଚତୁର୍ଥ ନମ୍ବରରେ ଆଉ ୫.୦୪ କୋଟ ଡଲାର ସହ ଦୀପିକା ପାଦୁକନ ପଞ୍ଚମ ନମ୍ବରରେ ଅଛନ୍ତି। ଏହି ସୂଚୀରେ ଆଲିଆ ଭଟ ୬ମ ସ୍ଥାନ ଅଧିକାର କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *