ଭାରତର କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ପଶୁମାନଙ୍କ ସହଯୋଗ ପାଇଁ ଆଗକୁ ଆସିଛନ୍ତି। ତାଙ୍କ ଫାଉଣ୍ଡେସନ ନିଜ ପଶୁ କଲ୍ୟାଣ ପରିଯୋଜନା ଅନୁସାରେ ମୁମ୍ବାଇର ବାହାରେ ଦୁଇଟି ପଶୁ ଗୃହ ତିଆରି କରିବେ। ବିରାଟ କୋହଲିଙ୍କ ଫାଉଣ୍ଡେସନ ଏଥିପାଇଁ ବିବାଲିଡ଼ସ ଏନିମନ ହେଲଥ ଓ ଓ ମୁମ୍ବାଇର ଏନଜିଓ ସହିତ ହାତ ମିଶାଇଛି। ଏହି ପଶୁ ଗୃହ ମଲାଡ଼ ଓ ବୋଇସରରେ ତିଆରି କରାଯିବ।

ମଲାଡ଼ର ପଶୁ ଗୃହ ଆସ୍ଥାଇ ପୂର୍ଣ୍ଣବାସ କେନ୍ଦ୍ର ହେବ।ଏଠାରେ ପଶୁ ମାନଙ୍କୁ ଆଘାତରୁ ଭଲ ହେବା ପର୍ଯ୍ୟନ୍ତ ରଖାଯିବ। ସେହିପରି ବାଇସର କେନ୍ଦ୍ର ସ୍ଥାଇ ହେବ ଯେଉଁଠି ନେତ୍ରହୀନ ବା ବିକଳାଙ୍ଗ ପଶୁମାନଙ୍କୁ ରଖାଯିବ। ବିରାଟ କୋହଲିଙ୍କ ଫାଉଣ୍ଡେସନ ଏମ୍ବୁଲାନ୍ସ ମଧ୍ୟ ଦେବ। ଏହା ସହ ବିରାଟ କୋହଲିଙ୍କ ଫାଉଣ୍ଡେସନ ଖେଳାଳି ମାନଙ୍କୁ ତୟାରୀ କରିବାରେ ସହଯୋଗ କରେ।
To ensure health & support to stray animals, @vkfofficial has now taken its first step towards animal welfare in collaboration with Vivaldis. I want to thank my wife @AnushkaSharma for inspiring me by her passion towards animals & for being a constant advocate for animal rights. https://t.co/OWWL6z33W0
— Virat Kohli (@imVkohli) April 4, 2021
ବିରାଟଙ୍କ ଟିମର ପ୍ରଥମ ମ୍ୟାଚ ୯ ଏପ୍ରିଲକୁ:
ବିରାଟ ଏବେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ସହିତ ଆଇପିଏଲର ପ୍ରସ୍ତୁତିରେ ଲାଗିଛନ୍ତି। ଆଇପିଏଲର ଓପନିଙ୍ଗ ମ୍ୟାଚ ବାଙ୍ଗଲୋର ଓ ମୁମ୍ବାଇ ମଧ୍ୟରେ ଅଛି। ବାଙ୍ଗାଲୋରର ଟିମ ଏବେ ପର୍ଯ୍ୟନ୍ତ ଆଇପିଏଲ ଟ୍ରଫି ଜିତିପାରିନାହାଁନ୍ତି। ଏହି ବର୍ଷ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏହି ବର୍ଷ ଆଇପିଏଲରେ ଆରସିବି ଟିମରେ ଖେଳିବାର ନଜର ଆସିବେ। ଏହି ବର୍ଷ ଟିମ ଭଲ ପ୍ରଦର୍ଶନ କରିବାକୁ ଚାହିଁବ।

କୋହଲିଙ୍କ ଦଳରେ ପଡିକଲ କରୋନା ପଜିଟିଭ ମିଳିଛନ୍ତି। ଆଇପିଏଲ ପୂର୍ବରୁ ଦେବଦତ ପଡିକଲ କରୋନାରେ ପଜିଟିଭ ହୋଇଥିବା ତୃତୀୟ ଖେଳାଳି ଅଟନ୍ତି। ତାଙ୍କ ପୂର୍ଵରୁ କେକେଆରର ନିତିସ ରାଣା ଓ ଦିଲ୍ଲୀ କ୍ୟାପିଟଲ୍ସର ଅକ୍ଷର ପଟେଲ କରୋନା ପଜିଟିଭ ମିଳିଥିଲେ। ଚେନ୍ନାଇ ସୁପର କିଙ୍ଗସର ଜଣେ ସଦସ୍ୟ ମଧ୍ୟ କରୋନା ପଜିଟିଭ ମିଳିଛନ୍ତି। ସେହିପରି ୱାଖଡେ ଷ୍ଟାଡିୟମର ୧୦ ଜଣ ଖେଳାଳି ଓ ବିସିସିଆଇ ଦ୍ଵାରା ନିୟୋଜିତ ୬ ଖେଳାଳି ମଧ୍ୟ କରୋନା ପଜିଟିଭ ମିଳିଛନ୍ତି। ଏବେ ପର୍ଯ୍ୟନ୍ତ ଆଇପିଏଲ ସହିତ ଜଡିତ ୨୦ ଜଣ ମୋଟ ସଦସ୍ୟ କରୋନା ପଜିଟିଭ ମିଳିସାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।