ଆଇପିଏଲ ୨୦୨୦: ବିରାଟ କୋହଲି ରଚିଲେ ଇତିହାସ, ବନିଲେ ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ ।

ଆଇପିଏଲ ୨୦୨୦: ବିରାଟ କୋହଲି ବର୍ତ୍ତମାନ ସମୟରେ ଦୁନିଆରେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି। ଆଇପିଏଲ ଇତିହାସରେ ବିରାଟ କୋହଲି ବହୁତ ଖାସ ସ୍ଥାନ ଅଧିକାର କରିଥିବା ପ୍ରଥମ ଖେଳାଳି ହୋଇଗଲେ।

IPL 2020: Virat Kohli created history, became the first player in the world to achieve a very special place
Google

ଇଣ୍ଡିଆନ ପ୍ରିମୀୟର ଲିଗରେ ଆରସିବିର ଅଧିନାୟକ ବିରାଟ କୋହଲି ଏକ ଖାସ ସ୍ଥାନ ଅଧିକାର କରିଛନ୍ତି। ବିରାଟ କୋହଲି ଆଇପିଏଲରେ ୨୦୦ ଛକା ଓ ୫୦୦ ଚୌକାର ଡ଼ବଲ ପୁରା କରିଥିବା ପ୍ରଥମ ଖେଳାଳୀ ହୋଇଗଲେ। ବିରାଟ କୋହଲିଙ୍କ ଛଡା ଅନ୍ୟ କୌଣସି ଖେଳାଳୀ ଆଇପିଏଲରେ ୫୦୦ ଚୌକା ମାରିନାହାଁନ୍ତି।

ବିରାଟ କୋହଲି ଆଇପିଏଲରେ ୨୦୦ ଛକା ମାରିଥିବା ତୃତୀୟ ଖେଳାଳି ହୋଇଗଲେ। କୋହଲି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏହି ସ୍ଥାନ ହାସଲ କରିଛନ୍ତି। ସେ ୪୩ ବଲରେ ୫୦ ରନର ପାରି ଖେଳି ଏକ ଚୌକା ଓ ଏକ ଛକା ମାରିଥିଲେ।

ଛକା ମାରିବା ମାମଲାରେ ବିରାଟ କୋହଲିଙ୍କ ଉପରେ ମୁମ୍ବାଇ ଇଂଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଓ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅଛନ୍ତି।ରୋହିତ ଶର୍ମା ଆଇପିଏଲରେ ୨୦୯ ଓ ଧୋନି ୨୧୬ ଛକା ମାରିଛନ୍ତି।

Google
ସବୁଠୁ ଆଗରେ ବିରାଟ କୋହଲି:

ଆଇପିଏଲରେ ସବୁଠୁ ଅଧିକ ଛକା ମାରିବା ରେକର୍ଡ କ୍ରିସ ଗେଲଙ୍କ ନାମରେ ଅଛି। ସେ ଏବେ ପର୍ଯ୍ୟନ୍ତ ୩୩୬ ଛକା ମାରିଛନ୍ତି । ତାଙ୍କ ପରେ କୋହଲିଙ୍କ ଟିମର ସାଥି ଆବ୍ରାହମ ଡିଭିଲିୟର୍ସ ଅଛନ୍ତି । ଯିଏକି ଏବେ ପର୍ଯ୍ୟନ୍ତ ୨୩୧ ଛକା ମାରିଛନ୍ତି।ଆଇପିଏଲରେ ସବୁଠୁ ଅଧିକ ରନ କରିଥିବା ସୂଚରେ ବିରାଟ କୋହଲି ଆଗରେ ଅଛନ୍ତି। ବିରାଟ କୋହଲି ଏବେ ପର୍ଯ୍ୟନ୍ତ ୫୮୨୭ ରନ କରିଛନ୍ତି। ବିରାଟ କୋହଲି

ଆଇପିଏଲରେ ୫ ଟି ଶତକ ମଧ୍ୟ ମାରିଛନ୍ତି ଓ ସେ ଗେଲଙ୍କ ପରେ ଏହି ରେକର୍ଡରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସବୁଠୁ ଅଧିକ ରନ ମାମଲାରେ ସୁରେଶ ରାଇନା ଦ୍ୱିତୀୟ ଓ ରୋହିତ ଶର୍ମା ତୃତୀୟ ନମ୍ବରରେ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *