ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫେବୃୟାରୀ ୯ ତାରିଖରୁ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ ୪ ଟି ମ୍ୟାଚ ଖେଳାଯିବାର ଅଛି। ଏହାର ପ୍ରଥମ ମ୍ୟାଚ ଫେବ୍ରୁଆରୀ ୯ ତାରିଖରେ ଖେଳାଯିବାର ଅଛି।
ଭାରତୀୟ ଦଳ ପାଇଁ ଏହି ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଭାରତୀୟ ଦଳ ନିଜକୁ ଜବରଦସ୍ତ ଭାବରେ ପ୍ରସ୍ତୁତି କରି ନେଇଛି। ଦଳରେ କିଛି ଖେଳାଳି ନଥାଇ ମଧ୍ୟ ଭାରତୀୟ ଦଳ ନିଜର ବେଷ୍ଟ ସ୍କ୍ୱାର୍ଡ ପ୍ରସ୍ତୁତ କରି ନେଇଛି। ଏହି ସିରିଜରେ ପୂର୍ବରୁ ଭାରତୀୟ ଦଳର ପକ୍ଷ ଭାରି ରହିଛି। ଭାରତ ଏହି ସିରିଜକୁ ୯ ଥର ଜିତି ସାରିଛି। ଅଷ୍ଟ୍ରେଲିଆ ଦଳ ୫ ଥର ଜିତି ଥିବା ବେଳେ ଗୋଟିଏ ସିରିଜ ଡ୍ର ରହିଥିଲା।
ଏହି ସିରିଜରେ ଭାରତୀୟ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ନାମରେ ଏକ ରେକର୍ଡ ସୃଷ୍ଟି ହୋଇଛି। ସେ ଗୋଟିଏ ସିରିଜରେ ସର୍ବାଧିକ ୪ ଟି ଶତକ ଲଗାଇଥିବା ଏକ ଭାରତୀୟ କ୍ରିକେଟର ଅଟନ୍ତି। ଏହି ଉପଲବ୍ଧି ପୂର୍ବ ଭାରତୀୟ ପ୍ରସିଦ୍ଧ କ୍ରିକେଟର ସୁନୀଲ ଗାଭାସ୍କର ଏବଂ ସଚିନ ତେନ୍ଦୁଲକର ମଧ୍ୟ ହାସଲ କରି ପାରି ନାହାନ୍ତି।
ବିରାଟ କୋହଲି ୨୦୧୪ ମସିହାରେ ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ୪ ଟି ଶତକ ଲଗାଇ ରେକର୍ଡ କରିଥିଲେ। ବର୍ଡର-ଗାଭାସ୍କର ଟ୍ରଫିରେ ତିନୋଟି ଶତକ ଲଗାଇ ଚେତେଶ୍ୱର ପୂଜାରା ଦ୍ଵିତୀୟ ସ୍ଥାନରେ ଅଛନ୍ତି।
ସେ ୨୦୧୮ ରେ ଏହି ସିରିଜରେ ଏପରି କରିଥିଲେ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକବ ବର୍ଡର-ଗାଭାସ୍କର ଟ୍ରଫିରେ ୧୯୯୮ ରେ ଦୁଇଟି ଶତକ ଲଗାଇଥିଲେ।
ବିରାଟ କୋହଲି ଜଣେ ଜବରଦସ୍ତ ଖେଳାଳି। ତାଙ୍କର ଖେଳ ଶୈଳୀ ଅଟେ ନିଆରା। ସେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି। ସେ IPL ରେ ବି RCB ପକ୍ଷରୁ ଅନେକ ମ୍ୟାଚ ବିଜୟୀ ପାରି ଖେଳିବାର ସଫଳ ରହିଛନ୍ତି। କୋହଲି ଜଣେ ଜବରଦସ୍ତ ଖେଳାଳି ଯିଏକି ନିଜ ନାମରେ ଅନେକ ରେକର୍ଡ କରିପାରିଛନ୍ତି। ସେ IPL ରେ ବି ଅନେକ ରେକର୍ଡ ନିଜ ନାମରେ ନାମିତ କରିପାରିଛନ୍ତି। ଦେଶ ପକ୍ଷରୁ ସେ ଅନେକ ମ୍ୟାଚ ଖେଳିଛନ୍ତି।