ହିଟମାନଙ୍କୁ ନେଇ ବିରାଟ କୋହଲି କପିଲ ଶର୍ମା ଶୋ ରେ ଦେଲେ ବଡ଼ ବୟାନ। ସମସ୍ତେ ଆଶ୍ଚର୍ଯ୍ୟ।

ରୋହିତ ଶର୍ମାଙ୍କ ଭଳି ଶୋଉଥିବା ମଣିଷ ମୁଁ ଆଜି ପର୍ଯ୍ୟନ୍ତ ଦେଖିନାହିଁ। ଏହି କଥା ବିରାଟ କୋହଲି କପିଲ ଶର୍ମା ଶୋ କମେଡି ନାଇଥ ଉଇଥ କପିଲରେ କହିବାର ନଜର ଆସିଛନ୍ତି। ଆରସିବିର ଅଧିନାୟକ ବିରାଟ କୋହଲି ସେହି ଶୋ ରେ ଏହା ମଧ୍ୟ କହିଥିଲେ କି ଭାରତ ଓ ଗୁଜୁରାଟର ପୂର୍ଵ ୱିକେଟ କିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କ ପେଟରେ କୌଣସି କଥା ରହିନଥାଏ।

Google

କପିଲ ଶୋ ସମୟରେ ବିରାଟ କୋହଲିଙ୍କୁ କିଛି ପ୍ରଶ୍ନ ପଚାରିବାର ନଜର ଆସିଥିଲେ । ଗୋଟେ ପ୍ରଶ୍ନର ଉତ୍ତରରେ ବିରାଟ କୋହଲି କହିଥିଲେ,”ଟିମ ଇଣ୍ଡିଆରେ ସବୁଠୁ ଅଧିକ ନିଦ ରୋହିତଙ୍କୁ ମାଡିଥାଏ। ସେ ଏପରି ମଣିଷ ଅଟନ୍ତି ଯିଏକି କୌଣସି ଜାଗାରେ ମଧ୍ୟ ସୋଇପଡିଥାନ୍ତି। ମୁଁ ତାଙ୍କୁ ଏପରି ଏପରି ଜାଗାରେ ଶୋଇବା ଦେଖିଛି କହିପାରିବିନି। ଦୁନିଆର ସବୁଠୁ ଅନକମ୍ପଟବୁଲ ଜାଗାରେ ମଧ୍ୟ ସେ ଆରାମରେ ଶୋଇପଡିବେ। ସେ ଠିକ ଟାଇମରେ ଶୋଇଲେ ମଧ୍ୟ ଡେରିରେ ଉଠିବେ। ଡେରିରେ ଶୋଇ ଡେରିରେ ଉଠିବା ବୁଝାପଡୁଛି କିନ୍ତୁ ବେଳାବେଳି ସୋଇ ଡେରିରେ ଉଠିବାବୁଝାପଡୁନି”। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ରୋହିତ ଶର୍ମାଙ୍କ ହାତରେ ଅଛି। ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚଥରର ଆଇପିଏଲ ଟ୍ରଫି ଜିତିଛି।

Google

କପିଲ ପଚାରିଥିଲେ ,”ଟିମ ଇଣ୍ଡିଆର ଏପରି କେଉଁ ଖେଳାଳି ଅଛି ଯାହା ପେଟରେ କୌଣସି କଥା ହଜମ ହୋଇନଥାଏ?ଏହା ଉପରେ ବିରାଟ କୋହଲି କହିଥିଲେ ଏବେ ତ ଟିମ ଇଣ୍ଡିଆରେ ଏବେ ଏପରି କେହି ନାହାଁନ୍ତି। ପୂର୍ଵରୁ ଆମ ବାଙ୍ଗାଲୋର ଟିମରେ ଥିଲେ ପାର୍ଥିବ ପଟେଲ। ତାଙ୍କ ପେଟରେ କୌଣସି ବି କଥା ରହିନଥାଏ”। ଏତିକି ଶୁଣି କପିଲ ଶର୍ମା ଓ ନବଜୋତ ସିଧୁ ଓ ଶୋ ରେ ଉପସ୍ଥିତ ଲୋକମାନେ ହସିବାକୁ ଆରମ୍ଭ କରିଦେଇଥିଲେ।

Google

କହିରଖିବୁ ପାର୍ଥିବ ପଟେଲ ଡିସେମ୍ବର ୨୦୨୦ରେ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ଘୋଷଣା କରିଥିଲେ। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ, କୋଚି ଟସକର୍ସ କେରଲ, ଡେକନ ଚାର୍ଜର୍ସ, ସନରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପଟୁ ଖେଳିଛନ୍ତି। ସେ ବହୁତ ଭଲ ଖେଳାଳି ଥିଲେ।ପାର୍ଥିବ ପଟେଲ ଆଇପିଏଲରେ ୧୩୯ ମ୍ୟାଚ ଖେଳିବାର ନଜର ଆସିଛନ୍ତି। ଏହି ସମୟରେ ସେ ୨୨.୬ ର ଔସତରେ ୨୮୪୮ ରନ ବନେଇଥିଲେ। ନିଜ କ୍ୟାରିୟର ସମୟରେ ସେ ୧୩ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ଏବେ ସେ ମୁମ୍ବାଇ ଇଣ୍ଡିଆନ୍ସ ସହିତ “ଟ୍ୟାଲେଣ୍ଟ ସ୍କାଉଟ”(ନୂଆ ଟ୍ୟାଲେଣ୍ଟଙ୍କୁ ଖୋଜିବା) ରୂପରେ ଯୋଡି ହୋଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *