ବିରାଟ କୋହଲି ଏହି ଦଳକୁ ବିଶ୍ୱକପ ଜିତିବା ପାଇଁ ସବୁଠୁ ବଡ଼ ଦାବିଦାର କହିଲେ। ଜାଣନ୍ତୁ କିଏ ସେହି ଦୁର୍ଦ୍ଦଶ ଟିମ।

ଭାରତ ଆଉ ଇଂଲଣ୍ଡ ଭିତରେ ଟି ଟ୍ୱେଣ୍ଟି ସିରିଜ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ଆଉ ଏହି ସିରିଜରେ କଡା ଟକ୍କର ହେବାର ଆଶା ଅଛି କାରଣ ଭାରତ ଆଉ ଇଂଲଣ୍ଡ ଉଭୟ ହିଁ ବହୁତ ମଜବୁତ ଟିମ ଅଛନ୍ତି। ଇଂଲଣ୍ଡ ସହ ଟି ଟ୍ୱେଣ୍ଟି ସିରିଜ ଆରମ୍ଭ ହେବା ଆଗରୁ ବିରାଟ କୋହଲି ବହୁତ ବଡ଼ ମତାମତ ଦେଇ ଦେଇଛନ୍ତି। ବିରାଟ କୋହଲିଙ୍କୁ ପ୍ରେସ କଂଫେରେନ୍ସରେ ପଚାରାଗଲା କି ଭାରତରେ ହେବାକୁ ଥିବା ଟି ଟ୍ୱେଣ୍ଟି ବିଶ୍ୱ କପ ପାଇଁ ଘରୋଇ ଟିମ ଦାବିଦାର କି? ଏହା ଉପରେ କୋହଲି ଇଂଲଣ୍ଡ ଟିମକୁ ଫେବରାଇଟ କହିଦେଲେ।

Google

ବିରାଟ କୋହଲି କହିଲେ କି ଇଂଲଣ୍ଡ ନମ୍ବର ୱାନ ଟି ଟ୍ୱେଣ୍ଟି ଟିମ ଅଟେ ଆଉ ସେ ବିଶ୍ୱକପ ଜିତିବା ପାଇଁ ଦାବିଦାର ଅଟେ। ଆପଣଙ୍କୁ କହି ରଖୁଛୁ କି ଇଂଲଣ୍ଡ ୨୦୧୯ ପରଠୁ ଗୋଟେ ବି ଟି ଟ୍ୱେଣ୍ଟି ସିରିଜ ହାରି ନାହିଁ। ଇଂଲଣ୍ଡ ବିଦେଶ ରେ ବି କମାଲ କରି ଆସିଛି ଆଉ ବିଦେଶରେ ଇଂଲଣ୍ଡ ନିଉଜିଲାଣ୍ଡ, ଶ୍ରୀଲଙ୍କା ଆଉ ଦକ୍ଷିଣ ଆଫ୍ରିକା କୁ ଦୁଇ ଥର ସିରିଜ ହରେଇଛି।

ବିରାଟ କୋହଲି କହିଲେ କି ଅଶ୍ୱିନ କାହିଁକି ଟି ଟ୍ୱେଣ୍ଟି ଟିମରେ ନାହାନ୍ତି: ବିରାଟ କୋହଲିଙ୍କୁ ଯେତେବେଳେ ପଚାରାଗଲା କି ଅଶ୍ୱିନ କାହିଁକି ଟି ଟ୍ୱେଣ୍ଟି ଟିମରେ ନାହାନ୍ତି ତ କୋହଲି କହିଲେ କି ୱାଶିଂଟନ ସୁନ୍ଦର ଲଗାତାର ଭଲ ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ଅଶ୍ୱିନଙ୍କ ସ୍ଥାନରେ ସେ ଅଛନ୍ତି।

Google
ବିରାଟ କହିଲେ କି ଓପନିଙ୍ଗ କିଏ କରିବ:

ସିରିଜ ଆରମ୍ଭ ହେବା ଆଗରୁ ଏହା ପ୍ରଶ୍ନ ଉଠୁ ଥିଲା କି ଭାରତ ପାଇଁ ଓପନିଙ୍ଗ କିଏ କରିବ ଆଉ ଏହା ଉପରେ ରାହୁଲ ଅଥବା ଶିଖର ଧୱନଙ୍କର ନାମ ଉଠୁଥିଲା। ମାତ୍ର କୋହଲି ଏହା କ୍ଲିଅର କରିଛନ୍ତି ଆୟ କୋହଲି କହିଛନ୍ତି କି କେ ଏଲ ରାହୁଲ ହି ରୋହିତ ଶର୍ମାଙ୍କ ସହ ଓପନିଙ୍ଗ କରିବେ କାରଣ ପୂର୍ବ କିଛି ଦିନ ହେବ ତାଙ୍କର ପ୍ରଦର୍ଶନ ବହୁତ ଉନ୍ନତ ଧରଣର ଅଛି। ଏହା ସହିତ କୋହଲି ଇଂଲଣ୍ଡ ଟିମକୁ ୱାର୍ନିଙ୍ଗ ଦେଇଛନ୍ତି। ସେ କହିଲେ କି ଭାରତ ପାଖରେ ଏବେ ଆକ୍ରମକ ବ୍ୟାଟ୍ସମ୍ୟାନ ଅଛନ୍ତି ଯିଏ କି ଖୁଲା କ୍ରିକେଟ ଖେଳିବେ ଆଉ ସେ କହିଲେ କି ଆମକୁ ଏବେ ଆକ୍ରମଣତକ କ୍ରିକେଟ ଖେଳିବାର ଆଶା ଅଛି।

ଭାରତ: ବିରାଟ କୋହଲି(ଅଧିନାୟକ) , ଶିଖର ଧୱନ, ରୋହିତ ଶର୍ମା, କେ ଏଲ ରାହୁଲ, ଶ୍ରେୟାସ ଅୟର, ସୂର୍ଯ୍ୟକୁମାର ୟାଦବ, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ୟୁଜଭେନ୍ଦ୍ର ଚାହଲ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଶାରଦୁଲ ଠାକୁର, ନବଦୀପ ସାଇନି, ଦୀପକ ଚାହାର, ରାହୁଲ ତେବଟିଆ , ଇଶାନ କିଷାନ( ରିଜର୍ବ ୱିକେଟ ରକ୍ଷକ)

ଇଂଲଣ୍ଡ:ଅଏନ ମୋର୍ଗନ( ଅଧିନାୟକ), ଜୋସ ବଟଲର, ଯେସନ ରୟ, ଲିଆମ ଲିଭିଂଷ୍ଟୋନ, ଡ଼ାବିଡ଼ ମଲାନ, ବେନ ଷ୍ଟୋକ୍ସ, ମୋଇନ ଅଲି, ଆଦିଲ ରାଶିଦ, ରିସ ଟପ୍ଲେ, କ୍ରୀସ ଜର୍ଡନ, ମାର୍କ ଉଡ଼, ସାମ କରନ, ଟମ କରନ, ଶ୍ୟାମ ବିଲିଙ୍ଗସ , ଜୋଫ୍ରା ଆର୍ଚ୍ଚର ଓ ଜନି ବେୟାରଷ୍ଟୋ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *