କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ସୁନ୍ଦର ପ୍ରଦର୍ଶନ କରୁଛି। ବିଶ୍ୱ ଟେଷ୍ଟ ଚାମ୍ପିୟାନସିପର ଶେଷ ମ୍ୟାଚରେ ଭାରତ ଇଂଲଣ୍ଡକୁ ପାରି ଓ ୨୫ ରନରେ ହରାଇ ଫାଇନାଲରେ ପହଁଞ୍ଚିଛି। ଏହା କୋହଲିଙ୍କର ଅଧିନାୟକତ୍ୱ ରୂପରେ ଟେଷ୍ଟରେ ୩୬ ତମ ଜିତ ଅଟେ। ଏହା ସହିତ ସେ ଆଉଏକ ରେକର୍ଡ ନିଜ ନାମରେ କରିଛନ୍ତି। ଟିମ ବିଶ୍ୱଟେଷ୍ଟ ଚାମ୍ପିୟାନସିପ ଫାଇନାଲରେ ନ୍ୟୁଜଲ୍ୟାଣ୍ଡ ସହ ଖେଳିବ। ଫାଇନାଲ ମ୍ୟାଚ ୧୮ ରୁ ୨୨ ଜୁନ ଇଂଲଣ୍ଡର ଲର୍ଡ଼ସରେ ଖେଳାଯିବାର ପ୍ରସ୍ତାବିତ ଅଛି କିନ୍ତୁ ଭେନ୍ୟୁରେ ଚେଞ୍ଜ କରାଯାଇପାରେ।

ବିରାଟ କୋହଲି ଅଧିନାୟକ ରୂପରେ ୬୦ ଟେଷ୍ଟରୁ ୩୬ ରେ ବିଜୟ ହାସଲ କରିଛନ୍ତି। ସେ ଟେଷ୍ଟରେ ସବୁଠୁ ଅଧିକ ବିଜୟ ମାମଲାରେ ୱେଷ୍ଟଇଣ୍ଡିଜର କ୍ଳାଇବ ଲୋୟଡ଼ଙ୍କ ସହ ସମାନ ରୂପରେ ୪ ନମ୍ବରରେ ଅଛନ୍ତି। ଟେଷ୍ଟରେ ଅଧିନାୟକ ରୂପରେ ସବୁଠୁ ଅଧିକ ୫୩ ବିଜୟ ଦକ୍ଷିଣ ଆଫ୍ରିକାର ଗ୍ରୀମ ସ୍ମିଥଙ୍କ ନାମରେ ଅଛି। କିନ୍ତୁ କୋହଲି ସ୍ମିଥଙ୍କୁ ପଛରେ ପକାଇଦେଇଛନ୍ତି। ଟେଷ୍ଟରେ ଅଧିନାୟକଙ୍କ ରେକର୍ଡ ଦେଖିବା ତ କେବଳ ୭ ଜଣ ଅଧିନାୟକ ହିଁ ୬୦ ରୁ ଅଧିକ ମ୍ୟାଚରେ କ୍ୟାପଟେନସି ତୁଲାଇଛନ୍ତି। ଏହି ସବୁ ଅଧିନାୟକଙ୍କ ପ୍ରଥମ ୬୦ ମ୍ୟାଚର ରେକର୍ଡ ଦେଖିବା ତ ବିରାଟ କୋହଲି ଦକ୍ଷିଣ ଆଫ୍ରିକାର ସ୍ମିଥ ଓ ଭାରତର ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ଛାଡି ଦେଇଛନ୍ତି।

କେବଳ ଅଷ୍ଟ୍ରେଲିଆର ରିକି ପଏଣ୍ଟିଙ୍ଗ ହିଁ ଆଗରେ ଅଛନ୍ତି:
ସବୁ ୭ ଜଣ ଅଧିନାୟକଙ୍କ ପ୍ରଥମ ୬୦ ମ୍ୟାଚ ଦେଖିବା ତ ଅଷ୍ଟ୍ରେଲିଆର ରିକି ପଏଣ୍ଟିଙ୍ଗ ୩୯ ବିଜୟ ସହ ସବୁଠୁ ଆଗରେ ଅଛନ୍ତି। ୧୦ ଟି ମ୍ୟାଚରେ ହାରିଛନ୍ତି ଯେବେକି ୧୧ ମ୍ୟାଚ ଡ୍ର ହୋଇଛି। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ୬୦ ରୁ ୩୬ ମ୍ୟାଚରେ ବିଜୟ ହୋଇଛି। ୧୪ ମ୍ୟାଚରେ ହାର ମିଳିଛି ଜେବେକି ୧୦ ମ୍ୟାଚ ଡ୍ର ହୋଇଛି। ଗ୍ରୀମ ସ୍ମିଥଙ୍କୁ ୨୮, ମହେନ୍ଦ୍ର ସିଂହ ଧୋନିଙ୍କୁ ୨୭, କ୍ଳାଇବ ଲୋୟଡ଼ଙ୍କୁ ୨୫, ନ୍ୟୁଜଲ୍ୟାଣ୍ଡର ଷ୍ଟିଫନ ଫ୍ଲେମିମଙ୍ଗକୁ ୨୦ ଓ ଅଷ୍ଟ୍ରେଲିଆର ଏଲନ ବାର୍ଡରଙ୍କୁ ୧୬ ମ୍ୟାଚରେ ବିଜୟ ମିଳିଥିଲା। କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏବେ ପର୍ଯ୍ୟନ୍ତ ଆଇସିସି ଟ୍ରଫି ବିଜୟ ପ୍ରାପ୍ତ କରିନାହିଁ। ସେଥିପାଇଁ ଏବେ କୋହଲି ଏହାକୁ ମଧ୍ୟ ହାସଲ କରିବାକୁ ଚାହିଁବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।