ଭାରତୀୟ କ୍ରିକେଟ ଇତିହାସରେ ଅଧିନାୟକଙ୍କ ମଧ୍ୟରେ ଅଜବ ସଂଯୋଗ ଓ ଗଜବ ରେକର୍ଡ, ଜାଣନ୍ତୁ ସେହି ଅଜବ ଗଜବ ସଂଯୋଗ ଏବଂ ରେକର୍ଡ ବିଷୟରେ ।

Virat Kohli, Sourav Ganguly and MS Dhoni 3 captains wonderful combination and records, Virat Kohli, Sourav Ganguly, MS Dhoni, Indian Cricket, Nitidina

ବିରାଟ କୋହଲୀ, ମହେନ୍ଦ୍ର ସିଂ ଧୋନୀ ଏବଂ ସୈାରଭ ଗାଙ୍ଗୁଲୀ (ଦାଦା) ଏହି ୩ଟି ନାମ ଭାରତୀୟ କ୍ରିକେଟରେ ଏକ ନୂଆ ପରିଚୟ ଏବଂ ଦଳର ଦକ୍ଷତାର ଅନ୍ୟ ନାମ ଅଟେ । ଭାରତୀୟ କ୍ରିକେଟର ବର୍ତ୍ତମାନର ସ୍ଥିତି ଉପରେ ଦାଦା ନଜର ରଖିଛନ୍ତି, ଖେଳାଳୀଙ୍କର ଲୁଚି ରହିଥିବା ପ୍ରତିଭାକୁ ଧୋନୀ ପରଖିଲେ ଓ ବର୍ତ୍ତମାନ ତାହା ଅଧିନାୟକ ଭାବରେ କୋହିଲିଙ୍କ ନେତୃତ୍ଵରେ ଆଗକୁ ବିଢୁଛି ।

ଏହାକୁ ଏକ ସଂଯୋଗ ବୋଲି କୁହାଯିବଯେ ତିନି ଅଧିନାୟକଙ୍କ ସର୍ବାଧିକ ସ୍କୋର ମାତ୍ର ୧୮୩ ରନ ଅଟେ । ପାର୍ଥକ୍ୟ କେବଳ ଏତିକିଯେ ୨ ଜଣ ଅଧିନାୟକ ୧୮୩ ରେ ଆଉଟ ହୋଇଥିଲେ ଏବଂ ଜଣେ ୧୮୩ ରେ ନଟଆଉଟ ରହିଥିଲେ । କିନ୍ତୁ ଏହି ଆକଳନଗୁଡ଼ିକର ଏକ ଆକର୍ଷଣୀୟ ବିଷୟ ହେଉଛିକି ୩ ଣ ଖେଳାଳି ନିଜ ଦଳର ଅଧିନାୟକ ହେବା ପରେ ଏହି ଶ୍ରେଷ୍ଠ ଦିନିକିଆ ଇନିଂସ ଖେଳିଥିଲେ । ଅଧିନାୟକ ହେବା ପରେ ୩ ଜଣ ହିଁ ନିଜର ପୁନର୍ବାର ସର୍ବାଧିକ ସ୍କୋରରେ ପହଞ୍ଚି ପାରିଲେ ନାହିଁ ।

Sourav Ganguly - The Reasons of Ganguly Sudden Decline In Cricketing Forms?
Google
ସୈାରଭ ଗାଙ୍ଗୁଲି:

୧୯୯୯ ମସିହାରେ ଈଂଲଣ୍ଡରେ ଖେଳାଯାଇଥିବା ଆଇସିସି ବିଶ୍ୱକପ ସମୟରେ ଶ୍ରୀଲଙ୍କା ବିପକ୍ଷରେ ୧୫୮ ଟି ବଲରେ ୧୮୩ ରନର ଏକ ଧମାକାଦାର ଇନିଙ୍ଗ୍ସ ଖେଳିଥିଲେ । ଯେଉଁଥିରେ ୧୭ ଟି ଚଉକା ଓ ୭ ଟି ଛକା ଥିଲା । ଗାଙ୍ଗୁଲି ନିଜ କ୍ରିକେଟ କ୍ଯାରିୟରରେ ୩୧୧ ଟି ଦିନକିଆ ଖେଳିଛନ୍ତି, ଯେଉଁଥିରେ ୨୨ ଟି ଶତକ ଓ ୭୨ ଟି ଅର୍ଦ୍ଧଶତକ ସାମିଲ ଅଛି । ଏହି ଖେଳରେ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡଙ୍କ ମଧ୍ୟରେ ଦିନକିଆ କ୍ରିକେଟରେ ସବୁଠୁ ବଡ ପାର୍ଟନରଶିପ ହୋଇଥିଲା । ଗାଙ୍ଗୁଲିଙ୍କ ଦ୍ୱାରା ପରିଚାଳିତ ୧୯୯୯ ରୁ ୨୦୦୫ ମଧ୍ୟରେ ଭାରତ ୧୪୬ ଟି ଦିନକିଆ ମ୍ଯାଚରେ ୭୬ ଟି ଜିତିଥିଲେ ଓ ୬୫ ଟି ହାରିଥିଲେ, ଏବଂ ୫ ଟି ମ୍ୟାଚରେ ଫଳାଫଳ ଆସିନଥିଲା । ତାଙ୍କ ଅଧିନାୟକ ପାଇଁ ଭାରତ ଦଳ ୨୦୦୩ ମସିହାରେ ବିଶ୍ବକପର ଫାଇନାଲରେ ପହଞ୍ଚିଥିଲା ।

M S Dhoni: A lot of it will always remain untold
Google
ମହେନ୍ଦ୍ର ସିଂହ ଧୋନୀ:

ଏମଏସ ଧୋନୀ ୨୦୦୫ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଜୟପୁରରେ ୧୮୩ ରନ କରି ନଟଆଉଟ ରହିଥିଲେ । କୌଣସି ୱିକେଟକିପର ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସର୍ବାଧିକ ସ୍କୋର ଏବଂ ଏହା ଏକ ରେକର୍ଡ ମଧ୍ୟ ଅଟେ । ଦୀପାବଳିର ମୌକାରେ ଧୋନୀଙ୍କ ଚୌକା ଛକାର ବର୍ଷାରେ ଦେଶବାସୀମାନେ ଆନନ୍ଦିତ ହୋଉଥିଲେ । ଧୋନୀ କ୍ରିକେଟ କ୍ଯାରିୟରରେ ୩୦୨ ଟି ଦିନକିଆ ମ୍ଯାଚ ଖେଳିଥିଲେ, ଯେଉଁଥିରେ ୧୦ ଟି ଶତକ ଓ ୬୬ ଟି ଅର୍ଦ୍ଧଶତକ ସାମିଲ ଅଛି । ଧୋନୀଙ୍କ ଅଧିନାୟକରେ ଭାରତ ୨୦୧୧ ର ବିଶ୍ଵକପ ଓ ୨୦୦୭ ର ଟି-୨୦ବିଶ୍ଵକପ ଜିତିଥିଲେ । ୧୫ ଅଗଷ୍ଟ ୨୦୨୦ ରେ ଅବସର ନେଇଥିବା ମାହି ୧୯୯ ଟି ମ୍ୟାଚରେ ଅଧିନାୟକ କରିଛନ୍ତି ଯେଉଁଥିରେ ଟିମ ଇଣ୍ଡିଆକୁ ୧୧୦ ଟି ମ୍ଯାଚ ଜିତାଇଛନ୍ତି ।

OnThisDay: Virat Kohli smashed 183 runs against Pakistan to get his highest  ODI score
Google
ବିରାଟ କୋହଲି:

୨୦୧୨ ମସିହାରେ ବାଂଲାଦେଶରେ ଆୟୋଜନ ଏସିଆ କପରେ ପାକିସ୍ତାନ ବିପକ୍ଷରେ ୧୮୩ ରନର ଇନିଂସ ଖେଳି ଟିମ ଇଣ୍ଡିଆକୁ ଏକ ବଡ଼ ବିଜୟ ହାସଲ କରାଇଥିଲେ । ଢାକାରେ ଭାରତୀୟ ଦଳ ୩୩୦ ରନର ଲକ୍ଷ୍ୟର ପିଛା କରୁଥିଲା । ବିରାଟ ୧୪୮ ବଲରୁ ୧୮୩ ରନର ଏହା ଭଲ ଇନିଂସ ଖେଳିଥିଲେ । କୋହିଲୀଙ୍କ ଇନିଂସ ଯୋଗୁଁ ଭାରତ ୬ ୱିକେଟ ବିନିମୟରେ ଜିତିଥିଲା । ଏହି ମ୍ଯାଚରେ ବିରାଟଙ୍କୁ ମ୍ୟାନ ଅଫ ଦି ମ୍ୟାଚର ଟାଇଟଲ ମଧ୍ୟ ମିଳିଥିଲା । ବିରାଟ ବର୍ତ୍ତମାନ ଯାଏଁ ୨୪୮ ଟି ମ୍ୟାଚ ଖେଲିସାରିଲେଣି, ଯେଉଁଥିରେ ୪୩ ଟି ଶତକ ଓ ୫୮ ଟି ଅର୍ଦ୍ଧଶତକ ସାମିଲ ଅଛି । ଏହି ମ୍ୟାଚରେ ପାକିସ୍ତାନ ପାଖରେ ମହମ୍ମଦ ହାଫିଜ, ଉମର ଗୁଲ, ଏଜାଜ ଚୀମା, ସଇଦ ଅଜମଲ, ସାହିଦ ଅଫ୍ରିଦି ଏବଂ ୱାହାବ ରିଆଜଙ୍କ ପରି ଅଭିଜ୍ଞ ବୋଲରମାନେ ମଧ୍ୟ ଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *