IND VS ENG: ବିରାଟ କୋହଲି ଦେଲେ ବଡ଼ ବୟାନ, କହିଲେ ପ୍ରଥମ ମ୍ୟାଚରେ ରୋହିତଙ୍କ ସହ ଏହି ଷ୍ଟାର ଖେଳାଳି କରିବେ ଓପନ ।

ଅଧିନାୟକ ବିରାଟ କୋହଲି ଟି ୨୦ ସିରିଜ ପୂର୍ବରୁ ବଡ ବୟାନ ଦେଇଛନ୍ତି। ମ୍ୟାଚର କିଛି ଘଣ୍ଟା ଆଗରୁ କୋହଲି ସ୍ପଷ୍ଟ କରିଛନ୍ତି କି ରୋହିତ ଶର୍ମା ଓ ଲୋକେଶ ରାହୁଲ ଓପନିଂ କରିବେ। ୧୨ମାର୍ଚ୍ଚକୁ ଆରମ୍ଭ ହେବାକୁ ଯାଉଥିବା ୫ ଟିକିଆ ଟି ୨୦ ସିରିଜର ପ୍ରଥମ ମ୍ୟାଚରେ ଶିଖର ଧୱନ ଖେଳିବେ ନାହିଁ। ଏହା ପୂର୍ବରୁ ଭାରତ ୩-୧ ରେ ଟେଷ୍ଟ ସିରିଜ ନିଜ ନାମରେ କରିଥିଲା।

Google

ବିରାଟ କୋହଲି ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି କି,”ରୋହିତ ଶର୍ମା ଓ କେ ଏଲ ରାହୁଲ ଓପନିଂ କରିବେ। “ଯଦି ରୋହିତ ଶର୍ମା କିମ୍ବା ରାହୁଲଙ୍କୁ ଆରମ ଦିଆଯାଏ ତେବେ ବ୍ୟାକଅପ ଓପ୍ନର ଭାବରେ ଶିଖର ଧୱନ ରହିଛନ୍ତି। “ଏହା ପୂର୍ବରୁ ରୋହିତ ଶର୍ମାଙ୍କ ସହ ଦ୍ଵିତୀୟ ଓପ୍ନର ଭାବରେ କିଏ ଓହ୍ଲାଇବେ ତାଙ୍କୁ ପଚାରିବାରୁ ସେ କିଛି ପ୍ରତିକ୍ରିୟା ଦେଇ ନଥିଲେ। ଅନ୍ୟପଟେ ଭାରତୀୟ ପୂର୍ବ କ୍ରିକେଟର ଭିଭିଏସ ଲକ୍ଷ୍ମଣ ରୋହିତଙ୍କ ସହ କେ ଏଲ ରାହୁଲ ଓପନିଂ କରନ୍ତୁ ବୋଲି କହିଥିଲେ। ଏହାସହ ଶିଖର ଧୱନଙ୍କୁ ତୃତୀୟ ଓପ୍ନର ଭାବେ ରଖିବାକୁ କହିଥିଲେ। ସେ କହିଲେ କି ଦେଶରେ ଏଥର ୨୦-୨୦ ୱାର୍ଲଡ଼ କପ ହେବାର ଅଛି। ଶିଖର ଧୱନ ବ୍ୟାକଅପ ଓପ୍ନର ଭାବରେ ମୁଖ୍ୟ ରହିବେ।

ଟି୨୦ ରେ ଭାରତୀୟ ଓପ୍ନର ରୋହିତ ଓ ଶିଖର ଧୱନ ସବୁଠାରୁ ସଫଳ ଯୋଡି। ସେ ୫୨ପାରିରେ ୩୪ ଔଷତରେ ୧୭୪୩ ରନ କରିଛନ୍ତି। ଏଥିରେ ତାଙ୍କର ୪ ଟି ଶତକିୟ ଓ ୭ ଟି ଅର୍ଦ୍ଧଶତକୀୟ ପାର୍ଟନରସିପ ଅଛି। ଏହାପରେ ରୋହିତ ଓ ରାହୁଲଙ୍କ ଯୋଡି ସଫଳ ଅଟେ। ସେ ୧୧ ପାରିରେ ୫୧ଔଷତରେ ୫୫୮ ରନ ବନେଇଛନ୍ତି। ଯେଉଁଥିରେ ଦୁଇ ଥର ଶତକୀୟ ଓ ଥରେ ଅର୍ଦ୍ଧଶତକୀୟ ପାର୍ଟନରସିପ ରହିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *