ଭାରତକୁ ଲାଗିଲା ବଡ଼ ଝଟକା! ଆହତ ହେଲେ ଏହି ସୁପରଷ୍ଟାର ବୋଲର, କୋହଲି ଦେଲେ ବୟାନ।

ଅଷ୍ଟ୍ରେଲିଆ ବିରୁଦ୍ଧରେ ପ୍ରଥମ ଟେଷ୍ଟ ମ୍ୟାଚ ଯାହା ଏଡିଲେଡ଼ରେ ଖେଳାଯାଉଥିଲା ତାହା ହାରିବା ପରେ ଭାରତର ଚିନ୍ତା ଆହୁରି ବଢ଼ିପାରେ। ଭାରତର ଦ୍ରୁତ ଷ୍ଟାର ବୋଲର ମହମ୍ମଦ ସାମୀ ଦ୍ଵିତୀୟ ପାଳିରେ ବ୍ୟାଟିଂ କରୁଥିବା ବେଳେ ଆଘାତ ପ୍ରାପ୍ତ ହୋଇଥିଲେ। ଏହି ଆହତ କାରଣରୁ ସାମୀ ରିଟାୟାର୍ଡ ହର୍ଟ ହେବା ସହ ଫିଲ୍ଡିଂ କରିବାକୁ ମଧ୍ୟ ଆସିଲେ ନାହିଁ। ଅଧିନାୟକ ସାମୀଙ୍କ ଆହତକୁ ନେଇ ଅପଡେଟ ଦେଇଛନ୍ତି। ବିରାଟ କୋହଲି କହିଛନ୍ତି କି ସାମୀ ବହୁତ କଷ୍ଟରେ ଅଛନ୍ତି।

Google

ମ୍ୟାଚ ସରିବା ପରେ ବିରାଟ କୋହଲି କହିଲେ,”ସାମୀଙ୍କ ଆହତ ଉପରେ ଏବେ ଠିକ ଅପଡ଼େଟ ନାହିଁ। ସାମୀଙ୍କୁ ସ୍କାନ ପାଇଁ ନିଆଯାଇଛି। ସେ ବହୁତ କଷ୍ଟରେ ଥିଲେ ଓ ସେ ତାଙ୍କ ହାତ ମଧ୍ୟ ହଲେଇ ପାରୁ ନଥିଲେ। ଏବେ ଜଲ୍ଦି ଜଣା ପଡିଯିବ କି ସାମୀଙ୍କ ଆହତ କେତେ ଗମ୍ଭୀର”।

ଯେଉଁ ସମୟରେ ସାମୀ ବ୍ୟାଟିଂ ପାଇଁ ଆସିଥିଲେ ସେହି ସମୟରେ ଟିମର ସ୍କୋର ୩୧ ରନରେ ୯ ୱିକେଟ ପଡିଯାଇଥିଲା। କମିନ୍ସଙ୍କ ବଲ ସାମୀଙ୍କ ବାମ ହାତ କହୁଣୀରେ ବାଜିଲା ଓ ସାମୀ ବହୁତ କଷ୍ଟରେ ଥିଲେ। ଫିଜିଓ ମୈଦାନକୁ ଆସି ସାମୀଙ୍କୁ ଔଷଧ ଦେଲେ ହେଲେ ଆହତ ଏତେ ଗମ୍ଭୀର ଥିଲା ଯେ ସାମୀଙ୍କୁ କ୍ରିଜ ଛାଡି ଯିବାକୁ ପଡିଲା।

ଆହତ ପାଇଁ ଚିନ୍ତିତ ଭାରତୀୟ ଦଳ:

ଭାରତୀୟ ଦଳ ପ୍ରଥମରୁ ହିଁ ପ୍ରଥମରୁ ହିଁ ନିଜ ଷ୍ଟାର ବୋଲର ଆହତ ପାଇଁ ଚିନ୍ତାରେ। ସବୁଠାରୁ ଅନୁଭବି ବୋଲର ଇଶାନ୍ତ ଶର୍ମା ଆହତ ପାଇଁ ଅଷ୍ଟ୍ରେଲିଆ ସିରିଜରେ ଖେଳୁନାହାନ୍ତି।ରବୀନ୍ଦ୍ର ଜାଡେଜା କନକଶନ ପାଇଁ ପ୍ରଥମ ଟେଷ୍ଟ ଖେଳିପାରିଲେ ନାହିଁ। ରୋହିତ ଶର୍ମା ମଧ୍ୟ ଆହତ ପାଇଁ ପ୍ରଥମ ଦୁଇ ଟେଷ୍ଟରୁ ବାହାର ଅଛନ୍ତି।

Google

ଭାରତୀୟ ଦଳ ପ୍ରଥମ ଦୁଇ ଦିନ ଭଲ ପ୍ରଦର୍ଶନ କରିବା ପରେ ଶେଷରେ ଖରାପ ପ୍ରଦର୍ଶନ କରିଛି। ଭାରତର ପୁରା ପାରି ୩୬ ରନରେ ସମାପ୍ତ ହୋଇଗଲା। ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୯୦ ରନର ଆବଶ୍ୟକ ଥିଲା ଯାହା ସେ ୨ ୱିକେଟ ହରାଇ ଜିତିଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *