ମହମ୍ମଦ ସିରାଜଙ୍କୁ “ଗାଳି” ଦିଆଯିବା ପରେ ବିରାଟ କୋହଲି ହେଲେ ନିରାଶ, ଦେଲେ ବଡ଼ ବୟାନ।

ଯେବେ କୋହଲି ୨୦୧୧ରେ ଅଷ୍ଟ୍ରେଲିଆ ଗ୍ରସ୍ତରେ ଯାଇଥିଲେ ଗ୍ରାଉଣ୍ଡର ସୀମାରେ ଲଗାତର ଖରାପ ଶବ୍ଦର ବ୍ୟବହାର ତାଙ୍କୁ କରାଯିବା ପରେ ସେ ଦର୍ଶକ ମାନଙ୍କୁ ଆଙ୍ଗୁଠି ଦେଖାଇଥିଲେ ଯାହା ପରେ ବିବାଦ ହୋଇଥିଲା।

Google

ବିରାଟ କୋହଲି ତୃତୀୟ ଟେଷ୍ଟ ମ୍ୟାଚ ସମୟରେ ଅଷ୍ଟ୍ରେଲିଆ ଦର୍ଶକଙ୍କ ମହମ୍ମଦ ସିରାଜଙ୍କୁ ଦେଇଥିବା “ଗାଳି” କୁ ଅଭଦ୍ର ବ୍ୟବହାରର ଚରମ ସୀମା କହି ଦୋଷୀଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବାକୁ କହିଛନ୍ତି। କୋହଲିଙ୍କୁବି ୨୦୧୧-୧୨ ଶୃଙ୍ଖଳା ସମୟରେ ଏଭଳି ଖରାପ ଶବ୍ଦର ସାମ୍ନା କରିବା ପାଇଁ ପଡିଥିଲା। ପିତୃତ୍ୱ ଅବକାଶରେ ଯାଇଥିବା କୋହଲି ଟ୍ୱିଟ କରି ଲେଖିଛନ୍ତି କି ,” ଖରାପ ଶବ୍ଦ ବ୍ୟବହାର କରିବା ପୁରା ଅସ୍ବୀକାର ଅଟେ”।

ବିରାଟ କୋହଲି କହିଛନ୍ତି,”ସୀମାରେ ଫିଲ୍ଡଙ୍ଗି କରିବା ସମୟରେ ମତେ ମଧ୍ୟ ଏପରି ଖରାପ ଶବ୍ଦ କୁହାଯାଇଥିଲା ଓ ଏହା ଅଭଦ୍ର ବ୍ୟବହାରର ଚରମ ସୀମାରେ ଅଟେ।ଗ୍ରାଉଣ୍ଡରେ ଏଭଳି ଘଟଣା ଦେଖିବା ଦୁଃଖକର କଥା ଅଟେ”।ଯେବେ କୋହଲି ୨୦୧୧ରେ ଅଷ୍ଟ୍ରେଲିଆ ଗ୍ରସ୍ତରେ ଯାଇଥିଲେ ଗ୍ରାଉଣ୍ଡର ସୀମାରେ ଲଗାତର ଖରାପ ଶବ୍ଦର ବ୍ୟବହାର ତାଙ୍କୁ କରାଯିବା ପରେ ସେ ଦର୍ଶକ ମାନଙ୍କୁ ଆଙ୍ଗୁଠି ଦେଖାଇଥିଲେ ଯାହା ପରେ ବିବାଦ ହୋଇଥିଲା।ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟର ତୃତୀୟ ମ୍ୟାଚରେ ଶନିବାର ଓ ରବିବାରକୁ ଦର୍ଶକମାନେ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ।

ବିରାଟ କହିଛନ୍ତି କି , “ଏହି ଘଟଣାଙ୍କୁ ପୁରା ଦୃଢ଼ତା ସହ ଅନୁଧ୍ୟାନ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବା ଉଚିତ “। କ୍ରିକେଟ ଅଷ୍ଟ୍ରେଲିଆ ଏହି କଥାର ଯାଞ୍ଚ କରୁଛି ତଥା ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ଆଇସିସିର ମ୍ୟାଚ ରେଫରି ଡେଭିଡ ବୁନ ଏହା ଉପରେ ନିଜ ରିପୋର୍ଟ ଦେଇପାରନ୍ତି। ପୂର୍ବ ଅଫ ସ୍ପିନର ହରଭଜନ ସିଂହ ମଧ୍ୟ ଏହିଭଳି ଘଟଣା କହିଛନ୍ତି।

ହରଭଜନ ଟ୍ୱିଟ କରିଛନ୍ତି,”ଅଷ୍ଟ୍ରେଲିଆରେ ଖେଳିବା ସମୟରେ ମୁଁ ମଧ୍ୟ ନିଜ ଧର୍ମ ଓ ରଙ୍ଗକୁ ନେଇ ଅନେକ କଥା ଶୁଣିଚି। ଏହା ପ୍ରଥମ ଥର ନୁହେ ଯେବେ ଦର୍ଶକ ଏପରି ବ୍ୟବହାର କରୁଛନ୍ତି। ଆପଣ ତାଙ୍କୁ କିପରି ଅଟକାଇବେ”।ଏହା ମଧ୍ୟରେ ଇଂଲଣ୍ଡର ସ୍ପିନର ମୋଣ୍ଟି ପନେସର ଆଇସିସିକୁ କହିଛନ୍ତିକି ଏହା ଉପରେ ପଦକ୍ଷେପ ନିଆଯାଉ ଯେପରି ଭବିଷ୍ୟତରେ ଏପରି ଆଉ ନଘଟେ। ସେ ଟ୍ୱିଟ କରିଛନ୍ତି,”ଆଇସିସି ଏହା ଉପରେ ଏକ କୌଣସି ପଦକ୍ଷେପ ଆଇନ ଲାଗୁକରିବା ଉଚିତ। ଯେପରି ଦର୍ଶକଙ୍କୁ ଜଣାପଡିବ କଣ ଠିକ ଓ କଣ ଭୁଲ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *