ଏଡିଲେଡ଼ ଟେଷ୍ଟରେ ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ହେଲେ ପୃଥ୍ଵୀ ସଙ୍କ ପାଇଁ ଏହା ଖରାପ ସ୍ବପ୍ନଠୁଁ ମଧ୍ୟ କମ ନୁହେଁ। ସେ ଦ୍ଵିତୀୟ ପାଳିରେ ଏମିତି କିଛି କଲେ ଯାହା ପାଇଁ ବିରାଟ କୋହଲି ଚିଡିଗଲେ ଓ ସେ ଯୁବ ଖେଳାଳିଙ୍କୁ ଗାଳି ଦେଲେ। ସେ ବୁମରାଙ୍କ ବଲରେ ଏକ ସହଜ କ୍ୟାଚ ହାତଛଡା କରିଦେଲେ। ସ ଙ୍କ ଖରାପ ଫିଲ୍ଡିଂ ଦେଖି ବିରାଟ କୋହଲି ରହିପାରିଲେ ନାହିଁ ଓ ମୁହଁରୁ କିଛି ଶବ୍ଦ ବାହାର କରିଦେଲେ।

ବିରାଟ କୋହଲି ଦେଲେ ସଙ୍କୁ ଗାଳି:
ଅଷ୍ଟ୍ରେଲିଆ ପାଳିର ୨୩ ତମ ଓଭରରେ ଯଶପ୍ରୀତ ବୁମରା ଲବୁସେନଙ୍କୁ ଭଲ ବାଉଁସର ମାରିଥିଲେ। ସେ ବଲକୁ ପୁଲ କଲେ ହେଲେ ବଲ ବେଶୀ ବାଟ ଯାଇ ନଥିଲା । ସ୍କୋୟର ଲେଗରେ ଥିବା ପୃଥ୍ଵୀ ସଙ୍କ ପାଇଁ ଏହା ଭଲ ସହଜ ମୌକା ଥିଲା। ହେଲେ ସେ କ୍ୟାଚ ହାତଛଡ଼ା କରିଥିଲେ। ଯାହାପରେ ବୁମରା ହସିଥିଲେ। ହେଲେ ଅଧିନାୟକ ବିରାଟ କୋହଲି ଅଟକାଇପାରିଲେ ନାହିଁ। ସେ ରାଗିଗଲେ ଓ ତାଙ୍କ ପାଟିରୁ ଗାଳି ବାହାରିଗଲା।
କହିରଖୁଛୁ କି ପୃଥ୍ଵୀ ସଙ୍କ ଏହି ଟେଷ୍ଟ ଏକ ଖରାପ ସ୍ୱପ୍ନ ଠୁଁ ମଧ୍ୟ କମ ନୁହେଁ। ସ ପ୍ରଥମ ପାରିରେ ଖାତା ଖୋଲି ନ ପାରି ଏକ ଖରାପ ସର୍ଟ ଖେଳି ଆଉଟ ହୋଇଥିଲେ ଓ ଦ୍ଵିତୀୟ ବଲରେ ହିଁ ଆଉଟ ହୋଇଥିଲେ। ତାଙ୍କର ଫିଲ୍ଡିଂ ମଧ୍ୟ ବହୁତ ଖରାପ ଥିଲା । କହିରଖୁଛୁ କି ଖାଲି ଖରାପ ଫିଲ୍ଡିଂ କରିନାହାନ୍ତି। ଟିମ ଇଣ୍ଡିଆ ମୋଟ ୩ ଟି କ୍ୟାଚ ଛାଡିଛି।ଯଶପ୍ରୀତ ବୁମରା ଓ ୱିକେଟ କିପର ଋଦ୍ଧିମାନ ସାହା ମଧ୍ୟ ଲବୁସେନଙ୍କ କ୍ୟାଚ ଛାଡିଛନ୍ତି।
Dropped, again!
Luck is with Marnus Labuschagne ?#PrithviShaw#AUSvsIND pic.twitter.com/NURDkrLXT0
— Er. Dipanjan Chatterjee (@Dip_D_Rocker) December 18, 2020
ବିରାଟ କୋହଲି ଓ ରାହାଣେ ନେଲେ ଭଲ କ୍ୟାଚ:
ଟିମ ଇଣ୍ଡିଆର ଖେଳାଳି କ୍ୟାଚ ଛାଡ଼ିଲେ ହେଲେ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ଭଲ କ୍ୟାଚ ଧରିଥିଲେ। ରାହାଣେ ସ୍ଲିପରେ ଭଲ କ୍ୟାଚ ଧରିଥିଲେ ଓ ବିରାଟ ସର୍ଟ ମିଡୱିକେଟରେ ଗ୍ରୀନଙ୍କ ସୁନ୍ଦର କ୍ୟାଚ ନେଇଥିଲେ। ଦ୍ଵିତୀୟ ସେକ୍ସନ ମଧ୍ୟରେ ଅଷ୍ଟ୍ରେଲିଆ ୫ ୱିକେଟ ହରାଇଦେଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।