IND vs AUS: ବିରାଟ କୋହଲିଙ୍କ ବଡ଼ ଖୁଲାସା,କହିଲେ ଏହି ଭୁଲ ପାଇଁ ତୃତୀୟ ଟି-୨୦ ମ୍ୟାଚ ହାରିଲୁ।

ଭାରତ ତିନୋଟି ଯାକ ଟି-୨୦ ମ୍ୟାଚ ସିରିଜ ୨-୧ରେ ଜିତି ଇତିହାସରେ ନିଜର ନାମ ଉଲ୍ଲେଖ କଲା। ଏବେ ୧୭ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଚାରୋଟି ଟେଷ୍ଟ ମ୍ୟାଚରେ ଦୁହେଁ ଦୁହିଁଙ୍କ ସହ ମୁହାଁ ମୁହିଁ ହେବେ,ଯାହା ଦେଖିବା ଯୋଗ୍ୟ ଅଟେ।

Google

ଅଷ୍ଟ୍ରେଲିଆର ୱିକେଟକିପର ବ୍ୟାଟ୍ସମ୍ୟାନ ମାଥିଉ ୱେଡ଼ ଭାରତୀୟ ଟିମ ଡିଆରଏସ ନେବାରେ ଡେରି କାରଣରୁ ଏକ ଜୀବନଦାନ ପାଇ ୩୦ ମହତ୍ତ୍ୱପୂର୍ଣ୍ଣ ରନ କଲେ ଯାହା ଶେଷରେ ଯାଇ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଲା ଓ ଅଧିନାୟକ ବିରାଟ କୋହଲି ଏହିଭଳି ଭୁଲ କୁ ଅସ୍ୱୀକାର୍ଯ୍ୟ କହିଛନ୍ତି।ଅଷ୍ଟ୍ରେଲିଆର ପାରିର ୧୧ ଓଭରରେ ନଟରାଜନଙ୍କ ବଲ ୱେଡ଼ଙ୍କ ଗୋଡ଼ରେ ଲାଗିଥିଲା। ଅମ୍ପାୟାର ଏହାକୁ ନଟଆଉଟ ଦେଇଥିଲେ। ଭାରତୀୟ ଟିମ କିଛି ସମୟ କଥାବାର୍ତ୍ତା ପରେ ଅପିଲ କରିବାର ନିଷ୍ପତି ନେଲେ ଓ ଅମ୍ପାୟାର ଡ଼ିଆରଏସର ସଂକେତ ଦେଲେ।

କୋହଲି ଡ଼ିଆରଏସ ଫଇସଲା ସେବେ ନେଲେ ଯେବେ ୧୫ ସେକେଣ୍ଡର ସମୟ ସୀମା ସରିଯାଇଥିଲା ଓ ଏହା ପରେ ବଡ଼ ସ୍କିନରେ ରିପ୍ଲାଏ ଦେଖାଯିବା ଆରମ୍ଭ ହେଲା। ଯେହେତୁ କୋହଲି ଠିକ ସମୟରେ ଡ଼ିଆରଏସ ନେଇନଥିଲେ ସେଥିପାଇଁ ତାଙ୍କ ଅନୁରୋଧକୁ ଗ୍ରହଣ କରଗଲାନାହିଁ।ୱେଡ଼ ସାଙ୍ଗେ ସାଙ୍ଗେ ଏହା ଉପରେ ଅଭିଯୋଗ କରିଥିଲେ କି ଡ଼ିଆରଏସର ୧୫ ସେକେଣ୍ଡ ଶେଷ ହୋଇଯାଇଛି।

ଏହା ପରେ ଡ଼ିଆରଏସ ଫଇସଲା କୁ ଫେରସ୍ତ କରିଦିଆଯାଇଥିଲା। କୋହଲି ମ୍ୟାଚ ପରେ ସମ୍ବାଦଦାତା ସମ୍ମିଳନୀରେରେ କହିଛନ୍ତି,”ସେ ସିଧା ବଲଥିଲା ଓ ସଫା ଏଲବୀ ଡବ୍ଲୁଥିଲା କିନ୍ତୁ ଆମେ ସେବେବି ଚର୍ଚ୍ଚା କରୁଥିଲୁ କାରଣ ବଲ ଲେଗସାଇଟକୁ ଯାଉଥିଲା। ଏହା ପରେ ରିଭ୍ୟୁର ଫଇସଲା ନେଲୁ କିନ୍ତୁ ଅମ୍ପାୟାର କହିଲେ କି ଏବେ କିଛି କରାଯାଇପାରିବନାହିଁ।

Google

ସେ କହିଛନ୍ତି,”ପ୍ରବନ୍ଧନ ରୂପରେ ଆମର ମାନିବା ଅଟେ କି ଏହିଭଳି ଭୁଲ ଉପର ସ୍ତରରେ କହିବା ଉଚିତ ନୁହେଁ। କୌଣସି ମହତ୍ୱପୂର୍ଣ୍ଣ ମ୍ୟାଚରେ ଏପରି କରିବା ବହୁତ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ”।

ଟିଭି ରିଭ୍ୟୁରେ ଜଣାପଡ଼ିଲାକି ଏଲବୀ ଡବ୍ଲୁର ଫଇସଲା ଭାରତ ସପକ୍ଷରେ ଯାଇଥାନ୍ତା। ଭାରତକୁ ଏହି କଥା ଦୁଃଖ ଦେଉଛିକି ଅଷ୍ଟ୍ରେଲିଆ ୧୨ ରନରେ ମ୍ୟାଚ ଜିତିଲା। ଯେବେକି ୱେଡ଼ ସେହି ଜୀବନଦାନ ପରେ ୩୦ ରନ ଆଉ କରିଦେଇଥିଲେ।

କହିରଖିବୁକି ତୃତୀୟ ଓ ଶେଷ ଟି-୨୦ ମ୍ୟାଚରେ ଭାରତ ଟର୍ଚ୍ଚ ଜିତି ଵୋଲିଙ୍ଗର ଫଇସଲା କଲା। ପ୍ରଥମ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇ ଅଷ୍ଟ୍ରେଲିଆଟିମ ୫ ୱିକେଟ ହରାଇ ୧୮୬ ରନ କରିଥିଲା। ୧୮୭ ରନର ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଟିମ ୨୦ ଓଭରରେ ୭ ୱିକେଟ ହରାଇ ୧୭୪ ରନ ହିଁ କରିପାରିଲା। ଏହା ସହିତ ଅଷ୍ଟ୍ରେଲିଆ ଏହି ମ୍ୟାଚ ୧୨ ରନରେ ଜିତିଗଲା। ତଥାପି ଭାରତୀୟ ଦଳ ଏହି ସିରିଜ ୨-୧ରେ ନିଜ ନାମରେ କରିଦେଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *