ଟିମ ଇଣ୍ଡିଆ ଇଂଲଣ୍ଡକୁ ପୁନେରେ ହୋଇଥିବା ପ୍ରଥମ ଏକଦିବସିୟରେ ୬୬ ରନରେ ହରାଇ ତିନୋଟି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ସେହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ୩୧୭ ରନ କରିଥିଲା।ଯାହାର ଜବାବରେ ଇଂଲଣ୍ଡ ୪୨.୫ ଓଭରରେ ୨୫୧ ରନରେ ଅଲଆଉଟ ହୋଇଗଲା। ଗୋଟେ ସମୟରେ ଇଂଲଣ୍ଡର ସ୍କୋର ସେହି ମ୍ୟାଚରେ ୧୪.୧ ଓଭରରେ ୧୩୫ ରନରେ ୦ ୱିକେଟ ଯାଇଥିଲା। କିନ୍ତୁ ଇଂଲଣ୍ଡ ଆଗାମୀ ୧୧୬ ରନରେ ୧୦ ୱିକେଟ ହରାଇ ମ୍ୟାଚ ବି ହାରିଗଲା।

ସେହ୍ଵାଗ ସେୟାର କଲେ ମଜାଦାର ସିନ:
ଏହିପରି ଇଂଲଣ୍ଡର ଟିମ ଜିତିବାକୁ ଥିବା ମ୍ୟାଚ ହାରିଗଲା।ଟିମ ଇଣ୍ଡିଆ ହାତରେ ଇଂଲଣ୍ଡର ହାର ପରେ ଏବେ ଟିମ ଇଣ୍ଡିଆର ପୂର୍ଵ ଓପନର ବିରେନ୍ଦ୍ର ସେହ୍ଵାଗ ଟ୍ୱିଟରରେ ମିମ ସେୟାର କରି ଇଂରେଜଙ୍କ ମଜାକ ଉଡାଇଛନ୍ତି। ୨୦୧୯ ବିଶ୍ୱକପରେ ଭାରତ ଗୋଟେ ମ୍ୟାଚରେ ପାକିସ୍ତାନକୁ ହରାଇ ଦେଇଥିଲା ଯାହା ପରେ ଏକ ପାକିସ୍ତାନି ପ୍ରଶଂସକଙ୍କ ଭିଡ଼ିଓ ଭାଇରାଲ ହୋଇଥିଲା।
England going strong at 135/0 after 14.1 overs and then
Lord Shardul , Prasidh Krishna and Bhuvi pic.twitter.com/Tbc4MoAtxp— Virender Sehwag (@virendersehwag) March 23, 2021
ଭାରତ ସିରିଜରେ ୧-୦ ରେ ଆଗୁଆ:
ସେହ୍ଵାଗ ପାକିସ୍ତାନ ଫ୍ୟାନଙ୍କ ମିମ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି,”ଇଂଲଣ୍ଡ ମଜବୁତ ସ୍ଥିତିରେ ଥିଲା ସେ ୧୪.୧ ଓଭରରେ ବିନା କୌଣସି ୱିକେଟ ହରାଇ ୧୩୫ ରନ କରିଦେଇଥିଲା। ସେବେ ଭଗବାନ ସାରଦୁଲ, ପ୍ରସିଦ୍ଧ କୃଷ୍ଣା, ଓ ଭୁବନେଶ୍ୱରକୁମାର ଆସିଲେ ଓ ମ୍ୟାଚ ଓଲଟାଇଦେଲେ”। ଏହିପରି ସେହ୍ଵାଗ ଟିମ ଇଣ୍ଡିଆ ହାତରେ ହାରିଥିବା ଇଂଲଣ୍ଡ ଟିମର ମଜା ନେଇଛନ୍ତି। କହିରଖିବୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ ୨୬ ମାର୍ଚ୍ଚକୁ ପୁନେରେ ଅନୁଷ୍ଠିତ ହେବ। ଏବେ ଭାରତ ସିରିଜରେ ୧-୦ରେ ଅଗ୍ରଣୀ ଭାବେ ଗତି କରୁଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।