ଭାରତୀୟ ବୋଲର ସିଡନିରେ ଖେଳାଯାଇଥିବା ମ୍ୟାଚରେ ବହୁତ ଖରାପ ବୋଲିଙ୍ଗ କରିଥିଲେ। ଯାହା ପରେ ବିରେନ୍ଦ୍ର ସେହ୍ଵାଗ ସେମାନଙ୍କୁ ଥଟା କରିଥିଲେ।

ଟିମ ଇଣ୍ଡିଆ ଯେବେ ଅଷ୍ଟ୍ରେଲିଆ ଗ୍ରସ୍ତରେ ପହଁଚିଥିଲା ସେବେ ସବୁ କ୍ରିକେଟ ଏକ୍ସପଟ ଭାରତୀୟ ଵୋଲିଙ୍ଗ ଆଟାକକୁ ବହୁତ ଶକ୍ତିଶାଳୀ କହୁଥିଲେ। ସମସ୍ତେ କହୁଥିଲେ ଭାରତୀୟ ବୋଲର ବୁମରା, ସାମୀ ଓ ନବଦୀପ ସୈନି ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ଵୋଲିଙ୍ଗ କରିବେ କିନ୍ତୁ ଏବେ ଏହାର ଓଲଟା ହେଉଛୁ। ଭାରତୀୟ ଟିମ ଦୁଇଟି ଯାକ ମ୍ୟାଚ ବୋଲିଙ୍ଗ ଯୋଗୁ ହାରିଗଲା ଓ ଏହି ସିରିଜ ବି ହାରିଗଲା।ସିରିଜ ହାରିବା ପରେ ଏବେ ଭାରତୀୟ ବୋଲରଙ୍କ ଉପରେ ପ୍ରଶ୍ନ ଉଠୁଛି ଓ ପୂର୍ବ କ୍ରିକେଟର ବିରେନ୍ଦ୍ର ସେହ୍ଵାଗ ସେମାନଙ୍କୁ ଥଟା କରିଥିଲେ।
ବିରେନ୍ଦ୍ର ସେହ୍ଵାଗ ଭାରତୀୟ ବୋଲରଙ୍କୁ କଲେ ଥଟା:-
ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚରେ କମେଟ୍ରି କରୁଥିବା ବିରେନ୍ଦ୍ର ସେହ୍ଵାଗ ବୋଲରଙ୍କ ଖରାପ ଵୋଲିଙ୍ଗକୁ ଥଟା କରିଛନ୍ତି।କମେଟ୍ରି ସମୟରେ ବିରେନ୍ଦ୍ର ସେହ୍ଵାଗ କହିଲେ କି-“ଯେଉଁ ଭଳି ଭାବେ ଵୋଲିଙ୍ଗ ଭାରତୀୟ ବୋଲର କରୁଛନ୍ତି ଏହାକୁ ଦେଖି ଲାଗୁଛି ଆଗାମୀ ମ୍ୟାଚରେ ୪୦୦ ରନ ହେବ”।ସେ ଏତିକିରେ ଅଟକି ନଥିଲେ ଆଗକୁ କହିଥିଲେ କି ୩୯୦ ରନର ଲକ୍ଷ କେବଳ ଭାରତୀୟ ବୋଲର ହିଁ ହାସଲ କରିପାରିବେ। ଅଷ୍ଟ୍ରେଲିଆ ବୋଲର ବହୁତ ମଝବୁତ ଓ ସେ ଲକ୍ଷ ବଞ୍ଚାଇବା ପାଇଁ ଜଣାଯାଇଥାନ୍ତି ।

ଦ୍ୱିତୀୟ ଏକଦିବସିୟରେ ବହୁତ ଖରାପ ଵୋଲିଙ୍ଗ:-
କହିରଖିବିକି ବିରେନ୍ଦ୍ର ଓ ଅନ୍ୟ ବୋଲର ଏଥିପାଇଁ ବୋଲରଙ୍କ ଉପରେ ପ୍ରଶ୍ନ କରିଛନ୍ତି କାରଣ ସେମାନେ ସତରେ ଖରାପ ପ୍ରଦର୍ଶନ କରିଛନ୍ତି। ବୁମରା ଓ ସାମୀ ଭଳି ୱାଲ୍ଡକ୍ଳାସ ବୋଲର ମଧ୍ୟ ବହୁତ ରନ ଖାଇଲେ। ସାମୀ ୯ ଓଭରରେ ୭୩ ରନ ଦେଲେ। ବୁମରା ରନ ଦେବାରେ ସବୁଠୁ ଆଗରେ ରହିଲେ ସେ ୭୯ ରନ ଦେଲେ। ନବଦୀପ ସୈନି ୭୦ ରନ ଦେଲେ, ଚହଳ ୭୦ ରନ ଦେଲେ। ଆଇପିଏଲ ୨୦୨୦ ରେ ଏହି ବୋଲର ମାନେ ବହୁତ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ଅଷ୍ଟ୍ରେଲିଆ ପହଁଚିବା ପରେ ସେମାନଙ୍କ ଫର୍ମ ପାଣିପାଗ ଭଳି ବଦଳି ଗଲା।

ଭାରତୀୟ ବୋଲର ଦ୍ୱିତୀୟ ଏକଦିବସୀୟରେ ୩୮୯ରନ ଦେଇଥିଲେ ଜେବେକି ଭାରତୀୟ ଟିମ ୩୩୮ରନ ହିଁ କରିପାରିଲା ଓ ମ୍ୟାଚ ୫୧ ରନରେ ହାରିଗଲା। ଏହି ହାର ସହିତ ଟିମ ଇଣ୍ଡିଆ ଏକଦିବସିୟ ସିରିଜ ବି ହାରିଗଲା।ଭାରତୀୟ ଟିମ ଲଗାତର ଦ୍ୱିତୀୟ ଏକଦିବସିୟ ମ୍ୟାଚ ହାରିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।