ଭାରତର ପୂର୍ବ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ଵାଗ କହିଛନ୍ତି ବ୍ରାୟନ ଲାରାଙ୍କ ରେକର୍ଡ଼ ଯଦି ଭାଙ୍ଗି ପାରନ୍ତି ତାହାଲେ ସେ ଏହି ଦୁଇ ବ୍ୟାଟ୍ସମ୍ୟାନ। ଆଜ୍ଞା ହଁ ଟେଷ୍ଟ କ୍ରିକେଟର ଗୋଟିଏ ପାରିରେ ସବୁଠାରୁ ଅଧିକା ରନ କରିଥିବାର ରେକର୍ଡ଼ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାୟନ ଲାରାଙ୍କ ନାମରେ ରହିଛି। ଏହି ରେକର୍ଡ଼କୁ ୧୬ ବର୍ଷ ହେବ କେହି ଭାଙ୍ଗିପାରି ନାହାନ୍ତି। ଏହି ରେକର୍ଡ଼କୁ ସେ ନିଜର କବ୍ଜା ବନେଇଛନ୍ତି। କେତେ ବ୍ୟାଟ୍ସମ୍ୟାନ ଆସିଲେ ଓ ଗଲେ ତାଙ୍କ ରେକର୍ଡ ପାଖରେ ପହଞ୍ଚି ମଧ୍ୟ ତାକୁ ଭାଙ୍ଗିପାରିଲେ ନାହିଁ।

ବିରେନ୍ଦ୍ର ସେହ୍ଵାଗ କରିଛନ୍ତି ଦାବି:-
ପୂର୍ବ କ୍ରିକେଟର ବିରେନ୍ଦ୍ର ସେହ୍ଵାଗଙ୍କ ମତରେ ତାଙ୍କର ଏହି ରେକର୍ଡ଼ ଭାଙ୍ଗିପାରନ୍ତି କେବଳ ୨ ଟି ବ୍ୟାଟ୍ସମ୍ୟାନ। ସେ ହେଉଛନ୍ତି ଭାରତର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଅଷ୍ଟ୍ରେଲିଆର ଡେଭିଡ ୱାରନର । ଏଥର ସେ ସୋସିଆଲ ମିଡ଼ିଆର ଏକ ସ୍ପେଶାଲ ସୋରେ କହିଛନ୍ତି।
ଏହି ବିଷୟରେ ସେ କହିଛନ୍ତି କି:-
“ଯଦି ବ୍ରାୟନ ଲାରାଙ୍କ ଏହି ରେକର୍ଡ଼ କିଏ ଭାଙ୍ଗିପାରିବ ତ ସେ ହେଉଛନ୍ତି ରୋହିତ ଶର୍ମା ଓ ଡେଭିଡ ୱାର୍ଣର ।
ଯଦି ରୋହିତ ଶର୍ମାଙ୍କ ପାଖରେ ଦେଢ଼ ଦିନ ଓ ତାଙ୍କ ମୁତାବକ ସେ ଖେଳନ୍ତି ତ ସେ ଏହି ରେକର୍ଡ଼ ଭାଙ୍ଗିଦେବେ।”
ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ହିଟମ୍ୟାନ କୁହାଯାଏ। ହେଲେ ଟେଷ୍ଟରେ ତାଙ୍କର ଏତେ ଭଲ ରେକର୍ଡ଼ ନାହିଁ। ତାଙ୍କର ଟେଷ୍ଟରେ ବେଷ୍ଟ ସ୍କୋର ୨୧୨।

ଯଦି ୱାଣ୍ଡେ କଥା କୁହାଯାଏ ତ ସେ ୩ ଥର ୨୦୦ରନ କରିସାରିଛନ୍ତି। ସେହ୍ଵାଗ ଏହି କଥା ନେଇ ଦାବିକରିଛନ୍ତି କି ସେ ଏହି ରେକର୍ଡ଼ କରିସାରିଛନ୍ତି। ରୋହିତ ଶର୍ମାଙ୍କ ସହ ସେ ଏହି ରେକର୍ଡ଼ ଭାଙ୍ଗିବାରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡେଭିଡ଼ ୱାର୍ଣରଙ୍କ ନାମ ନେଇଛନ୍ତି। ସେ ପୂର୍ବ ବର୍ଷ ଏଡିଲେଡ଼ରେ ପାକିସ୍ତାନ ବିରୁଦ୍ଧରେ ୩୩୫ ରନର ପାରି ଖେଳିଥିଲେ।
ବ୍ରାୟନ ଲାରାଙ୍କ ରେକର୍ଡ଼ ଭାଙ୍ଗିବାକୁ ଚାହୁଁଥିଲେ ସେହ୍ଵାଗ :-
ସେହ୍ଵାଗ ବହୁତ ଅନୁତାପ କରିଛନ୍ତି ଯେ ସେ ବ୍ରାୟନ ଲାରାଙ୍କ ରେକର୍ଡ଼ ଭାଙ୍ଗିପାରିନାହାନ୍ତି ।ଏହି କଥାକୁ ନେଇ ସେ କହିଛନ୍ତି “ବୋଧେ ତାଙ୍କ ଭାଗ୍ୟରେ ଲାରାଙ୍କ ରେକର୍ଡ଼ ଭାଙ୍ଗିବାର ନଥିଲା କାହିଁକିନା ସେ ଏହି କଥାକୁ ବହୁତ ଜଲ୍ଦି କରିଦେଲେ। “ବିରେନ୍ଦ୍ର ସେହ୍ଵାଗ ଟେଷ୍ଟରେ ଦୁଇଟି ଟ୍ରିପଲ ସେଂଚୁରି ମାରିଛନ୍ତି। ସେ ପାକିସ୍ତାନ ବିରୁଦ୍ଧରେ ୩୦୦ ଓ ସାଉଥ ଆଫ୍ରିକା ବିରୁଦ୍ଧରେ ୩୧୯ ରନ କରିଛନ୍ତି।

ବ୍ରାୟନ ଲାରାଙ୍କ ପରେ ଦ୍ୱିତୀୟ ନଂରେ ଅଛନ୍ତି ମ୍ୟାଥୟୁ ହେଡେନ:-
ଲାରାଙ୍କ ପରେ ସବୁଠାରୁ ଅଧିକ ରନ ଗୋଟେ ପାରିରେ କରିବାର ନାମ ମ୍ୟାଥୟୁ ହେଡେନଙ୍କ ରହିଛି। ହେଡେନ ଜିମ୍ବାୱେ ବିରୁଦ୍ଧରେ ୩୮୦ ରନ କରିଥିଲେ। ଏବେ ଏହା ଦେଖିବାକୁ ହେବ ଯେ ସେହ୍ଵାଗଗଙ୍କ ଏହି ଦାବି କେତେ ଦୂର ସତ ହେଉଛି। କଣ ରୋହିତ ଶର୍ମା ଏହି ରେକର୍ଡ଼ ଭାଙ୍ଗି ପାରୁଛନ୍ତି ନା ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।