ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଦେଶ-ବିଦେଶ ଯାତ୍ରା ସମୟରେ ଏବେ ଆହୁରି ଅଭେଦ ସୁରକ୍ଷା ମିଳିବ। ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ପାଇଁ ପ୍ରସ୍ତୁତ ବୋଇଙ୍ଗ ୭୭୭ ଏୟାରକ୍ରାପଟର ଅଲଗା ସ୍ପେଶାଲ ବିମାନ ଆମେରିକାରୁ ଭାରତକୁ ଆସିଲା । ଏହି ଭିଆଇପି ଏୟାରକ୍ରାପ୍ଟ ଆଜି ଆମେରିକାରୁ ଟେକ ଏଫ କରି ସାରିଛି ଓ କୌଣସି ସମୟରେ ଭାରତରେ ପହଞ୍ଚିବ।

କହିରଖୁଛୁ କି ଏହାର ପ୍ରଥମ ବିମାନ ୧ ଅକ୍ଟୋବରରେ ଭାରତକୁ ଆସିଥିଲା । ଏହି ବିମାନ ପାଇଁ ଭାରତ ୨୦୧୮ ରେ ବୋଇଙ୍ଗ କମ୍ପାନୀ ସହ ଡିଲ କରିଥିଲା । ବିମାନକୁ କଷ୍ଟୋମାଇଜ କରିବାର କାମ ଆମେରିକାରେ ହୋଇଥିଲା ।ଏଥିରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଦିଆଯାଇଛି । ଭାରତକୁ ମିଳିବାକୁ ଥିବା ଏହି ବିମାନର ନାମ ‘ଏୟାର ଇଣ୍ଡିଆ ୧ ‘ରଖାଗଲା ।
ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମେରିକାରୁ ଆସିଲା ଭିଆଇପି ବିମାନ ଦେଖନ୍ତୁ ଭିଡିଓ:
ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ପାଇଁ ବିଶେଷ ଭାବରେ ନିର୍ମିତ ପ୍ରଥମ ବି ୭୭୭ ବିମାନ ୧ ଅକ୍ଟୋବରରେ ଆମେରିକାରୁ ଭାରତକୁ ଆସିଥିଲା। ବିମାନକୁ ଜୁଲାଇ ମାସରେ ହିଁ ବିମାନ ନିର୍ମାଣ କମ୍ପାନୀ ବୋଇଙ୍ଗ ଦ୍ୱାରା ଏୟାର ଇଣ୍ଡିଆକୁ ଦେବାର ଥିଲା,ହେଲେ ଦୁଇଥର ଏଥିରେ ଡେରି ହେଲା। ପ୍ରଥମ କୋଭିଡ ୧୯ କାରଣ ପାଇଁ ଓ ଦ୍ଵିତୀୟ ଯାନ୍ତ୍ରିକ ତ୍ରୁଟି ପାଇଁ କିଛି ସପ୍ତାହ ଡେରି ହୋଇଥିଲା। ଏହି ଦୁଇ ବିମାନ ୨୦୧୮ରେ କିଛି ମାସ ପାଇଁ ଏୟାର ଇଣ୍ଡିଆର ବାଣିଜ୍ୟିକ ବେଡାର ସହିତ ଥିଲା। ଯାହାକୁ ପୁଣି ଭିଭିଆଇପି ଯାତ୍ରା ପାଇଁ ଏହାକୁ ବିଶେଷ ଭାବରେ ପୁନଃନିର୍ମିତ କରିବା ପାଇଁ ଆମେରିକାର ଡ଼ଲାସ ପଠେଇ ଦିଆଗଲା।
#WATCH: VVIP aircraft Air India One that will be used for President, Vice President & PM arrives at Delhi International Airport from US.
It is equipped with advance communication system which allows availing audio & video communication function at mid-air without being hacked. pic.twitter.com/4MtXHi8F9O
— ANI (@ANI) October 1, 2020
ଅଧିକାରୀଙ୍କ କଥା ଶୁଣିବାକୁ ଗଲେ ଦୁଇ ବିମାନର କିଣା ଓ ଏହାର ପୁନଃନିର୍ମାଣ ପାଇଁ ମୋଟ ୮୪,୦୦କୋଟି ଖର୍ଚ୍ଚ ହୋଇଛି। ବି୭୭୭ ରେ ଅତ୍ୟାଧୁନିକ ମିସାଇଲ ରୋଧୀ ପ୍ରଣାଳୀ ରହିବ,ଯାହାକୁ ବଡ ଏୟାର କ୍ରାପ୍ଟ ଇନ୍ଫ୍ରାରେଡ଼ କାଉଣ୍ଟରମେଜର୍ସ ଓ ସେଲ୍ଫ ପ୍ରୋଟେକ୍ସନ ସୁଟ (ଏସପିଏସ) କୁହାଯାଏ। ଭିଭିଆଇପି ଯାତ୍ରା ମଧ୍ୟରେ ଦୁଇ ବି୭୭୭ ବିମାନକୁ ଏୟାର ଇଣ୍ଡିଆର ପାଇଲଟ ନୁହେଁ,ଭାରତୀୟ ବାୟୁ ସେନାର(ଆଇଏଏଏଫ)ପାଇଲଟ ଉଡେଇବେ। ବର୍ତ୍ତମାନ ସମୟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବି୭୪୭ ବିମାନରେ ଯାତ୍ରା କରୁଛନ୍ତି।
ଏୟାର ଇଣ୍ଡିଆ ୧ ଅଗ୍ରୀମ ଓ ସୁରକ୍ଷିତ ସଞ୍ଚାର ପ୍ରଣାଳୀରେ କମି ଅଛି,ଯାହା ବାୟୁରେ ମଧ୍ୟ ଅଡିଓ ଓ ଭିଡିଓ ସଞ୍ଚାରର ଲାଭ ଉଠେଇବାରେ ଅନୁମତି ଦିଏ ।

କଣ ଅଛି ଲାଭଦାୟକ:- ଏହି ବିମାନର ଏତେ ଲାଭଦାୟକ ଯେ ଆପଣଙ୍କୁ ଏହା ଚକିତ କରିଦେବ। ବି୭୭୭ ରେ ଅତ୍ୟାଧୁନିକ ମିସାଇଲ ରକ୍ଷା ପ୍ରଣାଳୀ ଅଛି ଯାହାକୁ ଲାର୍ଜ ଏୟାରକ୍ରାପ୍ଟ ଇନ୍ଫ୍ରାରେଡ଼ କାଉଣ୍ଟରମେଜର୍ସ ଓ ସେଲ୍ଫ ପ୍ରୋଟେକ୍ସନ ସୁଟ କୁହାଯାଏ। ଫ୍ରେବୃୟାରୀରେ ଏହି ଦୁଇ ପ୍ରଣାଳୀକୁ ଆମରିକା ୧୯ କୋଟି ଟଙ୍କାରେ ଭାରତକୁ ବିକିବାରେ ସହମତି ଦେଲା। ଦୁଇ ବିମାନରେ ସୁରକ୍ଷାର ଏମିତି ଉପକରଣ ଲଗାଯାଉଛି,ଯାହା ବଡ ବଡ ଆକ୍ରମଣକୁ ରୋକିବାରେ ସାମର୍ଥ୍ୟ ରଖିବ। ଏମିତିକି ଏହା ଉପରେ ମିସାଇଲ ଆଟାକର କୌଣସି ପ୍ରଭାବ ପଡିବ ନାହିଁ ଓ ଏହା କାଉଣ୍ଟର କରିବାର ମଧ୍ୟ ସକ୍ଷମ ରହିବ। ବର୍ତ୍ତମାନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବି ୭୪୭ରେ ଯାତ୍ରା କରୁଛନ୍ତି, ଯାହା ଉପରେ ଏୟାର ଇଣ୍ଡିଆ ୱନ ର ଚିହ୍ନ ହୋଇଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।