● ପ୍ରକୃତି ସହିତ ଯୋଡି ହେବା ପାଇଁ ସବୁଠୁ ସହଜ ଉପାୟ ହେଉଛି ଖାଲି ପାଦରେ ଚାଲିବା।
● ମାଟିରେ ଚାଲିବା ଦ୍ଵାରା ଆମକୁ ତାଜା, ଶାନ୍ତି, ଓ ସୁରକ୍ଷା ଅନୁଭବ ହୁଏ।

କଣ କେବେ ଆପଣ ଭାବିଛନ୍ତି ଘାସ ଇଲାକା, ପାହାଡ଼ ଇଲାକା, ଓ ସମୁଦ୍ର ତଟରେ ଚାଲିବାକୁ କଣ ପାଇଁ ଭଲ ଲାଗିଥାଏ? ଏପରି ଏଥିପାଇଁ ହୋଇଥାଏ କାରଣ ଆପଣଙ୍କ ନିକଟତର ପ୍ରକୃତି ହୋଇଥାଏ। କୁହାଯାଇଛିକି ଆପଣ ଯେତେ ଅଧିକ ପ୍ରକୃତିର ନିକଟତର ହେବେ ସେତିକି ଖୁସି ଓ ସୁସ୍ଥ ରହିବେ କିନ୍ତୁ ଆମ ଆଧୁନିକ ଜୀବନ ଶୈଳି ଏହା ପାଇଁ ଆପଣଙ୍କୁ ଅଲଗା କରୁଛି।
ସମସ୍ତ ଜୀବିତ ପ୍ରାଣୀ ମାଟି ସହିତ ଜଡିତ ହୋଇ ରହିଥାନ୍ତି।ମାଟି ବା ଘାସରେ ଖାଲି ପାଦରେ ଚାଲିବା ଆପଣଙ୍କୁ ପ୍ରକୃତି ସହିତ ମିସାଇଥାଏ। ଏହାର ମାନେ ଏହା ନୁହେଁ ଯେ ତଳେ ଶୋଇଯିବା। ବୈଜ୍ଞାନିକ ମତ ଅନୁସାରେ ପ୍ରକୃତି ଓ ମଣିଷ ମାନଙ୍କ ମଧ୍ୟରେ ଶାରୀରିକ ଶିଥିଳତା ଓ ରୋଗ ପ୍ରମୁଖ ସହଯୋଗୀ ହୋଇଥାଏ।
ବ୍ଲଡ଼ପ୍ରେସର କମ କରିଥାଏ:-
ମାଟିରେ ଖାଲିପାଦରେ ଚାଲିବା ଦ୍ଵାରା ଆମକୁ ତାଜା, ଶାନ୍ତି, ଓ ସୁରକ୍ଷା ଅନୁଭବ ହୁଏ। ଏଥିପାଇଁ ବ୍ଲଡ଼ପ୍ରେସର ଉପରେ ଏହା ସକାରାତ୍ମକ ପ୍ରଭାବ ପକାଇଥାଏ। ପ୍ରାକୃତିକ ଚିକିତ୍ସାରେ ବ୍ଲଡ଼ପ୍ରେସରକୁ କମ କରିବା ପାଇଁ ପ୍ରତିଦିନ ଖାଲି ପାଦରେ ୧୦-୧୫ ମିନିଟ ଚାଲିବା ପାଇଁ କୁହାଯାଇଥାଏ।

ବିନ୍ଧା ଓ ଦରଜ କମ ହୋଇଥାଏ:-
ମାଟିରେ ଏକ ପ୍ରକାର ଖାସ ବିଦୁତ ଶକ୍ତି ରହିଥାଏ। ଏହା ମାଟିରେ ଖାଲିପାଦରେ ଚାଲିବା ଦ୍ଵାରା ମହତ୍ତ୍ୱପୂର୍ଣ୍ଣ ବଳ ଦେଇଥାଏ। ବିଜ୍ଞାନ ଅନୁସାରେ ଖାଲି ପାଦରେ ଚାଲିବା ଦ୍ଵାରା ପୃଥିବୀର ନେଗେଟିଭି ଆୟନ ଅବଶୋଷଣରେ ସାହାଯ୍ୟ ମିଳିଥାଏ ଓ ସିଧା ଶାରୀରିକ ସମ୍ପର୍କ ସ୍ଥାପନ ହେବା ଦ୍ଵାରା ମାଟିରୁ ବିଶାଳ ଇଲୋଟ୍ରୋନ ଶକ୍ତି ମିଳିଥାଏ।
ଇମ୍ୟୁନିଟି, ଆନ୍ତର ସ୍ୱାସ୍ଥ୍ୟକୁ ବଢ଼ାଇଥାଏ:-
ନିଜକୁ ମାଟିର ସମ୍ପର୍କରେ ଆଣିବା ଦ୍ଵାରା ଫାଇଦା ହୋଇଥାଏ। କାରଣ ମାଟିରେ ଥିବା ଶକ୍ତିଶାଳୀ ସୂକ୍ଷ୍ମ ଜୀବମାନେ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାନ୍ତି।ସେହି ସୂକ୍ଷ୍ମ ଜୀବମାନେ ଆମ ଚର୍ମ ଓ ନଖ ଦ୍ଵାରା ଶରୀରକୁ ଯାଇଥାନ୍ତି। ଏହା ଶରୀରର ଅନ୍ତକୁ ଯାଇ ଭଲ ବ୍ୟାକ୍ଟେରିଆ ଖାଦ୍ୟ ଯୋଗାଇଥାନ୍ତି।
/https://www.thestar.com/content/dam/thestar/life/health_wellness/advice/2018/07/16/some-science-suggests-walking-on-grass-barefoot-may-improve-your-health/barefoot.jpg)
ଅନ୍ତରେ ଉପସ୍ଥିତ ମାଇକ୍ରୋଫ୍ଲୋରା ସୂକ୍ଷ୍ମ ଜୀବୀବ୍ୟାକ୍ଟେରିଆ ଦ୍ଵାରା ତିଆରି ହୋଇଥାନ୍ତି ଓ ଏହା ଆମ ଇମ୍ୟୁନିଟି ବଢ଼ାଇ ଆମକୁ ଅଧିକ ମଝବୁତ କରିବା ସହିତ ସୁସ୍ଥ ରଖିଥାନ୍ତି। ଯଦି ଆପଣଙ୍କ ପାଖରେ ପ୍ରକୃତି ପର୍ଯ୍ୟନ୍ତ ପହଁଚିବାର ସୁବିଧା ଅଛି ତେବେ ଏହାକୁ ଆପଣାନ୍ତୁ ନଚେତ ଯେବେ କେବେ ମୌକା ମିଳୁଛି ଖାଲି ପାଦରେ ଚାଲନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।