ହୁଆଟ୍ସପ ଗ୍ରୁପରେ add ହେବକୁ ଚାହୁଁନାହାଁନ୍ତି କି ? ଆପଣାନ୍ତୁ ଏହି ଚମତ୍କାର ଉପାୟ ।

ହୁଆଟ୍ସପରେ ଅନେକ ସମୟରେ ଲୋକ ନପଚାରି ନିଜ ଗ୍ରୁପରେ ମିଶାଇ ଦେଇଥାନ୍ତି। ଗ୍ରୁପ ଯଦି ସାଧାରଣ କଥାବାର୍ତ୍ତା ପାଇଁ ହୋଇଛି ତ ଚଳିବ କିନ୍ତୁ କିଛି ଲୋକ ନିଜ ବ୍ୟବସାୟ ଗ୍ରୁପରେ ନପଚାରି ମିଶାଇ ଦେଇଥାନ୍ତି। ଏହି ପରିସ୍ଥିତିରେ ହୁଆଟ୍ସପର ଏକ ଛୋଟିଆ ସେଟିଙ୍ଗ ଆପଣଙ୍କୁ କୌଣସି ଜାଣିନଥିବା ଗ୍ରୁପରେ ମିଶିବାରୁ ବଞ୍ଚାଇପାରିବ।

Google

ସାଙ୍ଗେ ସାଙ୍ଗେ ମେସେଜିଙ୍ଗ ଆପ ହୁଆଟ୍ସପ ପାଇଁ ଦୂରରେ ଥିବା ଲୋକ ପାଖାପାଖି ହୋଇଯାଇଛନ୍ତି। ଆମେ କୌଣସି ସ୍ଥାନରେ ମଧ୍ୟ ବସି କାହା ସହ ବି ଭିଡ଼ିଓ କଲିଙ୍ଗ ଦ୍ଵାରା କଥାବାର୍ତ୍ତା ହୋଇପାରିବା କିନ୍ତୁ ଯେଉଁଠି ଏହି ଆପରେ କିଛି ସୁବିଧାମାନ ଅଛି ସେହିପରି କିଛି ଅଶୁବିଧା ଏହାକି ଆପଣଙ୍କ ସାଙ୍ଗ ବା ସମ୍ପର୍କୀୟ ଆପଣଙ୍କ ଅନୁମତି ନନେଇ କୌଣସି ବି ଗ୍ରୁପରେ ଆପଣଙ୍କୁ ମିଶାଇ ଦେଇଥାନ୍ତି ଓ ଅନେକ ଥର ଆମେ ଚାହିଁକି ମଧ୍ୟ ସେହି ଗ୍ରୁପରୁ ବାହାରି ପାରିନଥାଉ। ଏହି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଆପର ଏକ ଏପରି ଫିଚର ବିଷୟରେ କହିବୁ ଯାହା ଦ୍ୱାରା କିଏବି ଆପଣଙ୍କ ଇଚ୍ଛା ବିନା ଆପଣଙ୍କୁ କୌଣସି ଗ୍ରୁପରେ ମିଶାଇ ପାରିବନି।

ଗ୍ରୁପରେ ମିଶିବାରୁ କିପରି ବଞ୍ଚିବେ:-

ସର୍ବ ପ୍ରଥମେ ନିଜ ହୁଆଟ୍ସପର ସେଟିଙ୍ଗକୁ କ୍ଲିକ କରନ୍ତୁ।ସେଟିଙ୍ଗକୁ ଯିବାପରେ ଆକାଉଣ୍ଟକୁ କ୍ଲିକ କରନ୍ତୁ।ଆକାଉଣ୍ଟରେ କ୍ଲିକ କରିବା ପରେ ଗ୍ରୁପରେ କ୍ଲିକ କରନ୍ତୁ।ଗ୍ରୁପରେ କ୍ଲିକ କରିବା ପରେ ତିନୋଟି ଅପ୍ସନ ଦେଖାଯାଇଥାଏ। ପ୍ରଥମଟି ହେଉଛି ଏଭରିୱାନ,ଦ୍ୱିତୀୟ ଟି ମାଇଁ କଣ୍ଟାକ୍ସ ଓ ତୃତୀୟଟି ମାଇଁ କଣ୍ଟାକ୍ସ ଏକ୍ସପଟ୍ସ।ଗ୍ରୁପରେ ଏଭରିୱାନର ଅର୍ଥ ଗ୍ରୁପରେ ଯଦି ସମସ୍ତେ ଆପଣଙ୍କ ଷ୍ଟାଟସ ଦେଖୁଛନ୍ତି ତେବେ କେହି ବି ଆପଣଙ୍କୁ କୌଣସି ଗ୍ରୁପରେ ମିଶାଇ ପାରିବ। ସେହି ଫୋନ ନମ୍ବର ଆପଣଙ୍କ ମୋବାଇଲରେ ସେଭ ନହୋଇଥିଲେ ମଧ୍ୟ ଏଭରିୱାନରେ କୌଣସି ହି ଅପରିଚିତ ବ୍ୟକ୍ତି ଆପଣଙ୍କୁ ଗ୍ରୁପରେ ମିଶାଇ ପାରିବ।

Google

କରନ୍ତୁ ଏହି ଜରୁରୀ କାମ:-

ଯଦି ଗ୍ରୁପକୁ ଯିବା ପରେ ମାଇଁ କଣ୍ଟାକ୍ସରେ ଆପଣ କ୍ଲିକ କରୁଛନ୍ତି ତେବେ ଆପଣଙ୍କ ପ୍ରାଇଭେସି ଅନ ହୋଇଯିବ ଓ ଆପଣଙ୍କ ଫୋନ ନମ୍ବର କେହିକି ନିଜ ହୁଆଟ୍ସପ ଗ୍ରୁପରେ ମିଶାଇ ପାରିବନି। ଯଦି ଆପଣ ଚାହୁଁଛନ୍ତି କି କୌଣସି ଅପରିଚିତ ବ୍ୟକ୍ତି ଆପଣଙ୍କୁ ନିଜ ଗ୍ରୁପରେ ସାମିଲ କରି ତେବେ ଆପଣ ମାଇଁ କଣ୍ଟାକ୍ସରେ କ୍ଲିକ କରିଦିଅନ୍ତୁ।

Google

ମାଇଁ କଣ୍ଟାକ୍ସ ଏକ୍ସପଟ୍ସ:-

ଏହା ଗ୍ରୁପର ତୃତୀୟ ଅପ୍ସନ ଅଟେ। ଯାହାକୁ କ୍ଲିକ କରିବାର ଅର୍ଥ ଆପଣଙ୍କ କଣ୍ଟାକ୍ସ ଲିଷ୍ଟର କେହିବି ଆପଣଙ୍କୁ ନିଜ ଗ୍ରୁପରେ ମିଶାଇ ପାରିବ କିନ୍ତୁ କେବଳ ସେହି ଫୋନ ନମ୍ବରକୁ ଛାଡିକି ଯାହାକୁ ଆପଣ ବାଛିଛନ୍ତି। ଏହି ଅପ୍ସନକୁ କ୍ଲିକ କରିବା ପରେ ଆପଣଙ୍କ କଣ୍ଟାକ୍ସ ଲିଷ୍ଟ ଖୋଲିଯାଇଥାଏ ଯାହା ପରେ ଆପଣ ଚାହିଁଲେ କିଛି ନମ୍ବର ବାଛି ପାରିବେ ଯାହାଙ୍କ ଗ୍ରୁପରେ ଆପଣ ସାମିଲ ହେବାକୁ ଚାହୁଁନାହାଁନ୍ତି।ଆପଣ ବାଛିଥିବା ନମ୍ବର ଛଡା ବାକି ଲୋକ ଆପଣଙ୍କୁ ନିଜ ଗ୍ରୁପରେ ମିଶାଇ ପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *