ଗାଁ କ୍ରିକେଟରେ ଏପରି ଧାସୁ ଷ୍ଟମପିଙ୍ଗ ଦେଖି ବ୍ୟାଟ୍ସମ୍ୟାନ ବି ଆଶ୍ଚର୍ଯ୍ୟ ହେଇଗଲେ। ଦେଖନ୍ତୁ ଭିଡିଓ।

ଭାରତରେ ଯେବେ କ୍ରିକେଟ କଥା କୁହାଯାଏ ତ ସଭିଙ୍କର ନଜର ଅଟକି ଯାଏ। ଆନ୍ତର୍ଜାତୀୟ କ୍ରିକେଟ ବ୍ୟତୀତ ଦେଶର ଅନେକ ଜାଗାରେ ଆହୁରି ଅନେକ ଟୁର୍ଣ୍ଣାମେଣ୍ଟ ହେଉ ହିଁ ଥାଏ। ଗ୍ରାମ ଇଲାକା ମାନଙ୍କରେ ବି ଅନେକ ଖେଳ ହେଉ ଥାଏ। ଗ୍ରାମ ଇଲାକାରେ ହେଉଥିବା କ୍ରିକେଟ ମ୍ୟାଚର ଭିଡିଓ ବହୁତ ଭାଇରାଲ ହେଉଛି। ଏହା ଲୋକ ମାନଙ୍କ ଭିତରେ ବହୁତ ପସନ୍ଦ କରା ଯାଉଛି।

Google
ଭିଡିଓରେ ଷ୍ଟମପିଙ୍ଗର ଜବରଦସ୍ତ ଦୃଶ୍ୟ:

ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ତଥା ଲିଜେଣ୍ଡ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କର କିପିଂ ଆଉ ତାଙ୍କ ଷ୍ଟମପିଙ୍ଗ ଦୁନିଆ ସାରା ଲୋକପ୍ରିୟ ଅଟେ। ଦ୍ରୁତ ଷ୍ଟମପିଙ୍ଗ କରିବାରେ ମାହୀର ଧୋନୀଙ୍କର ବରାବରୀ କରିବା ଆଜି ଯାଏ ଭାରତରେ କେହି ଆସି ନାହିଁ। ମାତ୍ର ଦେଶର ଗଲି କ୍ରିକେଟରେ କିଛି ଝଲକ ନିଶ୍ଚୟ ଦେଖିବାକୁ ମିଳିଯାଏ। ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଆକର୍ଷଣୀୟ ଷ୍ଟମପିଙ୍ଗ ଦେଖିବାକୁ ମିଳୁଛି।

 

ଆଖି ପଲକରେ ଷ୍ଟମପିଙ୍ଗ କରିଦେଲା:

ବ୍ୟାଟ୍ସମ୍ୟାନ ପଛରେ ଥିବା ୱିକେଟ କିପର ପ୍ରଥମେ ବୋଲରକୁ ଇଶାରା କଲା କି ବଲ ଅଫ ଷ୍ଟମ୍ପ ବାହାରେ ରଖୁ ଯାହା ଦ୍ୱାରା କି ସେ ବ୍ୟାଟ୍ସମ୍ୟାନକୁ ଫସେଇ ପାରିବ। ବୋଲର ବି ସେଇଆ ହିଁ କଲା ଆଉ ୱିକେଟ କିପର କଥା ଅନୁସାରେ ବଲ ଅଫ ଷ୍ଟମ୍ପ ବାହାରେ ଫିଙ୍ଗି ଦେଲା। ଏହି ପରିସ୍ଥିତିର ଫାଇଦା ଉଠାଇ ୱିକେଟ କିପର ତୁରନ୍ତ ହିଁ ବଲ କଲେକ୍ଟ କଲା ଆଉ ବ୍ୟାଟ୍ସମ୍ୟାନକୁ ଷ୍ଟମିଙ୍ଗ କରିଦେଲା। ବ୍ୟାଟ୍ସମ୍ୟାନ ପାଖରେ ପଛକୁ ମୋଡ଼ି ଦେଖିବା ପାଇଁ ବି ଟାଇମ ନଥିଲା।

ଦି ପାୱାର ଅଫ ସେଭେନ:

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଏଯାଏ ୫୫ ହଜାର ରୁ ଅଧିକ ଲୋକ ଦେଖି ସାରିଛନ୍ତି ଆଉ ଏହା ବହୁତ ଜଲଦି ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର ତ ଏହା ବି ଲେଖିଛି, ” ଦ ପାୱାର ଅଫ ସେଭେନ”। ଅର୍ଥାତ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ଟ୍ୟାଗ କଲା କାରଣ ଧୋନୀଙ୍କର ହିଁ ଜର୍ସି ନମ୍ବର ଥିଲା ସେଭେନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *