IPL ୨୦୨୧:୧୧ ଜଣ ବ୍ୟାଟ୍ସମ୍ୟାନଙ୍କ ସହ ଓହ୍ଲାଇବେ ଧୋନି? ଜାଣନ୍ତୁ ଚେନ୍ନାଇ ସୁପର କିଙ୍ଗସର ଚୂଡାନ୍ତ ଏକାଦଶ!

ଆଇପିଏଲର ଦ୍ୱିତୀୟ ମ୍ୟାଚ ଶନିବାରେ ଚେନ୍ନାଇ ସୁପର କିଙ୍ଗସର ମ୍ୟାଚ ଦିଲ୍ଲୀ କ୍ୟାପିଟଲ୍ସ ସହ ହେବ। ଏହି ମ୍ୟାଚ ଏଥିପାଇଁ ଖାସ କାରଣ ଏହି ମ୍ୟାଚରେ ଧୋନି ଓ ଋଷଭ ପନ୍ତ ମୁହାଁମୁହିଁ ହେବେ। ପନ୍ତଙ୍କୁ ଧୋନିଙ୍କ ଜାଗାରେ କାର୍ଯ୍ୟରତ ବୋଲି ମାନାଯାଉଛି ଓ ନିଜକୁ ସାବ୍ୟସ୍ତ ମଧ୍ୟ କରିଛନ୍ତି। କିନ୍ତୁ ସେ ଅଧିନାୟକ ପରେ ପ୍ରଥମ ଥର ଧୋନିଙ୍କ ସାମ୍ନାରେ ଓହ୍ଲାଇବେ। ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନର କଥା କହିବେ ତ ଟିମ ପୂର୍ଵ ସଂସ୍କରଣରେ ଖରାପ ପ୍ରଦର୍ଶନ କରିଥିଲେ। ଟିମ ପ୍ରଥମ ଥର ଆଇପିଏଲରେ ପ୍ଲେଅଫରେ ପହଁଚିନଥିଲା। ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସ ୭ ମ ସ୍ଥାନରେ ଥିଲା। କିନ୍ତୁ ଏଥର ଚେନ୍ନାଇ ଭଲ ଖେଳ ଜାରି ରଖିବ ବୋଲି ଆଶା ଅଛି କାରଣ ସେ ଏଥର କିଛି ଏପରି ଖେଳାଳିଙ୍କୁ ସାମିଲ କରିଛି ଯିଏକି ଭଲ ଫର୍ମରେ ଅଛନ୍ତି।

Google

ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ କିଛି ନୂଆ ରଣନୀତି ସହ ଓହ୍ଲାଇପାରେ। ଏଥର ତାଙ୍କ ପାଖରେ ସୁରେଶ ରାଇନା ଉପସ୍ଥିତ ଅଛନ୍ତି ଓ ଟିମରେ ମୋଇନ ଅଲ୍ଲୀ ଓ କୃଷ୍ଣପା ଗୌତମଙ୍କ ପରି ଅଲରାଉଣ୍ଡର ଅଛନ୍ତି। ଆସନ୍ତୁ ଜାଣିବା ଚେନ୍ନାଇ ସୁପର କିଙ୍ଗସ ଦିଲ୍ଲୀ କ୍ୟାପିଟଲ୍ସ ବିରୁଦ୍ଧରେ କେଉଁ ଚୂଡାନ୍ତ ଏକାଦଶ ସହ ଓହ୍ଲାଇପାରେ।

କିଏ ହେବ ଚେନ୍ନାଇର ଓପନର:

ଚେନ୍ନାଇ ସୁପର କିଙ୍ଗସ ପୂର୍ବ ବର୍ଷ ସାମ କରନଙ୍କୁ ଓପନିଙ୍ଗର ମୌକା ଦେଇଥିଲେ ଓ ଋତୁରାଜ ଗାୟକବାଡ଼ ମଧ୍ୟ ସେହି ପୋଜିସନରେ ଖେଳୁଥିଲେ। ଏଥର ଚେନ୍ନାଇ ଟିମ କିଛି ନୂଆ ରଣନୀତି ସହ ଓହ୍ଲାଇପାରନ୍ତି। ଫାଫ ଡୁପ୍ଲେସିଙ୍କ ସହିତ ଏଥର ଅଲରାଉଣ୍ଡର ମୋଇନ ଅଲ୍ଲୀ ଓପନିଙ୍ଗ କରିପାରନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ୬-୭ନମ୍ବରରେ ତ ଖେଳିଥାନ୍ତି କିନ୍ତୁ ଏହି ଇଂଲଣ୍ଡ ଖେଳାଳି ଇଂଲିଶ କାଉଂଟିରେ ଟପ ଅର୍ଡରରେ ବ୍ୟାଟିଙ୍ଗ କରିବାର ନଜର ଆସିଥାନ୍ତି। ଯଦି ମୋଇନ ଅଲ୍ଲୀ ଓପନିଙ୍ଗ ପାଇଁ ଓହ୍ଲାଇବେ ତେବେ ବାମ ଡାହାଣ କମ୍ବୀନେସନ ରହିବ।

Google

ସୁରେଶ ରାଇନା ଓ ଅମ୍ବାତି ରାଇଡୁ ଉପର ମିଡ଼ିଲ ଅର୍ଡର ସମ୍ଭାଳିବେ। ଓ ଅଧିନାୟକ ଧୋନି ୫ ମ ନମ୍ବରରେ ଆସିବେ।ଏହା ପରେ ଜାଡେଜା ଓ ସାମ କରନ ଟିମକୁ ମଜବୁତ କରିବେ। ଶେଷ ଓଭରରେ ଧୂଆଁଧାର ବ୍ୟାଟିଙ୍ଗ ପାଇଁ ତାଙ୍କ ପାଖରେ ଡିଜେ ବ୍ରାଭୋ ଓ କୃଷ୍ଣପା ଗୌତମଙ୍କ ପରି ଖେଳାଳି ରହିଛନ୍ତି। ଦୀପକ ଚାହାର ଓ ସାରଦୁଲ ଠାକୁରଙ୍କ ଉପରେ ପ୍ରେସ ବୋଲିଙ୍ଗର ଭାର ରହିବ।

Google
ଚେନ୍ନାଇ ସୁପର କିଙ୍ଗସର ସମ୍ଭାବିତ ଚୂଡାନ୍ତ ଏକାଦଶ:

ଏମ ଏସ ଧୋନି(କ୍ୟାପଟେନ)ଫାଫ ଡୁପ୍ଲେସି, ଅମ୍ବାତି ରାଇଡୁ, ମୋଇନ ଅଲି,ଡିଜେ ବ୍ରାଭୋ,ସୁରେଶ ରାଇନା, ସାମ କରନ ,ରବିନ୍ଦ୍ର ଜାଡେଜା, କୃଷ୍ଣପା ଗୌତମ,ଦୀପକ ଚାହାର ଓ ସାରଦୁଲ ଠାକୁର ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *