“ଚାଇନା ଗେଟ” ର “ଛମା ଛାମା” ଗୀତରେ ଖୁବ ନାଚିଛନ୍ତି ଧନଶ୍ରୀ , ଚହଲଙ୍କ କମେଣ୍ଟ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ। ଦେଖନ୍ତୁ ଭିଡିଓ।

ଭାରତୀୟ କ୍ରିକେଟ ଟିମର ଲେଗ ସ୍ପିନର ଯୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ନିଜର ନୂଆ ଡ୍ୟାନ୍ସ ଭିଡ଼ିଓ ଛାଡିଛନ୍ତି। ଏହି ଭିଡ଼ିଓରେ ସେ ନୂଆ ଫିଲ୍ମ ଚାଇନା ଗେଟର ଗୀତ ” ଛମା ଛାମାରେ ଛାମା ଛାମା ,ଛମା ଛାମା ବାଜେରେ ମେରି ପେଜନିଆ,ଛମା ଛାମା ବାଜେରେ ମେରି ପେଜନିଆ”ରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖାଯାଉଛି।

Google

ଭିଡ଼ିଓରେ ଧନଶ୍ରୀଙ୍କ ସହିତ ଆଉ ଦୁଇଜଣ ଝିଅ ମଧ୍ୟ ଅଛନ୍ତି ସେ ଖୋଲା ଆକାଶ ତଳେ ତାଙ୍କ ସହ ଡ୍ୟାନ୍ସ କରୁଛନ୍ତି। ଧନଶ୍ରୀ ଏହାକୁ ପୋଷ୍ଟ କରି ଡ୍ୟାନ୍ସରେ ଦୁଇ ଝିଅ ତାଙ୍କ ସହ ଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଧନଶ୍ରୀଙ୍କର ଏହି ଭିଡ଼ିଓ ଅଳ୍ପ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଛଅ ଘଣ୍ଟା ଭିତରେ ହିଁ ଏହାକୁ ସାଢ଼େ ଛଅ ଲକ୍ଷ ଲାଇକ ମିଳିସାରିଛି। ସେହିପରି ୧୨୦୦ ରୁ ଅଧିକ କମେଣ୍ଟ ଆସିସାରିଲାଣି। ଧନଶ୍ରୀଙ୍କର ଏହି ଭିଡ଼ିଓରେ ଚହଲ ହୃଦୟକୁ ଛୁଇଁବା ଭଳି କମେଣ୍ଟ କରିଛନ୍ତି।

ଚହଲ ଲେଖିଛନ୍ତି,”ବ୍ୟୁଟିଫୁଲ” ।ଏହା ପରେ ସେ ନାଲି ହାର୍ଟ ଓ କିସ ଇମୋଜି ପଠାଇଛନ୍ତି। କହିରଖିବୁକି ଚହଲ ଓ ଧନଶ୍ରୀ ବର୍ମା ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ଭାରତରେ ଟିକ ଟକ ବନ୍ଦ ହେବା ପର୍ଯ୍ୟନ୍ତ ଚହଲ ସର୍ଵଦା ଇଂଷ୍ଟାଗ୍ରାମରେ ଭିଡ଼ିଓ ପୋଷ୍ଟ କରୁଥିଲେ ।ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା ଦାନ୍ତ ଡାକ୍ତର, କୋରିଓଗ୍ରାଫର, ଓ ୟୁଟୁବର ଅଟନ୍ତି। ଏହା ସହ ଭଲ ଡ୍ୟାନ୍ସ ଷ୍ଟାଇଲ ପାଇଁ ସେ ଲୋକଙ୍କ ଅଧ୍ୟରେ ପପୁଲାର ଅଟନ୍ତି।

ଧନଶ୍ରୀ ଭିଡ଼ିଓର କ୍ୟାପ୍ସନରେ ଲେଖିଛନ୍ତି “ଏହା ଏକ ୱାଇଡ଼ ଫ୍ରେମ ଅଟେ। କାରଣ ଆପଣ ଆମ ଫୋର୍ମମେସନକୁ ମିସ କରିପାରିବେ ନାହିଁ। ଏହି ନାଚ “ଛମା ଛାମାର” ଆନନ୍ଦ ନିଅନ୍ତୁ। ମୋର ସାଥ ଦେଇଥିବାରୁ vaishali.kalanjay ଓ payal .shah18 ଙ୍କୁ ଧନ୍ୟବାଦ। ଆପଣ ମାନେ ଅଦ୍ଭୁତ ଅଟନ୍ତି। ଆପଣ ଦୁହିଁଙ୍କ ନାଚ ଅଦ୍ଭୁତ ଥିଲା”।

ଏହା ପ୍ରଥମ ଥର ନୁହେଁ ଯେବେ ଧନଶ୍ରୀ ନିଜ ଡ୍ୟାନ୍ସ ଭିଡ଼ିଓରେ ଧମାଲ କରିଛନ୍ତି। ଚହଲଙ୍କ ସହ ବିବାହ ପରେ ତାଙ୍କର ପ୍ରଥମ ଡ୍ୟାନ୍ସ ଭିଡ଼ିଓ ବହୁତ ଚର୍ଚ୍ଚାରେ ରହିଥିଲା।ତାଙ୍କର ସେହି ଡ୍ୟାନ୍ସ ଭିଡ଼ିଓ ପଞ୍ଜାବୀ ଇଣ୍ଡଷ୍ଟ୍ରିର ସୁପର ହିଟ ସିଙ୍ଗର ହାର୍ଡ଼ି ସନ୍ଧୁଙ୍କର “ତିତଲିଆ” ଆଲବମର ଗୀତ ଥିଲା।ତାଙ୍କର ସେହି ଡ୍ୟାନ୍ସ ଭିଡ଼ିଓକୁ ପାଖାପାଖି ୩୦ ଲକ୍ଷ ଲୋକ ଦେଖିଥିଲେ। ଧନଶ୍ରୀଙ୍କର ଏହି ଭିଡ଼ିଓ ଇଂଷ୍ଟାଗ୍ରାମର ଟପ ୫ ଭିଡ଼ିଓ ମଧ୍ୟରେ ଗୋଟିଏ ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *