ଦକ୍ଷିଣ ଆଫ୍ରିକର ପୂର୍ଵ ଅଧିନାୟକ ଓ ଆରସିବିର ବିସ୍ପୋଟକ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ନିଜର ଆଇପିଏଲ ଚୂଡାନ୍ତ ଏକାଦଶ ବାଛିଛନ୍ତି। ଡିଭିଲିୟର୍ସ ଏଥିରେ ୭ ଜଣ ଭାରତୀୟ ଓ ୪ ଜଣ ବିଦେଶୀ ଖେଳାଳିଙ୍କୁ ବାଛିଛନ୍ତି। ଏବି ଡିଭିଲିୟର୍ସ ଏଥର ପ୍ରଥମଥର ଆରସିବିକୁ ଚାମ୍ପିୟାନ କରିବା ପାଇଁ ଓହ୍ଲାଇବେ। ଟିମ ଏବେ ପର୍ଯ୍ୟନ୍ତ ଗୋଟେ ଥରମଧ୍ୟ ଟ୍ରଫି ଜିତିପାରିନାହିଁ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରୁ ହିଁ ତାଙ୍କ ସାମ୍ନା ମୁମ୍ବାଇ ଇଣ୍ଡିଆନ୍ସ ସହ ହେବ।

ଆଇପିଏଲରେ ଡିଭିଲିୟର୍ସ କୋହଲିଙ୍କ ଅଧିନାୟକତ୍ୱ ଟିମରେ ଖେଳୁଥିବା ବେଳେ ନିଜ ଟିମର ଅଧିନାୟକ ସେ ଚେନ୍ନାଇର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ବାଛିଛନ୍ତି।ଧୋନି ନିଜ ଅଧିନାୟକତ୍ୱରେ ଚେନ୍ନାଇକୁ ତିନିଥର ଆଇପିଏଲ ଟ୍ରଫି ଜିତାଇଛନ୍ତି। ଡିଭିଲିୟରସ ୫ ଥର ଆଇପିଏଲ ଜିତାଇଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ନିଜ ଟିମରେ ଅନ୍ତର୍ଭୁକ୍ତ କରିବାର ନଜର ଆସିଛନ୍ତି। ସେ ରୋହିତଙ୍କୁ ଓପନିଙ୍ଗ ସ୍ଥାନ ଦେଇଛନ୍ତି। ସେ ନିଜକୁ ଅସମଞ୍ଜସ ସ୍ଥାନ ଦେଇଛନ୍ତି। ସେ ନିଜକୁ ୪ ନମ୍ବର ସ୍ଥାନ ଦେଇଛନ୍ତି। ସେ ଷ୍ଟିବ ସ୍ମିଥ ଓ କେନ ଉଇଲୀୟମସନଙ୍କ ସହ ଏକ ଚଏସରେ ଅଛନ୍ତି।

ଡିଭିଲିୟର୍ସ କ୍ରିକବଜକୁ କହିଲେ କି,” କାଲି ରାତିରେ ମୁଁ ଭାବୁଥିଲି ଯଦି ମୁଁ ମୋର ଆଇପିଏଲ ଟିମ ବାଛିବି ଓ ନିଜେ ସେଥିରେ ରହିବି କେତେ ଖରାପ ଲାଗିବ। ସେଥିପାଇଁ ଓପନିଙ୍ଗ ପାଇଁ ମୁଁ ବିରେନ୍ଦ୍ର ସେହ୍ଵାଗ ଓ ପୂର୍ଵ ୫ ବର୍ଷ ଧରି ଭଲ ଖେଳୁଥିବା ରୋହିତ ଶର୍ମାଙ୍କୁ ବାଛିଛି। ଏହା ପରେ ତୃତୀୟ ନମ୍ବରରେ ବିରାଟ କୋହଲି ଆସିବେ। ଚତ୍ରୁର୍ଥ ନମ୍ବରରେ ମୁଁ ଷ୍ଟିବ ସ୍ମିଥ ବା କେନ ଉଇଲିୟମସନ ମଧ୍ୟରୁ କିଏ ଆସିବ। ଏହା ପରେ ବେନ ଷ୍ଟୋକସ ନମ୍ବର ୫ ରେ ଧୋନି ଅଧିନାୟକ ରୂପରେ ସ୍ଥାନ ୬ ରେ ଆସିବେ।ରବିନ୍ଦ୍ର ଜାଡେଜା ନମ୍ବର ୭ ରେ ଆସିବେ। ନମ୍ବର ୮ ରେ ରାସିଦ ଖାନ, ନମ୍ବର ୯ ରେ ଭୁବନେଶ୍ୱର କୁମାର ଓ ସ୍ଥାନ ୧୦ ରେ କଗିସୋ ରବାଡ଼ା ଓ ସ୍ଥାନ ୧୧ରେ ଯଶପ୍ରୀତ ବୁମରା ଅଛନ୍ତି”।

ଡିଭିଲିୟର୍ସ ନିଜ ଟିମରେ ମିଷ୍ଟର ଆଇପିଏଲ କୁହାଯାଉଥିବା ସୁରେଶ ରାଇନାଙ୍କୁ ଜାଗା ଦେଇନାହାଁନ୍ତି। ଏହା ସହ ସେ ଟୁର୍ଣ୍ଣାମେଣ୍ଟରେ ସବୁଠୁ ଅଧିକ ୱିକେଟ ନେଇଥିବା ଲସିଥ ମାଲିଙ୍ଗାକୁ ଜାଗା ଦେଇନାହାଁନ୍ତି। ସେ ଦିଲ୍ଲୀ କ୍ୟାପିଟଲ୍ସ ପଟେ ଖେଳୁଥିବା ଦକ୍ଷିଣ ଆଫ୍ରିକାର ଖେଳାଳି କଗିସୋ ରବାଡାଙ୍କୁ ମାଲିଙ୍ଗାଙ୍କ ଠୁ ଅଧିକ ମହତ୍ତ୍ୱ ଦେଇଛନ୍ତି। ଏହା ଛଡା ସେ କ୍ରିସ ଗେଲ ଓ ଡେଭିଡ ୱାନରଙ୍କ ପରି ମହାନ ଖେଳାଳିଙ୍କୁ ବାହାରେ ରଖିଛନ୍ତି।

ଏବି ଡିଭିଲିୟର୍ସନଙ୍କର ଅଲଟାଇମ ଆଇପିଏଲ ଚୂଡାନ୍ତ ଏକାଦଶ କିଛି ଏହି ପ୍ରକାର ଅଟେ:
ବିରେନ୍ଦ୍ର ସେହ୍ଵାଗ, ରୋହିତ ଶର୍ମା, ବିରାଟ କୋହଲି,ଷ୍ଟିଭ ସ୍ମିଥ/କେନ ଉଇଲିୟମସନ/ଏବି ଡିଭିଲିୟର୍ସ,ବେନ ଷ୍ଟୋକସ, ମହେନ୍ଦ୍ର ସିଂହ ଧୋନି(ୱିକେଟକିପିଙ୍ଗ,କ୍ୟାପଟେନ), ରବିନ୍ଦ୍ର ଜାଡେଜା, ରାସିଦ ଖାନ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା ଓ କଗିସୋ ରବାଡ଼ା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।