ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୧ ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛି। ବୁଧବାରକୁ ମହେନ୍ଦ୍ର ସିଂହ ଧୋନି ମଧ୍ୟ ବ୍ୟାଟିଙ୍ଗ ଅଭ୍ୟାସ କରୁଥୁବା ଦେଖାଯାଇଛି। ଧୋନି ନେଟରେ ଖୋଲା ଖୋଲି ଭାବେ ଶର୍ଟ ଖେଳିଥିଲେ। ସେ ଶର୍ଟ ପିଚ ବଲରେ ମଧ୍ୟ ଖୋଲିକରି ଖେଳିଛନ୍ତି। ଧୋନିଙ୍କ ଶର୍ଟ ଦେଖି ଏପରି ଲାଗୁନଥିଲା କି ସେ ଅନେକ ଦିନରୁ କ୍ରିକେଟରୁ ଦୂରରେ ରହିଛନ୍ତି। ଯେବେକି ସେ ଆଇପିଏଲ ୨୦୨୦ ପରେ ଏବେ ଯାଇ ବ୍ୟାଟ ଧରିଛନ୍ତି। ଏହା ମଧ୍ୟରେ ସେ ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟ କି ମ୍ୟାଚ ଖେଳି ନାହାଁନ୍ତି।
Neruppu Da!! Thala Dharisanam reloaded! #PolakattumWhistles #Yellove #WhistlePodu 💛🦁 @myntra pic.twitter.com/QIvWzgboLA
— Chennai Super Kings (@ChennaiIPL) March 10, 2021
ମହେନ୍ଦ୍ର ସିଂହ ଧୋନିଙ୍କ ଅଭ୍ୟାସ ମ୍ୟାଚ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣଙ୍କୁ କହିରଖବୁକି ଧୋନି ନିଜ ବ୍ୟାଟିଙ୍ଗରେ ବଡ଼ ଚେଞ୍ଜ କରିଛନ୍ତି। ଧୋନିଙ୍କ ବ୍ୟାଟିଙ୍ଗରେ ଫୁଟୱର୍କର ପରିବର୍ତ୍ତନ ହୋଇଛି। ଆଗରୁ ଧୋନି ପିଚରେ ସ୍ଥିତ ରହିଥିଲେ କିନ୍ତୁ ସେ ଏବେ ଡାହାଣ ଗୋଡ଼ର ବ୍ୟବହାର କରୁଛନ୍ତି।
©️🆒 on BEAST MODE 🔥💥 pic.twitter.com/4yHCWzz4SN
— ⓑⓐⓛⓐ (@Bala_the_fanboy) March 10, 2021
ଧୋନି ବଦଳାଇଲେ ଫୁଟୱର୍କ:
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖାଯାଉଛିକି ମହେନ୍ଦ୍ର ସିଂହ ଧୋନି ଲେଗ ଷ୍ଟମ୍ପର ଗାର୍ଡ ନେଇକି ମିଡ଼ିଲ ଷ୍ଟମ୍ପକୁ ଆସୁଛନ୍ତି। ଧୋନିଙ୍କ ଏହି ଷ୍ଟାଇଲ କେଏଲ ରାହୁଲ ଓ ବିରାଟ କୋହଲିଙ୍କ ସହ ମିଶୁଛି। ଧୋନି ନେଟରେ ଯେଉଁଭଳି ଭାବେ ଶର୍ଟ ଖେଳୁଛନ୍ତି ସେଥିରୁ ଜଣାପଡୁଛି ସେ ଭଲ ଫର୍ମରେ ଗତି କରୁଛନ୍ତି।
ଧୋନିଙ୍କ ଫର୍ମ ଚେନ୍ନାଇ ସୁପର କିଙ୍ଗସ ପାଇଁ ଦରକାର:
କହିରଖବୁକି ଧୋନିଙ୍କ ଭଲ ବ୍ୟାଟିଙ୍ଗ ଚେନ୍ନାଇ ସୁପର କିଙ୍ଗସ ପାଇଁ ଭଲ ଖବର। ପୂର୍ବ ସଂସ୍କରଣରେ ଧୋନି ଭଲ ବ୍ୟାଟିଙ୍ଗ କରିପାରିନଥିଲେ। ଧୋନି ୧୪ ମ୍ୟାଚରେ ୨୫ ଔସତରେ ମାତ୍ର ୨୦୦ ରନ କରିଥିଲେ। ଏହା ସହିତ ପ୍ରଥମ ଥର ଚେନ୍ନାଇ ସୁପର କିଙ୍ଗସ ପ୍ଲେଅଫରେ ପହଁଚିବାରେ ଅସଫଳ ରହିଥିଲା। ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପରକିଙ୍ଗସ ୭ମ ସ୍ଥାନରେ ଥିଲା। କିନ୍ତୁ ଆଇପିଏଲର ୧୪ ତମ ସଂସ୍କରଣରେ ଧୋନି ମଝବୁତ ଟିମ କରିଛନ୍ତି।

ଚେନ୍ନାଇ ଟିମ:ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା, ଅମ୍ବାତି ରାଇଡୁ, କେଏମ ଆସିକ, ଦୀପକ ଚାହାର, ଡିଜେ ବ୍ରାଭୋ, ଫାଫ ଡୁପ୍ଲେସି, ଇମରାନ ତାହିର, ଏନ ଜଗଦିସନ, କର୍ଣ ଶର୍ମା, ଲୁଙ୍ଗି ଏନଗିଡ଼ି, ମିଚେଲ ସୈଣ୍ଟନର, ରବିନ୍ଦ୍ର ଜାଡେଜା, ଋତୁରାଜ ଗାଏକବାଡ଼, ସାରଦୁଲ ଠାକୁର, ସୈମ କରନ, କୃଷପା ଗୌତମ, ଯୋଜ ହେଜଲହୁଡ, ଆର ସାଇ କିଶୋର, ରବିନ ଉଥାପା, ମୋଇନ ଅଲ୍ଲୀ, ଚେତେଶ୍ୱର ପୂଜାରା, ଏମ ହରିଶଙ୍କର ରେଡି, କେ ଭାଗନାଥବର୍ମା, ସି ହରି ନିଶାନ୍ତ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।