ସୋସିଆଲ ମିଡିଆରେ ଆଜି କାଲି ଏପରି ବହୁତ ଭିଡିଓ ଭାଇରାଲ ହେଉଅଛି ଯାହାକୁ ଦେଖି କେହି ବି ନିଜର ହସ ଅଟକାଇ ପାରିବ ନାହିଁ। ଆଜି କାଲି ବି ଏକ ଭିଡିଓ ବହୁତ ଟ୍ରେଣ୍ଡିଙ୍ଗରେ ଅଛି ଯାହା ଦେଖି କେହି ବି ନିଜର ହସ ଅଟକାଇ ପାରିବ ନାହିଁ। ଏହାକୁ ବ୍ୟବସାୟୀ ହର୍ଷ ଗୋୟନିକା ନିଜର ଟ୍ୱିଟର ହ୍ୟାଣ୍ଡେଲରେ ବି ସେୟାର କରିବାର ଦେଖା ଯାଇଛନ୍ତି। ସେ ସର୍ବଦା ଟ୍ୱିଟରରେ ମଜାଦାର ଜୋକ୍ସ ଆଉ ଭିଡିଓ ସେୟାର କରୁଥାଆନ୍ତି।ଏହି ଭିଡିଓକୁ ବି ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଆଉ ଷେୟାର ବି କରୁଛନ୍ତି।

ପ୍ରକୃତରେ ହର୍ଷ ଯେଉଁ ଭିଡିଓ ସେୟାର କରିଛନ୍ତି ତାହା ଏକ ପଙ୍ଗୁ ବ୍ୟକ୍ତିର ଅଟେ ଯିଏ କି ବିଚ ବଜାର ଭିତରେ ବସି ଲୋକଙ୍କୁ ଭିକ ମାଗୁଥାଏ। ଏହି ବ୍ୟକ୍ତି ଜଣକ ଗୋଡ଼ରୁ ପଙ୍ଗୁ ଥାଏ ଆଉ ଏହା ଭାବିକି ଲୋକ ମାନେ ତାକୁ ଟଙ୍କା ପଇସା ସହ ଅନ୍ୟ ଜିନିଷ ମାନ ବି ଦେଇ ଦେଉ ଥାଆନ୍ତି,ଏହା ଭାବିକି କି ଏହି ଜିନିଷ ସେହି ଲୋକର କିଛି କାର୍ଯ୍ୟରେ ଆସିବ।
ଭିଡିଓରେ ଦେଖାଯାଇପାରିବ କି ଜଣେ ବ୍ୟକ୍ତି ସେହି ଭିକାରୀ ପାଖକୁ ଯାଇ ତା ସହ କିଛି କଥାବାର୍ତ୍ତା ହୁଏ। ତା ପରେ ସେହି ବ୍ୟକ୍ତି ଜଣକ ଭିକାରୀକୁ କିଛି କଏନ ଦିଏ ଆଉ ତା ପରେ ତାର ଥାଳିରେ କିଛି ପଇସା ପକେଇ ଦିଏ। ଏହାପରେ ବ୍ୟକ୍ତି ଜଣକ ଭିକାରୀର ପଇସା ଧରି ଦୌଡ଼ିବାକୁ ଆରମ୍ଭ କରେ। ଏହା ପରେ ଚମତ୍କାର ହୁଏ।
Miracles do happen….. pic.twitter.com/FvySTrmXh0
— Harsh Goenka (@hvgoenka) February 5, 2021
ବ୍ୟକ୍ତି ଜଣକ ଯେପରି ହିଁ ପଙ୍ଗୁ ଲୋକର ପଇସା ଧରି ଦୌଡ଼ିବାକୁ ଲାଗେ,ତାର ତୁରନ୍ତ ପରେ ହିଁ ପଙ୍ଗୁ ଲୋକ ଜଣକ ଠିଆ ହେଇଯାଏ ଆଉ ସେହି ବ୍ୟକ୍ତିର ପିଛା କରି କରି ଦୌଡିବାକୁ ଲାଗେ। ଏହା ପରେ ତାର ସତ୍ୟତା ସଭିଙ୍କୁ ଜଣା ପଡି ଯାଏ କି ସେ ତ ପ୍ରକୃତରେ ଠିକ ଅଛି ଆଉ ତାର ଗୋଡ଼ ବି ଠିକ ଅଛି। ମାତ୍ର ସେ ପଙ୍ଗୁ ହେବାର ଅଭିନୟ କରୁଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।