ଇଂଲଣ୍ଡ ବିରୁଦ୍ଧରେ ନିଜ ଡେଭ୍ୟୁ ମ୍ୟାଚରେ ସୁନ୍ଦର ପାରି ଖେଳି ଭାରତକୁ ବିଜୟ ଦେଇଥିବା ଇସାନ କିଶନଙ୍କ ନାମ ଅନେକ ସମୟରୁ ମଡେଲ ଅଦିତି ହୁଂଡିଆଙ୍କ ସହ ଯୋଡି ହୋଇରହିଛି।

ଇଂଲଣ୍ଡ ଭଳି ମଜବୁତ ଟିମ ସାମ୍ନାରେ ନିଜ ଡେଭ୍ୟୁ ମ୍ୟାଚରେ ଅର୍ଦ୍ଧଶତକୀୟ ପାରି ଖେଳି ଭାରତକୁ ଦ୍ୱିତୀୟ ଟି-୨୦ରେ ବିଜୟ ଦେଇଥିବା ଇସାନ କିଶନଙ୍କ ନାମ ଅନେକ ସମୟରୁ ମଡେଲ ଅଦିତି ହୁଂଡିଆଙ୍କ ସହ ଯୋଡି ହୋଇରହିଛି। ଅଦିତି ମଧ୍ୟ ସୋସିଆଲ ମିଡ଼ିଆରେ ସବୁବେଳେ ଇସାନ କିଶନଙ୍କ ପ୍ରଶଂସା କରୁଥିବା ଦେଖାଯାଇଅଛି।
ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ରେ ଡେଭ୍ୟୁ କରିଥିବା ଇସାନ କିଶନଙ୍କୁ ଅଦିତି ଖାସ ପ୍ରକାର ଅଭିନନ୍ଦନ ଜ୍ଞାପନ କରିଛନ୍ତି। ସେ ଇଂଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଥିଲେ ଅଭିନନ୍ଦନ ମୋ କ୍ୟୁଟି।
୧୫ ଜାନୁଆରୀ ୧୯୯୭ରେ ରାଜସ୍ଥାନର ଜୟପୁରରେ ଜନ୍ମ ହୋଇଥିବା ଅଦିତି ଆଇପିଏଲ ୨୦୧୯ ଫାଇନାଲ ସମୟରେ ଚର୍ଚ୍ଚାକୁ ଆସିଥିଲେ। ଯେବେ ମୁମ୍ବାଇ ଚେନ୍ନାଇକୁ ହରାଇ ଫାଇନାଲ ଜିତିଥିଲା ସେବେଠୁ ଇସାନଙ୍କ ନାମ ଅଦିତିଙ୍କ ସହ ଯୋଡି ହୋଇଯାଇଛି।

ଅଦିତି ନିଜ ମଡ଼େଲିଙ୍ଗ କ୍ୟାରିୟର ୨୦୧୬ରୁ ଏଲିଟି ମିଶ ରାଜସ୍ଥାନରୁ କରିଥିଲେ। ଏହା ପରେ ସେ ଫେମିନା ମିଶ ଇଣ୍ଡିଆ ରାଜସ୍ଥାନର ବିଜେତା ହୋଇଥିଲେ। ସେହି ବର୍ଷ ସେ ଫେମିନା ମିଶ ଇଣ୍ଡିଆ ୨୦୧୭ରେ ଟପ ୧୫ରେ ସ୍ଥାନ ପାଇଥିଲେ।
ଅଦିତି ୨୦୧୮ରେ ମିଶ ସୁପରନ୍ୟାଚୁରାଲର ବିଜେତା ହୋଇଥିଲେ। ଏହା ପରେ ତାଙ୍କୁ ମିଶ ୟୁନିଭର୍ସ ୨୦୧୮ ପ୍ୟାଜେଣ୍ଟରେ ଅଂଶଗ୍ରହଣ କରିବାକୁ ମୌକା ମିଳିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।