ଜନି ବେୟାରଷ୍ଟୋଙ୍କ ଏହି ବିସ୍ଫୋରକ ଛକାରେ ନାଲି ବଲ ହୋଇଗଲା ଧଳା , ଦେଖନ୍ତୁ ଆଶ୍ଚର୍ଯ୍ୟକର ଭିଡିଓ।

ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଗାଲେରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଇଂଲଣ୍ଡ ଏହି ମ୍ୟାଚକୁ ସହଜରେ ଜିତିଗଲା । ଇଂଲଣ୍ଡ ୨-୦ରେ ମ୍ୟାଚ ଜିତି ସିରିଜ ନିଜ ନାମରେ କରିଦେଲା। ମ୍ୟାଚରେ ଏମିତି କିଛି ହେଲା ଯାହା ସମସ୍ତଙ୍କୁ ଚକିତ କରିଦେଲା। ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜାନି ବେୟାରଷ୍ଟୋ ଧୂଆଁଧାର ଛକା ମାରିଲେ। ଶୁଣିବାକୁ ଆପଣଙ୍କୁ ଅଜବ ଲାଗିବ,ହେଲେ ନାଲି ବଲ ଧଳା ହୋଇଗଲା।ସୋସିଆଲ ମିଡିଆରେ ଭିଡ଼ିଓ ଜୋରରେ ଭାଇରାଲ ହେଉଛି।

Google

ଦ୍ଵିତୀୟ ମ୍ୟାଚରେ ଇଂଲଣ୍ଡକୁ ଜିତିବା ପାଇଁ ୧୬୪ ରନ ଦରକାର ହେଲା। ଇଂଲଣ୍ଡ ଏହି ମ୍ୟାଚକୁ ୪ ୱିକେଟ ହରାଇ ଏହି ମ୍ୟାଚ ଜିତିଗଲା। ଇଂଲଣ୍ଡ ଏକ ୱିକେଟ ହରାଇ ୩୫ ରନ କରିସାରିଥିଲା। କ୍ରିଜରେ ଜନି ବେୟାରଷ୍ଟୋ ଓ ଡୋମ ସିଲବେ ବ୍ୟାଟିଂ କରୁଥିଲେ। ରମେଶ ମେଣ୍ଡିସ ବୋଲିଂ କରୁଥିଲେ। ବେୟାରଷ୍ଟୋ ମେଣ୍ଡିଜ ବଲକୁ ସ୍ୱିପ ସର୍ଟ ଖେଳିଲେ। ବଲ ବାଉଣ୍ଡାରୀ ବାହାରକୁ ଯାଇ ଏକ ପ୍ୟାଟ ଡ଼ବାରେ ଯାଇ ବାଜିଲା। ଯେଉଁଥିରେ ଧଳା ରଙ୍ଗ ଥିଲା। ବଲ ନାଲିରୁ ଧଳା ହୋଇଗଲା।

ମ୍ୟାଚର ହିରୋ ଜୋ ରୁଟ ରହିଥିଲେ। ସେ ପ୍ରଥମ ପାରିରେ ୧୮୬ ରନ କରିଥିଲେ ଓ ଶ୍ରୀଲଙ୍କାଙ୍କୁ ବ୍ୟାଟଫୁଟରେ ଖେଳେଇଲେ। ଶ୍ରୀଲଙ୍କା ପ୍ରଥମ ଇନିଂସରେ ୩୮୧ ରନ କରିଥିଲା। ଆଂଜଲା ମ୍ୟାଥୟୁସ ୧୧୦ ରନ କରିଥିଲେ।ଇଂଲଣ୍ଡ ତରଫରୁ ଆଣ୍ଡରସନ ୬ ୱିକେଟ ଅକ୍ତିଆର କରିଥିଲେ।

ଜବାବରେ ଇଂଲଣ୍ଡ ୩୪୪ ରନ କରିଥିଲା। ଲସିଥ ଏମବ୍ୟୁଲଡେନିଆ ୭ ୱିକେଟ ନିଜ ନାମରେ କରିଥିଲେ। ଦ୍ଵିତୀୟ ଇନିଂସରେ ଶ୍ରୀଲଙ୍କା ୧୨୬ ରନରେ ଅଲଆଉଟ ହୋଇଗଲା। ଇଂଲଣ୍ଡକୁ ଜିତିବାକୁ ୧୬୪ ରନର ଆବଶ୍ୟକ ଥିଲା ଯାହାକୁ ସେ ସହଜରେ ହାସିଲ କରିଦେଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *