IPL 2021:ସଞ୍ଜୁ ସାମସନଙ୍କ ଉପରେ ସବୁଠୁ ବେଶି ନଜର, ଏହି ପ୍ଲେଇଁ ଇଲେଭେନ ସହ ଓହ୍ଲାଇପାରନ୍ତି ରାଜସ୍ଥାନ ଏବଂ ପଞ୍ଜାବ।

ରାଜସ୍ଥାନ ରୟାଲସ ଆଇପିଏଲ ଆରମ୍ଭ ବର୍ଷର ବିଜେତା ଥିଲା। ଏହା ପରେ ଏହି ଟିମ କେବେ ବି ଜିତିବାକୁ ସକ୍ଷମ ହୋଇପାରିନାହିଁ। କିନ୍ତୁ ଏହି ୨୦୨୧ ଆଇପିଏଲ ରେ ଟିମ ନିଜର ଭଲ ପଦର୍ଶନ ଦେବାକୁ ଚେଷ୍ଟା କରିବ। ଏଥର ଟିମ ନୂଆ ଅଧିନାୟକ ବାଛିଛି। ସଞ୍ଜୁ ସାମସନ ଏଥର କ୍ୟାପଟେନସି କରୁଛନ୍ତି। ଟି-୨୦ ଲିଗର ଚତୁର୍ଥ ମ୍ୟାଚରେ ୧୨ ଏପ୍ରିଲକୁ ରାଜସ୍ଥାନ ରୟାଲସର ସାମ୍ନା ହେବ ପଞ୍ଜାବ କିଙ୍ଗସ ସହିତ। ପଞ୍ଜାବ ଏବେ ପର୍ଯ୍ୟନ୍ତ କେବେ ବି ଚମ୍ପିୟାନ ହୋଇନାହିଁ।

Google

ଯଦି ରାଜସ୍ଥାନର ଚୁଡାନ୍ତ ଏକାଦଶ କଥା କୁହାଯାଏ ତେବେ ଲିଗ ଆରମ୍ଭ ହେବା ପୂର୍ବରୁ ହିଁ ଦଳକୁ ଝଟକା ଲାଗିସାରିଛି।ଫାଷ୍ଟ ଵୋଲର ଜୋଫ୍ରା ଅର୍ଚର ଅସୁସ୍ଥ ଥିବାରୁ ପ୍ରଥମ ମ୍ୟାଚରୁ ବାହାର ହୋଇଛନ୍ତି। ଜୋସ ବଟଲର ଏବଂ ବେନ ଷ୍ଟୋକ୍ସଙ୍କ ଦ୍ଵାରା ଓପନିଙ୍ଗ କରାଯାଇପାରେ। ଅଧିନାୟକ ସଞ୍ଜୁ ସାମସନ ତୃତୀୟ ସ୍ଥାନରେ ଯାଇପରନ୍ତି। ସାଉଥ ଆଫ୍ରିକାରେ ଦ୍ରୁତତମ ବୋଲର କ୍ରୀସ ମୋରିସଙ୍କୁ ଟିମ ୧୬.୨୫ କୋଟିରେ କିଣିଛି। ଚତୁର୍ଥ ବିଦେଶୀ ଖେଳାଳି ଭାବେ ଏଣ୍ଡ୍ରିଉ ଟାଇ କିମ୍ବା ମୁସ୍ତଫିଜୁର ରହମାନଙ୍କୁ ମୌକା ମିଳିପାରେ ବୋଲି ଆଶା କରାଯାଉଛି।

Google

ଯଦି ପଞ୍ଜାବ କିଙ୍ଗସ କଥା କୁହାଯାଏ ତେବେ ଭଲ ଓପନର କେଏଲ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଗତ ବର୍ଷ ଟିମକୁ ସୁନ୍ଦର ଆରମ୍ଭ ଦେଇଥିଲେ। ତୃତୀୟ ସ୍ଥାନରେ ଆକ୍ରମକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ମୌକା ଦିଆଯାଇପାରେ। ଭଲ ଅଲରାଉଣ୍ଡାର ମୋଇଜେସ ହେନେରିକ୍ସଙ୍କ ଖେଳିବା ସ୍ଥାୟୀ।ମହମଦ ଶାମିଙ୍କ ସହ ଦ୍ରୁତତମ ବୋଲର ଝାୟ ରିଚାର୍ଡସନଙ୍କୁ ଟିମରେ ସ୍ଥାନ ଦିଆଯାଇପାରେ। ଯେହେତୁ ଶାମି ଅସୁସ୍ଥତାରୁ ଫେରିଛନ୍ତି ଏଥର ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ।

Google

ରାଜସ୍ଥାନ ରୟାଲସର ସମ୍ଭାବିତ ଚୁଡାନ୍ତ ଏକାଦଶ:ବେନ ଷ୍ଟୋକ୍ସ,ଜୋସ ବଟଲର,ରିୟାନ ପରାଗ,ସିଭମ ଦୁବେ,ସଞ୍ଜୁ ସାମସନ(କ୍ୟାପଟେନ),ରାହୁଲ ତେବାଟିଆ,ମହିପାଲ ଲୋମରୋର,କ୍ରିସ ମୋରିସ,ଏଣ୍ଡ୍ରିଉ ଟାଇ,ଶ୍ରେୟସ ଗୋପାଳଓ କାର୍ତିକ ତ୍ୟାଗୀ।

ପଞ୍ଜାବ କିଙ୍ଗସର ସମ୍ଭାବିତ ଚୁଡାନ୍ତ ଏକାଦଶ:ମୟଙ୍କ ଅଗ୍ରୱାଲ,କେଏଲ ରାହୁଲ(କ୍ୟାପଟେନ)କ୍ରିସ ଗେଲ ,ମନଦୀପ ସିଂ,ମୋଇସିସ ହେନେରିକ୍ସ,ନିକୋଲସ ପୁରନ,ସାହରୁଖ ଖାନ,ମୂର୍ଗା ଅଶ୍ୱିନୀ,ରବି ବିସ୍ନୋଇ,ଝାୟ ରିଚାର୍ଡସନ ଓ ମହମ୍ମଦ ଶାମି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *