ପୋଲିସ କୃଷକଙ୍କ ଠୁ ଛଡ଼ାଇନେଲା ଦୁଇଲକ୍ଷ ଦଶ ହଜାର ଟଙ୍କା ଟଙ୍କା, ଦେଖନ୍ତୁ ରେକର୍ଡ ହେଇଥିବା ଭିଡିଓ।

ମୁର୍ଜାଫରପୁରରେ ଏକ କୃଷକ ସଦର ଥାନା ପୋଲିସ ଉପରେ ଦୁଇ ଲକ୍ଷ ଦଶ ହଜାର ଟଙ୍କା ଛଡାଇ ନେବାର ଅଭିଯୋଗ କରିଛି। ମୋତି ପୁରର କୃଷକ ବ୍ରଜକିଶୋର ରାୟ ସଦର ଥାନା ପୋଲିସ ଉପରେ ଆରୋପ ଲଗାଇଛନ୍ତି। ଅନେକ ସମସ୍ୟା ପରେ ଯାଇ ସଦର ଥାନାରେ ଏହି ଅଭିଯୋଗ ଗ୍ରହଣ କରାଯାଇଛି। ଘଟଣାର ସିସିଟିଭି ଫୁଟେଜ ମଧ୍ୟ ଆଗକୁ ଆସିଛି କିନ୍ତୁ ଜିଲ୍ଲାର ପୋଲିସ ଅଧିନାୟକ ଜୟତକାନ୍ତ ଏବେ ବି ମାନିବାକୁ ପ୍ରସ୍ତୁତ ନାହାଁନ୍ତି ପୀଡିତ ମାନେ ଯେବେ ଥାନାରେ ହଙ୍ଗାମାର ଧମକ ଦେଲେ ସେବେ ଯାଇ ଅଭିଯୋଗ ଗ୍ରହଣ କରାଗଲା।

Google
କଣ ଅଟେ ପୁରା ଘଟଣା:

ପୀଡିତ ବ୍ରଜକିଶୋର ରାୟ କହିଛନ୍ତି ମଙ୍ଗଳବାର ରାତିରେ ସେ ଓ ତାଙ୍କର ଜଣେ ସାଥି ମଧୌଲରୁ ମଇଁଷି ବିକ୍ରିକରି ପିକଅପ ଭ୍ୟାନରେ ସୀତାପୁର ଫେରୁଥିଲେ। ଭଗବାନପୁର ଗୋଲମ୍ବର ପାଖରେ ପୋଲିସ ଡ୍ରେସ ପିନ୍ଧିଥିବା କିଛି ଲୋକ ଗାଡି ଅଟକାଇଥିଲେ। ତଲାସୀ ନାମରେ ଡ୍ରାଇଭରକୁ ପଚରାଉଚୁରା କଲେ ଓ ମାସ ନ ପିନ୍ଧିବା କାରଣରୁ ପାଟିକଲେ। ଗାଡିରେ ବସିଥିବା ବ୍ରଜକିଶୋର ରାୟଙ୍କର ମଧ୍ୟ ତଲାସୀ ନେଲେ ତ ମଇଁଷି ବିକ୍ରିର ଏକ ଲକ୍ଷ ଦଶ ହଜାର ଟଙ୍କା ବାହାରିଲା। ଜଣେ ଅନ୍ୟ ସାଥିର ପକେଟରୁ ମଧ୍ୟ ଏକ ଲକ୍ଷ ଟଙ୍କା ବାହାରିଲା। ପୋଲିସ ଵାଲା ପଇସାକୁ ଯାଞ୍ଚ କରିବାକୁ କହି ପଇସାକୁ ଜବତ କରିଲେ ଓ ପଛରେ ଥାନାକୁ ପହଁଚିବା ପାଇଁ କହିଲେ। ଯେବେ ଏହି ଲୋକ ମାନେ ଥାନାରେ ପହଁଚି ସେହି ପୋଲିସ ଵାଲାଙ୍କୁ ଖୋଜିଲେ ସେ ସେହି ସ୍ଥାନରେ ଉପସ୍ଥିତ ନଥିଲେ। ମୁଂସି ଯେବେ ଏହି କଥା କହିଲେ ତାଙ୍କୁ ବାହାର କରିଦିଆଗଲା। ଦ୍ୱିତୀୟ ଦିନ କୃଷକ ଯେବେ ନିଜ ସାଥିମାନଙ୍କ ସହ ଥାନାରେ ଆକ୍ରମଣ ରୂପରେ ପହଁଚିଲେ ସେବେ ଯାଇ ମାମଲା ସାମ୍ନାକୁ ଆସିଲା।

ପୋଲିସ ଅଧିକାରୀ କହିଲେ ଯାଞ୍ଚର କଥା:

ଏସଏସପି ଜୟତକାନ୍ତ କୃଷକଙ୍କ ଅଭିଯୋଗ ଉପରେ କହିଛନ୍ତି ସିସିଟିଭି ଫୁଟେଜର ଯାଞ୍ଚ କରାଯାଉଛି। ଏହା ପରେ ଯାଇ କିଛି ସ୍ପଷ୍ଟ ହୋଇପାରିବ କିନ୍ତୁ ପୋଲିସକୁ ଯେଉଁ ସିସିଟିଭି ମିଳିଛି ତାହା ରାତିର ହୋଇଥିବାରୁ ସ୍ପଷ୍ଟ ଦେଖାଯାଉନାହିଁ। ସେଥିରେ ଅଭିଯୁକ୍ତ ଦେଖାଯାଉଛି କିନ୍ତୁ ତାକୁ ଠିକସେ ଚିହ୍ନି ହେଉନାହିଁ କିନ୍ତୁ ଥାନା ପାଖରେ ପୋଲିସ ପୋଷାକରେ ଗାଡି ଯାଞ୍ଚ ଓ ପଇସା ଛଡ଼ାଇବା ଅଭିଯୋଗ ପରେ ପୋଲିସ ଉପରେ ବଡ଼ ପ୍ରଶ୍ନ ଉଠିବାରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *