ଋଷଭ ପନ୍ତଙ୍କର ୱିକେଟ କିପିଂ ଉପରେ ସର୍ବଦା ପ୍ରଶ୍ନ ଉଠୁଥାଏ ମାତ୍ର ଇଂଲଣ୍ଡ ବିପକ୍ଷ ସିରିଜରେ ସେ ଯେପରି ୱିକେଟ କିପିଂ କଲେ ଆଉ ଖାସ କରି ସେହି ଟ୍ରନିଂ ଆଉ ବାଉଁଶ ଭରା ପିଚରେ ଯେପରି ଗ୍ଲୋବ ୱାର୍କ ଦେଖେଇଲେ ତାହା ସଭିଙ୍କ ଦ୍ୱାରା ପ୍ରଶଂସନୀୟ। ଏହା ପରେ ତାଙ୍କର ଭରି ଭରି ପ୍ରଶଂସା ହେଉଛି। ଏହି ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ପନ୍ତ ବହୁତ ଭଲ ୱିକେଟ କିପିଂ କରିଛନ୍ତି ଆଉ ଏହା ଉନ୍ନତ ମାନର ଷ୍ଟମପିଙ୍ଗ କଲେ ଯାହାର ଭିଡିଓ ବହୁତ ଜଲଦି ଭାଇରାଲ ହେଉଛି।

ପ୍ରକୃତରେ ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ ବ୍ୟାଟ୍ସମ୍ୟାନ ଡ଼ନ ଲରେମ୍ସ କ୍ୟାପଟେନ ଜୋ ରୁଟଙ୍କ ସହ ବ୍ୟାଟିଂ କରୁଥିଲେ ଆଉ ତାଙ୍କ ଇନିଂସର ୨୬ତ୍ତମ ଓଭରରେ ଅଶ୍ୱିନ ବୋଲିଂ କରିବାକୁ ଆସିଲେ ଆଉ ତାଙ୍କୁ ଲରେନ୍ସ ଆଗକୁ ବଢି ଶଟ ଖେଳିବାକୁ ଚାହିଁଲେ। ମାତ୍ର ଅଶ୍ୱିନ ବହୁତ ଉନ୍ନତ ମାନର ନିୟନ୍ତ୍ରଣ ଦେଖେଇଲେ ଆଉ ବଲ ଲରେନ୍ସଙ୍କର ଗୋଡ଼ ଆଡକୁ ପକେଇ ଦେଲେ। ଏହାଦ୍ୱାରା ଲରେନ୍ସ ନିଜର ସନ୍ତୁଳନ ରକ୍ଷା କରି ପାରିଲେ ନାହିଁ ଆଉ ବଲ ଯାଇ ସିଦ୍ଧ ପନ୍ତଙ୍କର ହାତରେ ପଡିଲା ଆଉ ସେ ଉଡିକି ଷ୍ଟମ୍ପ ଉଡେଇ ଦେଲେ। ତାଙ୍କର ଏହି ଗତି ଦେଖି ବିରାଟ କୋହଲି ସମେତ ଅନ୍ୟ ସାଥି ଖେଳାଳି ବି ଚକିତ ହେଇଗଲେ। ଏବେ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କର ଷ୍ଟମ୍ପ ପଛରେ ଏହି ପ୍ରକାର ୱିକେଟ କିପିଂ ମହେନ୍ଦ୍ର ସିଂ ଧୋନୀଙ୍କର ମନେ ପକେଇ ଦେଲା। ତାଙ୍କୁ ତାଙ୍କର ଖରାପ ୱିକେଟ କିପିଂ ପାଇଁ ସମାଲୋଚନା କରା ଯାଇଥାଏ। ତାଙ୍କୁ ଲୋକ ସୋସିଆଲ ମିଡିଆରେ ବି ଟ୍ରୋଲ କରନ୍ତି ଆଉ ଧୋନୀଙ୍କ ଠାରୁ କମ ବି ମାନନ୍ତି ମାତ୍ର ଏହି ମ୍ୟାଚରେ ସେ ଯେଉଁ ସ୍ତରର ୱିକେଟ କିପିଂ ଦେଖେଇଲେ ତାହା ପ୍ରଶଂସନୀୟ ଅଟେ। ଏହାଦ୍ୱାରା ଧୋନୀଙ୍କର ଫ୍ୟାନ ମାନେ ବି ବହୁତ ଖୁସି ହେଇଗଲେ।
ପ୍ରଥମ ପାଳିରେ ପୋପଙ୍କର ଉନ୍ନତ କ୍ୟାଚ ଧରିଥିଲେ:
ଏହା ହିଁ ନୁହଁ ପନ୍ତ ପ୍ରଥମ ଇନିଂସରେ ଓଲି ପୋପଙ୍କର ବହୁତ ଉନ୍ନତ ମାନର କ୍ୟାଚ ଧରିଥିଲେ। ଏହାପରେ ଇଶାନ୍ତ ଶର୍ମାଙ୍କର ବଲରେ ସେ ଜ୍ୟାକ ଲିଚଙ୍କର କ୍ୟାଚ ଧରି ତାଙ୍କୁ ପ୍ୟାଭିଲିଅନର ବାଟ ଦେଖାଇଥିଲେ। ତାଙ୍କର ଏହି ୱିକେଟ କିପିଂ ଉପରେ କିମ୍ବଦନ୍ତୀ କ୍ରିକେଟର ମାନଙ୍କ ସହ ଆମ ସାଥି ଖେଳାଳି ମାନେ ବି ପ୍ରଶଂସା କରିଛନ୍ତି।
What a stumping from Rishabh Pant 😱🔥 pic.twitter.com/Y5ufS3Kw3V
— middle stump (@middlestump4) February 16, 2021
ପନ୍ତ ଏହି ସିରିଜରେ ବହୁତ ଉନ୍ନତ ଯୋଗଦାନ କରିଛନ୍ତି ବ୍ୟାଟ ସହ। ପ୍ରଥମ ମ୍ୟାଚ୍ରେ ସେ ୯୧ ରନର ବହୁମୂଲ୍ୟ ଇନିଂସ ଖେଳିଛନ୍ତି ଆଉ ଏହି ମ୍ୟାଚର ପ୍ରଥମ ପାରିରେ ସେ ୫୮ ରନର ଇନିଂସ ଖେଳିଲେ ଯାହାଦ୍ୱାରା ଭାରତର ସ୍କୋର ୩୨୯ ରନ ଯାଏ ପହଁଚିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।