ଓଡିଶାର ଗର୍ବ: ଓଡ଼ିଆ ପିଲାର କାରୁକାର୍ଯ୍ୟ ୧୦ ଟଙ୍କିଆ କଏନରେ, ଦେଖନ୍ତୁ ଶଶିଭୂଷଣ ସୁନ୍ଦର କାରୁକାର୍ଯ୍ୟ ।

ଆପଣ ଜାଣିଥିବା କଳାର ପ୍ରତୀକ ହେଉଛି ଉତ୍କଳ। ଓଡ଼ିଆ ଏକ ଏପରି ସ୍ଥାନ ଯେଉଁଠି ଭିନ୍ନ ଭିନ୍ନ କଳାକାର ଓ କଳା ଦେଖିବାକୁ ମିଳେ ଯାହା ସମସ୍ତଙ୍କୁ ନିଜ ଆଡ଼କୁ ଟାଣିଆଣେ। କିଏ କେତେ ପ୍ରକାର କାରୁକାର୍ଯ୍ୟ କରି ନିଜ କଳାର ପ୍ରଦର୍ଶନ କରିଥାନ୍ତି ବୋଲି ଜଣା ଯାଇଛି। ଆଜି ଆମେ ଓଡ଼ିଆର ଏମିତି ଏକ ଯୁବକଳାକାରଙ୍କ ବିଷୟରେ ଆଜି ଜାଣିବା ଯିଏ ନିଜ କଳା ଦ୍ଵାରା ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ବହୁତ ସୁନ୍ଦର କାରୁକାର୍ଯ୍ୟ କରିବା ପାଇଁ ଜଣା ଯାଆନ୍ତି ତାଙ୍କ କଥା କହିବା ତ ସେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଜମଧର ଗ୍ରାମର ଶଶିଭୂଷଣ ଜେନା।

Google

ସେ ଜଣେ ଗରିବ ପରିବାରର ପିଲା ଅଟନ୍ତି ଏହା ପରେ ମଧ୍ୟ ତାଙ୍କ ବାପା ଗୁରୁଚରଣ ଜେନା ଓ ମା ନୟନା ଜେନା ତାଙ୍କ ଶିକ୍ଷା ପାଇଁ କୌଣସିରେ ଉଣାକରିନାହାଁତି। ତାଙ୍କ ବାପା ଜଣେ ଦିନ ଶ୍ରମିକ ଓ ମା ଜଣେ ଗୃହିଣୀ। ଶଶିଭୂଷଣ ଏବେ ଉତ୍କଳବିଶ୍ୱବିଦ୍ୟାଳୟରେ ସାହିତ୍ୟ କଳାଭୂଷଣରେ ଅଧ୍ୟୟନ କରୁଛନ୍ତି।

କୁହାଯାଏ କଳା ମଣିଷ ଜନ୍ମରୁ ସାଙ୍ଗରେ ନେଇ ଆସିଥାଏ।ସେହିପରି ଶଶି ମଧ୍ୟ ଜନ୍ମରୁ କଳାର ଅଧିକାରୀ ଥିଲେ। ପିଲା ବେଳୁ ବିଭିନ୍ନ ଚିତ୍ର ପ୍ରତି ତାଙ୍କର ପ୍ରବଳ ଇଛା ଥିଲା। ବିନା କୌଣସି ପ୍ରଶିକ୍ଷଣରେ ସେ ଭିଡ଼ିଓ ଆଦି ମାଧ୍ୟମରେ ଶିକ୍ଷାଗ୍ରହଣ କରୁଥିଲେ। ତେବେ ପିଲାଦିନେ ଅଳ୍ପ ବହୁତେ ଚିତ୍ରଶିଳ୍ପୀ ଅଜୟ ପଣ୍ଡାଙ୍କ ଠାରୁ ସେ ଶିଖିଥିବା ବେଳେ ସଞ୍ଜୟ ରାଉଳ, ଅନ୍ଵେଷା ମହତାବ, ବିଜୟ ବିଶ୍ୱାଳଙ୍କୁ ଦେଖି ଦେଖି ସେ ଶିଖିଥିବା କହିଛନ୍ତି। ମୁଖ୍ୟ କଥା ହେଉଛି ଶ୍ରୀମାନ ପ୍ରମୋଦ କୁମାରଙ୍କ ପେନସିଲ ଆର୍ଟ ତାଙ୍କୁ ବହୁତ ପସନ୍ଦ ବୋଲି ସେ କହିଛନ୍ତି।

Google

ତାଙ୍କ ମନରେ ବହୁତ କିଛି ଆଶା ରହିଛି ଚିତ୍ର ପତି। ସେ ଏହି କଳାକୁ ପୁରା ଦେଶ ବିଦେଶ ସାମ୍ନାରେ ପ୍ରଦର୍ଶନ କରିବାକୁ ସ୍ୱପ୍ନ ଦେଖୁଛନ୍ତି। ସେ ସର୍ଵଦା କିଛି ନୂଆ ପ୍ରୟାସ କରିବାକୁ ଚେଷ୍ଟା କରନ୍ତି।

ସେ ସେବେ ଲୋକଲଚନକୁ ଆସିଥିଲେ ଯେବେସେ ପ୍ରଥମ ଏକ ଦଶ ଟଙ୍କିଆ କଏନରେ ଲେଖକ ମନୋଜ ଦାସଙ୍କ ଚିତ୍ର ଅଙ୍କନ କରିଥିଲେ। ମନୋଜ ଦାସ ହେଉଛନ୍ତି ଓଡିଶାର ବରପୁତ୍ର ଅଳ୍ପ ଦିନ ତଳେ ତାଙ୍କର ପରଲୋକ ହୋଇଥିଲା।ତାଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ସଂଜୟ ରାହୁଳ ମାଟିରେ ତାଙ୍କର ଏକ୨ ଇଞ୍ଚର ମୃର୍ତି କରିଥିଲେ ତାଙ୍କୁ ଦେଖି ଶଶିଭୂଷଣଙ୍କ ମନରେ ମଧ୍ୟ କିଛି କରିବାର ଆଶା ଆସିଥିଲା। ଏହା ପରେ ସେ ନିଜ କଳାର ପ୍ରଦର୍ଶନ କରି ଏକ ଦଶ ଟଙ୍କିଆ କଏନରେ ମନୋଜ ଦାସଙ୍କ ଚିତ୍ର ଅଙ୍କନ କରିଥିଲେ। ସେ ଫକୀରମୋହନଙ୍କ ଛବି ମଧ୍ୟ କଏନରେ ଅଙ୍କନ କରିଛନ୍ତି।

Google

ଶଶିଭୂଷଣଙ୍କ କହିବା ଅନୁସାରେ କଏନରେ ବିଭନ୍ନ ଭିଡ଼ିଓ ଦେଖି ତାଙ୍କ ମନରେ ଏହି ଚିତ୍ରରେ କଥା ଆସିଥିଲା ଓ ସେ ଏହା ପାଇଁ ପ୍ରୟାସ କରିଥିଲେ।

କଳାକୁ ନିଜ ପୂଜନୀୟ ଓ ସାହିତ୍ୟକୁ ପ୍ରାଣ ବୋଲି ସେ କୁହନ୍ତି। କଳା ଓ ସାହିତ୍ୟ ପରସ୍ପର ପରିପୁରକ। ଛୋଟବେଳେ ଶଶିଭୂଷଣଙ୍କ ବାପା ତାଙ୍କ ଖଣ୍ଡେ ଚକ ଦେଇ ଚିତ୍ର କରିବାକୁ କହିଥିଲେ ସେହିଦିନୁ ସେ ଚିତ୍ରରେ ଲାଗିପଡିଥିଲେ ବୋଲି ଜଣା ଯାଇଛି। ଏହା ପରେ ସ୍କୁଲ ଓ କଲେଜରେ ସେ ଅନେକ ପ୍ରାଇଜ ହାସଲ କରିଛନ୍ତି। ତାଙ୍କୁ ଅଧିକ ଶିକ୍ଷା ମିଳିଲେ ହୁଏତ ସେ ଆହୁରି ଅଧିକ କିଛି କରିଦେଖାଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *