କୁକୁର ଗୋଟେ ବିଲେଇ ଛୁଆକୁ କ୍ଷୀର ପିଆଉଛି। ଦେଖନ୍ତୁ ଭାଇରାଲ ହେଉଥିବା ଚମତ୍କାରୀ ଭିଡିଓ।

କୁକୁର ଆଉ ବିଲେଇ ମାନଙ୍କ ଭିତରେ ଲଢେଇ କଥା ତ ଆପଣ ସମସ୍ତେ ଶୁଣିଥିଲେ ଅଥବା ଏହି ଦୁଇ ଜୀବଙ୍କୁ ନିଜ କଲୋନୀ ଅଥବା ସାଇ ମାନଙ୍କରେ ଲଢୁଥିବାର ନିଶ୍ଚୟ ଦେଖିଥିବେ। ମାତ୍ର ଆଜି ଆମେ ଆପଣଙ୍କ ପାଖରେ ଏହି ଦୁଇ ଜୀବଙ୍କର ପ୍ରେମ ଭରା ଏକ ଏପରି ଭିଡିଓ ଦେଖେଇବାକୁ ଯାଉଛୁ ଯାହା ଏବେ ବହୁତ ଜଲଦି ଭାଇରାଲ ହେଉଛି। ଏହାକୁ ଦେଖିକି କେହି ବି ଆଶ୍ଚର୍ଯ୍ୟ ହେଇଯିବ। ଏହା ଭିତରେ ଦେଖା ଯାଇଛି କି ଗୋଟେ ବିଲେଇ ଛୁଆ ଗୋଟେ କୁକୁର ପାଖରୁ କ୍ଷୀର ପିଉଛି।

Google

ଏହି ଭିଡିଓ ନାଇଜେରିଆ ଦେଶର କେଉଁ ଗ୍ରାମର ଅଟେ ଯେଉଁଠାରେ କି ଫିମେଲ ଡ଼ଗ ମାଟିରେ ସୋଇଛି। ତାର ବେକରେ ଏକ କଳା ରଙ୍ଗର ପଟି ପଡିଛି ଆଉ ସେହି କୁକୁରର ପେଟ ପାଖରେ ଗୋଟେ କଳା ରଙ୍ଗର ବିଲେଇ ଛୁଆ ଆସିକି କ୍ଷୀର ପିଉଛି। ବିଲେଇ ଛୁଆର ଏହି କାମ ଦ୍ୱାରା କୁକୁରକୁ କିଛି ଅସୁବିଧା ହିଁ ହେଉନାହିଁ। ସେ ବିଲେଇ କୁ କିଛି ବି କହୁନାହିଁ। ଏହି ବିରଳ ଭିଡିଓ ଏବେ ଭାଇରାଲ ହେଉଛି।

ଏହି ଭାଇରାଲ ଭିଡିଓକୁ ସମାଚାର ଏଜେନସି ରୋଏଟର୍ସ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି।ଏହି ଭିଡିଓରେ କୁକୁର ଆଉ ବିଲେଇଙ୍କୁ ଚାରି ପାଖରୁ ଲୋକମାନେ ଘେରି ଯାଇଛନ୍ତି ଆଉ ଏହି ୩୨ ସେକେଣ୍ଡର ଭିଡିଓରେ ଚାରି ପାଖରେ ଥିବା ଲୋକମାନେ କୁକୁର ଆଉ ବିଲେଇଙ୍କୁ ଆଶ୍ଚର୍ଯ୍ୟ ଭରା ନଜରରେ ଦେଖୁଛନ୍ତି।

ଭିଡିଓ ସେୟାର ହେବା ପରେ ବହୁତ ଜଲଦି ଭାଇରାଲ ହେଲା। ଏହି ଭିଡିଓରେ ଏଯାଏ ୩୮୩.୫ ହଜାର ଭିଉ ଆଉ ୨ ହଜାର ଟ୍ୱିଟ ଆସି ସାରିଛି। ଲୋକମାନର ରିଟ୍ୱିଟ କରି କରି ବହୁତ ଅଲଗା ଅଲଗା ପ୍ରଶ୍ନ ପଚାରୁଛନ୍ତି। ଯେପରି କି କୁକୁରର ଛୁଆ କେଉଁଠି ଅଛି? କୁକୁର ଏତେ ଥକିକି କାହିଁକି ଅଛି? ଆଉ ବିଲେଇର ମା କଉଠି ଅଛି? ଏହି ପରି ଆଉ କିଛି ଲୋକ ଏହି ଭିଡିଓର ପ୍ରଶଂସା ବି କରୁଛନ୍ତି।

Google

ଇଣ୍ଟରନେଟରେ ବି ଏହି ଭିଡିଓକୁ ବହୁତ ପ୍ରଶଂସା ମିଳିଲା ଆଉ ଏହା ଉପରେ ୟୁଜର ମାନେ ନିଜର ରିଆକ୍ସନ ଦେଲେ। କିଛି ୟୁଜର ତା ଉପରେ ଲେଖିଲେ ” ବହୁତ ସୁନ୍ଦର ଭିଡିଓ ଅଟେ। ଆଶା କରୁଛୁ କି ମଣିଷ ମାନେ ବି ଏହି ପ୍ରାଣୀ ମାନଙ୍କ ଭଳି ଦୟାଳୁ ଆଉ ବିନମ୍ର ହେବେ।” ଆଉ ଏକ ୟୁଜର ଲେଖିଲେ ” ଏହି ଭିଡ଼ିଓ ଦେଖି ସଭିଙ୍କୁ ଏହା ଆଶା କରାଯିବ କି ଏହି ଦୁଇ ପ୍ରାଣୀ ମାନଙ୍କର ଠିକ ଦେଖା ରକ୍ଷା କରାଯିବ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *