ସୋସିଆଲର ମିଡ଼ିଆର ଭାଇରଲ ଭିଡ଼ିଓ ଦେଖି ସରକାର ଛାନିଆ,ସକାଳୁ ପାଇଖାନା ପ୍ୟାନ ଧରି ହାଜର, ଜାଣନ୍ତୁ ସମ୍ପୂର୍ଣ ଖବର।

ସୁମିତ୍ରାଙ୍କ ପ୍ରଶ୍ନ ବାଣ ନବୀନ ସରକାରଙ୍କୁ ଘାଇଲା କରିଦେଲା। ରାତ୍ରିରେ ଜୋର ବେଗରେ ଭାଇରାଲ ହେଲା ସୁମିତ୍ରାଙ୍କ ଭିଡ଼ିଓ ଓ ସକାଳ ହେଲା ବେଳକୁ ସୁମିତ୍ରାଙ୍କ ଘରେ ସବୁ ସରକାରୀ କର୍ମଚାରୀ ହାଜର। ବିଡ଼ିଓ,ଜେଇ, ପଞ୍ଚାୟତ କର୍ମଚାରୀଙ୍କ ଠୁ ଆରମ୍ଭ କରି ବ୍ଲକର ବହୁ ଅଧିକାରୀ ଆସି ସୁମିତ୍ରାଙ୍କ ଗ୍ରାମରେ ପହଁଚିଛନ୍ତି। ଗୋଟିଏ ଭିଡ଼ିଓ ତୃତୀୟ ମହଲା ପର୍ଯ୍ୟନ୍ତ ଖେଳିଗଲା। ଆସନ୍ତୁ ଜାଣିବା ସେ ଦିନ ସୁମିତ୍ରା ନବୀନ ପଟନାୟକଙ୍କ ନାମ ନେଇ କଣ କହିଥିଲେ।

Google

ଆମ ଗ୍ରାମରେ ଗୋଟିଏ ପାଇପ ସେଥିରେ ଆମେ ୨୦୦ ପରିବାର ହଇରାଣ ହୋଇ ଚଳୁଛୁ। ଏହି ଭିଡ଼ିଓ ମଧ୍ୟମରେ ଆମେ ଅନୁରୋଧ କରୁଛୁ ଆପଣ ଥରେ ଆସି ନିଜ ବିକାଶର ଚିତ୍ର ଦେଖିକି ଯାଆନ୍ତୁ। ମାଳମାଳ ଯୋଜନା କରି ଲାଭ କଣ ଯଦି ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ବିକାଶର ବାସ୍ନା ମହ ମହ ହୋଇ ଏଠି ବାସୁଛି। ସୋସିଆଲ ମିଡ଼ିଆରେ ସୁମିତ୍ରାଙ୍କ ଭିଡ଼ିଓ ଭାଇରାଲ ହେବା ପରେ ସ୍ଥିତି ତା ପର ଦିନ ବଦଳିଥିଲା। ନଳକୂପ ଗାଡି ଆସି ନଳକୂପ ଖୋଳୁଛି ଯେଉଁ ପାଇଖାନାର ଫଟୋ ଦେଖାଇ ଠିକାଦାର ପଇସା ଖାଇଛି ବୋଲି ସୁମିତ୍ରା ଅଭିଯୋଗ କରିଥିଲେ ଆଜି ସେହି ପାଇଖାନାରେ ଫନ୍ଦ ବସୁଛି।

ଚଉକି ପକାଇ ଆମ୍ବଗଛ ମୂଳେ ବଡ଼ ଅଧିକାରୀ ବସିଛନ୍ତି।କେଉଁଠି କେଉଁ କାମ ହେବ ସୁମିତ୍ରା କହୁଛନ୍ତି ଓ ସରକାରୀ ବାବୁ ମାନେ ତାହା ବୁଝୁଛନ୍ତି। ଏହା ପରେ ସୁମିତ୍ରା ସୋସିଆଲ ମିଡିଆକୁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି,” ଆଜି ସୋସିଆଲ ମିଡିଆ ପାଇଁ ଆମ ଗ୍ରାମର ପରିସ୍ଥିତି ବଦଳିପାରିଛି। ଗଣମାଧ୍ୟମର ଭିଡ଼ିଓ ଯୋଗୁ ହିଁ ଆମ ଗ୍ରାମର ଉନ୍ନତି ହୋଇପାରିଛି ସେଥିପାଇଁ ଆମେ ଗ୍ରାମବାସୀ ଗଣମାଧ୍ୟମକୁ ଧନ୍ୟବାଦ ଜଣାଉଛୁ”।

Google

ସେଠାରେ ତାଙ୍କର ଜୀବନ ସମ୍ପୂର୍ଣ୍ଣ ଭିନ୍ନ। କଟକ ଟାଙ୍ଗିର ଜଙ୍ଗଲର ଆଦିବାସୀ ମାନେ ଅଟନ୍ତି। ଏମାନେ ଏଠାକାର ବିକାଶର ସୂତ୍ରଧର ସାଜିଛନ୍ତି ସୁମିତ୍ରା। ଏଠାକୁ ନେତାମାନେ କେବଳ ଭୋଟ ସମୟରେ ଆସିଥାନ୍ତି କିନ୍ତୁ ଭୋଟ ପରେ ସବୁ ସପ୍ନ ମଉଳି ଯାଇଥାଏ। ସୋସିଆଲ ମିଡିଆକୁ ଦେଖି ଶିକ୍ଷତ ସୁମିତ୍ରା ସବୁ କଥା ବଖାଣିଥିଲେ। ଏବେ ଦେଖିବାକୁ ବାକି ରହିଲା ଯେଉଁ ବିକାଶ ସରକାର ଆରମ୍ଭ କରିଛନ୍ତି ସୁମିତ୍ରାଙ୍କ ଗ୍ରାମରେ କଣ ତାହା ଜାରି ରହୁଛି ନା ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *