KKR VS MI:ଆଜିର ଏହି କଡା ମୁକାବିଲାରେ ଏହି ଷ୍ଟାର ଖେଳାଳି ବସିପାରନ୍ତି ବାହାରେ। ଦେଖନ୍ତୁ ଦୁଇ ଦଳର ପ୍ଲେଇଁ ଇଲେଭେନ।

ଏହି ବର୍ଷରେ ବିଜୟ ସହ ଆରମ୍ଭ କରିଥିବା କୋଲକତା ଟିମ ଏବେ ପାଞ୍ଚଥରର ଚାମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।କୋଲକତା ସଂସ୍କରଣ ବିଜୟ ସହ ଆରମ୍ଭ କରିଥିଲା ଓ ସେ ନିଜ ପ୍ରଥମ ମ୍ୟାଚରେ ରବିବାରକୁ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇଥିଲା। ଏବେ ତାଙ୍କ ଆଗରେ ରୋହିତ ଶର୍ମାଙ୍କ କ୍ୟାପଟେନସି ଟିମ ମୁମ୍ବାଇ ଇଣ୍ଡିଆନ୍ସ ହେବ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ।

Google

ଚେନ୍ନାଇର ଏହି ଷ୍ଟାଡିୟମରେ ମୁମ୍ବାଇକୁ ପ୍ରଥମ ମ୍ୟାଚ ହାରିବାକୁ ପଡିଥିଲା। ବିରାଟ କୋହଲିଙ୍କ ଆରସିବି ତାଙ୍କୁ ୨ ୱିକେଟରେ ହରାଇଥିଲା। ପୂର୍ଵ ଦୁଇବର୍ଷରୁ ଟ୍ରଫି ଜିତୁଥିବା ମୁମ୍ବାଇ ଏବେ ପୂର୍ଵ ହାରକୁ ଭୁଲି ଓହ୍ଲାଇବେ। ସେହିପରି ଇୟୋନ ମୋର୍ଗାନଙ୍କ ଟିମ କେକେଆରର ଆତ୍ମାବିଶ୍ୱାସ ବଢିଥିବ କାରଣ ସେ ପୂର୍ଵ ମ୍ୟାଚ ଜିତି ଏଠି ପହଁଚିଛନ୍ତି।

ବଲିଉଡ଼ ଷ୍ଟାର ଶାହାରୁଖ ଖାନଙ୍କ ମାଲିକାନା ଟିମ କେକେଆର ଷ୍ଟାର ବ୍ୟାଟ୍ସମ୍ୟାନ ନୀତିଶ ରାଣା, ଶୁଭମନ ଗିଲ, ରାହୁଲ ତ୍ରିପାଠୀଙ୍କ ଉପରେ ନିର୍ଭର ଅଟେ। ସେହିପରି ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ପୂର୍ଵ ମ୍ୟାଚରେ କିଛି ଖାସ କରିପାରିନଥିଲେ। ସେ ଏହି ମ୍ୟାଚରେ କିଛି ଭଲ ପ୍ରଦର୍ଶନ କରିବାକୁ ଚାହିଁବେ। ମ୍ୟାଚ ପୂର୍ବରୁ ଆସନ୍ତୁ ଜାଣିବା ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ କଣ ହୋଇପାରେ।କେକେଆରର ଟିମରେ ପରିବର୍ତ୍ତନ ନହୋଇପାରେ କାରଣ ତାଙ୍କ ସବୁ ଖେଳାଳି ବିଜୟରେ ଯୋଗଦାନ ଦେଇଥିଲେ।କିନ୍ତୁ ମୁମ୍ବାଇ ଟିମରେ କୌଣସି ଅନ୍ୟ ସ୍ପିନରଙ୍କୁ ମୌକା ଦିଆଯାଇପାରେ କାରଣ ରାହୁଲ ଚାହାର ପୂର୍ଵ ମ୍ୟାଚରେ ଖରାପ ପ୍ରଦର୍ଶନ କରିଥିଲେ। ତାଙ୍କୁ ପୂର୍ବ ମ୍ୟାଚରେ ୪ ଓଭରରେ ୪୩ ରନ ମାରିଥିଲେ।

Google
ଚୂଡାନ୍ତ ଏକାଦଶ:

ମୁମ୍ବାଇ ଇଣ୍ଡିଆନ୍ସ:ରୋହିତ ଶର୍ମା(କ୍ୟାପଟେନ), କ୍ରିସ ଲିନ, ଇଶାନ କିଷାନ,ସୂର୍ଯ୍ୟକୁମାର ଯାଦବ , କିରନ ପୋଲର୍ଡ଼,ହାର୍ଦିକ ପାଣ୍ଡ୍ୟା,କୁନାଲ ପାଣ୍ଡିଆ, ପିୟୁସ ଚାୱଲ,ମାର୍କୋ ଯେନସନ,ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲଟ।

Google

କେକେଆର:ଇୟୋନ ମୋରଗାନ(କ୍ୟାପଟେନ),ସୁଭମନ ଗିଲ,ନୀତିଶ ରାଣା,ଦିନେସ କାର୍ତ୍ତିକ,ରାହୁଲ ତ୍ରିପାଠୀ,ସାକୀବ ଅଳ ହାସନ,ଆଣ୍ଡ୍ରେ ରସେଲ, ହରଭଜନ ସିଂ,ପେଟ କମିନ୍ସ, ବରୁଣ ଚକ୍ରବର୍ତ୍ତୀ ଓ ପ୍ରସିଦ୍ଧ କୃଷ୍ଣା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *