ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭୟାବହ ସ୍ଥିତି, ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ବାହାରେ ବୋମା ମାଡ଼, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ଆଫଗାନିସ୍ତାନର ପରିସ୍ଥିତି ବହୁତ ଭୟଙ୍କର ଅଟେ। କାରଣ ପ୍ରତ୍ୟେକ ଦିନ ସେଠାରେ ଚାଲିଛି ଯୁଦ୍ଧ।ଆସନ୍ତା କାଲି ମଧ୍ୟ ସେଠାରେ ହୋଇଛି ବଡ଼ ଧରଣର ବୋମା ଵିସ୍ପୋରଣ ଓ ଏହା ଆଉ କେଉଁଠି ନୁହେଁ ବରଂ ଆଫଗାନିସ୍ତାନର ରାଜଧାନୀ କାବୁଲରେ ହୋଇଛି। ଏହା ସହ ଅନେକ ଆକ୍ରମଣ ମଧ୍ୟ ହୋଇଛି ଓ ଅନେକ ଗୁଳି ଚାଲିଛି। ଏହା ସବୁ କାବୁଲର ଶିରପୁଆରରେ ଘଟିଛି। ଆପଣଙ୍କୁ କହିରଖିବୁ ଏହି ଅଞ୍ଚଳରେ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ବିସମିଲାହ ମହମ୍ମଦିଙ୍କ ସହ ଅନ୍ୟ ବଡ଼ ଅଧିକାରୀ ରହିଥାନ୍ତି। ଏବେ ପର୍ଯ୍ୟନ୍ତ ଏହି ଆକ୍ରମଣ କିଏ କରିଛି ତାହା ଜଣାପଡିନାହିଁ।

ଟୋଲୋ ନ୍ୟୁଜର ଖବର ଅନୁସାରେ ଜଣାପଡିଛିକି ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ବାହାରେ ଥିବା ଏକ କାରରେ ଆସି ବମ ଵିସ୍ପୋରଣ ହୋଇଥିଲା ଓ କିଛି ଅସ୍ତ୍ରଶସ୍ତ୍ର ଧରିଥିବା ବ୍ୟକ୍ତି ଘର ଭିତରକୁ ଯିବାକୁ ଚାହୁଁଥିଲେ ଯାହାଙ୍କୁ କି ସୁରକ୍ଷାକର୍ମୀ ପ୍ରତିଉତ୍ତର ଦେଇଥିଲେ। ଆପଣଙ୍କୁ କହିରଖିବୁ ସାମ୍ବାଦିକ ବିଲାର ସରବରି ଏହାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଜୀବନ ନେବାକୁ କରାଯାଇଥିଲା ବୋଲି କହିଛନ୍ତି।

ଆପଣଙ୍କୁ କହିରଖିବୁ ନ୍ୟୁଜ ଏଜେନ୍ସି ରାଇଟର୍ସର ଖବର ଅନୁସାରେ ଆଫଗାନିସ୍ତାନର ରାଜଧାନୀ କାବୁଲର ଯେଉଁ ସ୍ଥାନଟେ ଏହି ବମ ଵିସ୍ପୋରଣ ହୋଇଛି ଏଠାରେ ଅନେକ ବଡ଼ବଡ଼ ଉଚ୍ଚପଦ ବିଶିଷ୍ଟ ବ୍ୟକ୍ତି ରହୁଛନ୍ତି। ଅନେକ ସରକାରୀ ଘର ଅଛି ଓ ଅନେକ ସରକାରୀ କର୍ମୀ ଅଛନ୍ତି। ଏଠାରେ ସେଠାକାର ରାଷ୍ଟ୍ରପତିଙ୍କ ଘର ମଧ୍ୟ ସାମିଲ ଅଛି।ଏହା ସହ ଦେଶର ଅନେକ ମୁଖ୍ୟ ସଂଗଠନ ଘର ଓ ଦୂତାବାସ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *