ଇଣ୍ଟରନେଟ ଏମିତି ଏକ ପ୍ଲାଟଫର୍ମ ଅଟେ ଯେଉଁଥିରେ ୟୁନିକ ଓ ବହୁତ ଅଲଗା ଜିନିଷ ଖୁବ ଜଲଦି ଭାଇରାଲ ହୋଇଯାଏ। କିଛିଦିନ ପୂର୍ବରୁ ଏମିତି ଏକ କଂସେପ୍ଟ ଭାଇରାଲ ହୋଇଥିଲା। କିଛି ମହିଳା ଶାଢ଼ୀ ପିନ୍ଧି ବ୍ୟାକଫ୍ଲିପ ମାରୁଥିଲେ ଓ ସୋସିଆଲ ମିଡିଆରେ ଏହି ମହିଳାଙ୍କ ଭିଡିଓ ଖୁବ ଭାଇରାଲ ହେବାକୁ ଲାଗିଅଛି।

୨୪ ବର୍ଷୀୟ ଭାରତୀୟ ଜିମନାସ୍ଟ ପାରୁଲ ଅରୋଡା ଅମ୍ବାଲା ସହ ସମ୍ପର୍କରେ ଅଛନ୍ତି ଓ ସେ ଗତ ୧୫ ବର୍ଷ ହେବ ଜିମ୍ନାଷ୍ଟିକର ଟ୍ରେନିଂ କରିଛନ୍ତି। ସେ ୩୫ ପ୍ରତିଯୋଗିତାରେ ଭାଗ ନେଇସାରିଲେଣି। ଇନ୍ସଟାଗ୍ରାମରେ ତାଙ୍କର ଜିମ୍ନାଷ୍ଟିକ ସହ ଜଡ଼ିତ ଭିଡ଼ିଓରେ ୫ ରୁ ୧୦ ହଜାର ଲାଇକ ଆସେ।ହେଲେ ଯେବେ ସେ ଏହି କାମ ଶାଢ଼ୀ ପିନ୍ଧି କରନ୍ତି ତେବେ ଏହି ହଜାର ଲକ୍ଷରେ ପରିଣତ ହୋଇଯାଏ।
ଆରୋଡା ଭାଇସ ଇଣ୍ଡିଆ ସହ କଥା ହୋଇ କହିଛନ୍ତି ଯେ ,”ଲୋକ ଖାସ କରି ମହିଳାଙ୍କ ଶାଢ଼ୀ ପିନ୍ଧା ଫୋଟୋ ଷ୍ଟେଣ୍ଟ ଅଧିକ ପସନ୍ଦ କରିଥାନ୍ତି କାହିଁକିନା ସେମାନେ ଜାଣିଥାନ୍ତି ଶାଢ଼ୀରେ ବେସିକ ମୁଭମେଣ୍ଟ କରିବା ମଧ୍ୟ କଷ୍ଟକର ହୋଇଥାଏ ତ କେତେକ କ୍ଷେତ୍ରରେ ଏହା ମହିଳାଙ୍କୁ ପ୍ରେରିତ କରିଥାଏ। ଶାଢୀରେ ଏପରି ଷ୍ଟଣ୍ଟ କରିବା ବହୁତ କଷ୍ଟକର ହୋଇଥାଏ ଓ ଏହି ଷ୍ଟଣ୍ଟ ସାହାଯ୍ୟରେ ମୁଁ ଲୋକଙ୍କୁ ମୋଟିଭେଟ କରେ।”
ପାରୁଲ ଆରୋଡାଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଟ୍ରିପଲ ବ୍ୟାକ ଫ୍ଲିପ ମାରୁଥିଲେ। ସେ ନ୍ୟାସନାଲ ଲେଭୁଲ ଗୋଲଡ଼ ମେଡାଲ ପାଇଛନ୍ତି। ଏହା ପୂର୍ବରୁ ଅଗଷ୍ଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଶାଢ଼ୀ ପିନ୍ଧି ନିଜର ଏକ ସାଥି ସହ ଜିମ୍ନାଷ୍ଟିକ କରୁଥିଲେ । ପାରୁଲ କହିଛନ୍ତି ଏହି ଷ୍ଟଣ୍ଟ କରି ସେ ୩ ଥର ପଡି ମଧ୍ୟ ଯାଇଛନ୍ତି ଓ ଖାସ କରି ଶାଢ଼ୀରେ କରିବା ବହୁତ କଷ୍ଟକର ହୋଇଥାଏ।
ଅକ୍ଟୋବର ୨୦୨୦ ରୁ ୧୭ ବର୍ଷର ଇଣ୍ଟରନ୍ୟାସନାଲ ଗୋଲଡ଼ ମିଳିଥିବା ସରକାରଙ୍କ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ସେ ମଧ୍ୟ ଆଉଟଫିଟସରେ ଷ୍ଟଣ୍ଟ କରନ୍ତି। ହେଲେ ତାଙ୍କର ଶାଢ଼ୀର ଷ୍ଟଣ୍ଟ ଖୁବ ସୁନ୍ଦର ତଥା ପ୍ରସିଦ୍ଧ ଅଟେ। ଏହାଛଡା ପୂର୍ଵବର୍ଷ ସେପ୍ଟେମ୍ବରରେ ଇଶ୍ରା କୁତ୍ତି ନାମକ ମହିଳା ଶାଢ଼ୀପିନ୍ଧି ବ୍ୟାକଫ୍ଲିପ ଓ ଅନ୍ୟାନ୍ୟ ଷ୍ଟଣ୍ଟ କରୁଥିଲେ ଓ ତାଙ୍କର ଭିଡିଓ ଖୁବ ଭାଇରାଲ ହେଉଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।