ପୂର୍ବ ବର୍ଷର ଚମ୍ପିୟାନ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୧୪ତମ ସଂସ୍କରଣ ପାଇଁ ନିଜର ଜର୍ସି ବଦଳ କରି ଦେଇଛି। ଫ୍ରାଂଚାଇଜ ନିଜର ଅଧିକାରୀଙ୍କ ଟ୍ୱିଟର ଆକାଉଣ୍ଟ ଦ୍ୱାରା ଟ୍ୱିଟ କରି ଏହାର ଖବର ଦେଇଛି। ଏହା ସହିତ ହିଁ ସେମାନେ ଲେଖିଛନ୍ତି କି ନୂଆ ବର୍ଷ ଆଉ ନୂଆ ରଙ୍ଗ। ଏଥର ଆମେ ଆମର ନୂତନ ରଙ୍ଗ ସହ ଗର୍ବରେ ମୈଦାନ ଉପରେ ବାହାରିବୁ। ଏହି ଜର୍ସି ମୁମ୍ବାଇ ଟିମର ପରିଚୟ ନୀଳ ଆଉ ସୁନେଲି ରଙ୍ଗର ଅଟେ। ଆଇପିଏଲର ପ୍ରଥମ ଦୁଇଟି ବର୍ଷରେ ହାଲକା ନୀଳ ରଙ୍ଗର ଜର୍ସି ପିନ୍ଧିବା ପରେ ମୁମ୍ବାଇ ୨୦୧୦ ପରେ ଗଭୀର ରଙ୍ଗର ଜର୍ସି ପିନ୍ଧିବା ଆରମ୍ଭ କଲେ। ଏହା ପରେ ଟିମକୁ ଫାଇଦା ବି ହେଲା ଆଉ ସେହି ଟିମ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଫାଇନାଲରେ ପହଁଚିଲେ। ଟିମ ସେ ବର୍ଷ ଟ୍ରଫି ଜିତି ପାରିଲା ନାହିଁ ମାତ୍ର ଫାଇନାଲ ପର୍ଯ୍ୟନ୍ତ ଯାଇଥିଲା। ଏଥର ଜର୍ସିରେ ଟିକେ ବଦଳ ହେଇଛି ଆଉ ଟିମ ନିଜର ବୋର୍ଡରରେ ହାଲକା ନାରଙ୍ଗୀ ରଙ୍ଗ ଲଗେଇଛି।

ପୂର୍ବ ବର୍ଷ ଚମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସଙ୍କ ପାଖରେ ଏଥର ଇତିହାସ ରଚିବାର ମଉକା ଅଛି। ସେମାନଙ୍କ ପାଖରେ ଲଗାତାର ତିନି ଥର ଆଇପିଏଲ ଟାଇଟଲ ଜିତିବାର ସୁଯୋଗ ଅଛି ଯାହାକୁ କି ମୁମ୍ବାଇ ଛାଡିବାକୁ ଚାହିଁବେନି। ମୁମ୍ବାଇ ୨୦୧୯ ଆଉ ୨୦୨୦ରେ ଲଗାତାର ଦୁଇଥର ଆଇପିଏଲ ଜିତିବାର ସକ୍ଷମ ହେଇଗଲେ। ପୂର୍ବ ବର୍ଷ ରୋହିତଙ୍କର କ୍ୟାପଟେନସିରେ ଥିବା ଟିମ ଦିଲ୍ଲୀ କ୍ୟାପିଟାଲସକୁ ହରେଇ ପଞ୍ଚମ ଥର ଫାଇନାଲ ଜିତିଲା ଆଉ ଚେନାଇ ସୁପର କିଙ୍ଗସଙ୍କ ପରେ ସେ ପ୍ରଥମ ଆଇପିଏଲ ଟିମ ହେଲା ଯିଏ କି ଟାଇଟଲ ଡିଫେଣ୍ଡ କଲା। ଏଥର ତାଙ୍କର ପ୍ରଥମ ମ୍ୟାଚ ବିରାଟ କୋହଲିଙ୍କ ଟିମ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ସହ ଅଛି।
ମୁମ୍ବାଇ ଷଷ୍ଠ ଥର ଟାଇଟଲ ଜିତିବା ପାଇଁ ପୁରା ପ୍ରସ୍ତୁତ:
ମୁମ୍ବାଇ ଇଣ୍ଡିଆନ୍ସଙ୍କର ଟିମ ଏଥର ବି ଆଇପିଏଲ ଟ୍ରଫି ଜିତିବା ପାଇଁ ପୁରା ପ୍ରସ୍ତୁତ ଅଛି। ଟିମର ମୁଖ୍ୟ ଖେଳାଳି କ୍ରୁନାଲ ପାଣ୍ଡ୍ୟା, ରୋହିତ ଶର୍ମା, ଇଶାନ କିଷାନ, ହାର୍ଦିକ ପାଣ୍ଡ୍ୟା ଇତ୍ୟାଦି ସମସ୍ତେ ଫର୍ମରେ ଗତି କରୁଛନ୍ତି।
One Team. #OneFamily. One Jersey. ?
Presenting our new MI jersey for #IPL2021 ?✨
Paltan, pre-order yours from @thesouledstore now – https://t.co/Oo7qj5m4cN#MumbaiIndians pic.twitter.com/F0tBT6TXcq
— Mumbai Indians (@mipaltan) March 27, 2021
୨୦୨୧ ପାଇଁ ମୁମ୍ବାଇ ସ୍କ୍ବାଡ଼:
ରୋହିତ ଶର୍ମା, ଆଦିତ୍ୟ ତାରେ, ଧବଲ କୂଳକରଣୀ, ଅଂମୋଲପ୍ରୀତ ସିଂ, ହାର୍ଦିକ ପାଣ୍ଡ୍ୟା, ଇଶାନ କିଷାନ, ଜୟନ୍ତ ୟାଦବ, ଯଶପ୍ରୀତ ବୁମରାହ, କିରୋନ ପୋଲର୍ଡ଼, କ୍ରୁନାଲ ପାଣ୍ଡ୍ୟା, କ୍ୱିଣ୍ଟନ ଡିକକ, ରାହୁଲ ଚାହାର, ସୂର୍ଯ୍ୟକୁମାର ୟାଦବ, ଟ୍ରେନ୍ତ ବୋଲଟ, କ୍ରୀସ ଲୀନ, ସୌରଭ ତିଓରୀ, ମୋହସିସ ଖାନ, ଏଡାମ ମିଲନେ, ନାଥାନ କୁଲଟରନାଇଲ, ଅର୍ଜୁନ ତେନ୍ଦୁଲକର, ମୋର୍କା ଜେନ୍ସନ, ୟୁଧବୀର ସିଂ, ଜିମି ନିଶାମ ଓ ପିୟୁସ ଚାୱଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।